News18 Odia Digital
ନୂଆ ଦିଲ୍ଲୀ: ପଶ୍ଚିମବଙ୍ଗ ସରକାର(West Bengal govt)ଙ୍କୁ ସୁପ୍ରିମକୋର୍ଟ(Supreme Court)ଙ୍କ ବଡ଼ ଝଟକା । ରାଜ୍ଯରେ ଦ କେରଳା ଷ୍ଟୋରୀ (The Kerala Story)ରିଲିଜ ହେବା ନେଇ ପ୍ରତିବନ୍ଧକ ଲଗାଇଥିଲେ ମମତା ବାନାର୍ଜୀ । କିନ୍ତୁ ସୁପ୍ରିମକୋର୍ଟ ଏହି ବ୍ୟାନକୁ ଉଠାଇଦେଇଛନ୍ତି । ଏବେ ରାଜ୍ଯରେ ‘ଦ କେରଳ ଷ୍ଟୋରୀ’ ଏବେ ରିଲିଜ ହେବାକୁ ଯାଉଛି ।
ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି କି, ‘ଆମେ ପଶ୍ଚିବଙ୍ଗ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଉଛୁ’ । ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି । ଏହା ସହ ତାମିଲନାଡୁ ସରକାର ଫିଲ୍ମର ସ୍କ୍ରିନିଂ ଓ ଦର୍ଶକଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବସ ଡ୍ରାଇଭରମାନେ ସାବଧାନ! ମହିଳା ଯାତ୍ରୀଙ୍କ ପାଇଁ ବସ ନ ଅଟକାଇଲେ ଯିବେ ଜେଲଏହି ମାମଲାରେ ପୂର୍ବ ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାର ଦ କେରଳା ଷ୍ଟୋରୀ ଉପରେ ଲଗାଇଥିବା ପ୍ରତିବନ୍ଧକ ନିଷ୍ପତ୍ତିକୁ ଠିକ୍ ବୋଲି କହିଥିଲେ। ସୁପ୍ରିମକୋର୍ଟରେ ଦିଆଯାଇଥିବା ଏକ ଆଫିଡେଭିଟ୍ରେ ପଶ୍ଚିମବଙ୍ଗ ସରକାର କହିଥିଲେ ଯେ ଫିଲ୍ମ ‘କେରଳ ଷ୍ଟୋରୀ’ ନକଲି ତଥ୍ୟ ଉପରେ ଆଧାରିତ ଓ ଏଥିରେ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ରହିଛି ଯାହା ସାମ୍ପ୍ରଦାୟିକ ଭାବନାକୁ କ୍ଷତି ପହଞ୍ଚାଇପାରେ। ଯାହା ଦ୍ୱାରା ସମାଜରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ସହିତ ନିଜର ଆଫିଡେଭିଟରେ ପଶ୍ଚମିବଙ୍ଗ ସରକାର ଗୁଇନ୍ଦା ତଥ୍ୟ ଆଧାରରେ ପ୍ରତିବନ୍ଧକ ଲଗାଇଥିବା କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ଫିଲ୍ମ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଯାହ ପରେ ଫିଲ୍ମପ୍ରେମୀଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।