News18 Odia Digital
ଭୁବନେଶ୍ୱର: ଟଲିଉଡରେ ଏଣ୍ଟ୍ରି କରିବେ ବାବୁସାନ? ଟଲିଉଡ ଷ୍ଟାର ଅଲ୍ଲୁ ଅର୍ଜୁନ ଦେବେ ସୁଯୋଗ! ବାବୁସାନଙ୍କ ଅଭିନୀତ ଦମନକୁ ପ୍ରଶଂସା କରିଛନ୍ତି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ।
ଓଡ଼ିଶାରେ ସଫଳତା ସାଉଁଟି ଥିବା ଦମନ ସାଉଥରେ ମଧ୍ୟ ନିଜର ସଫଳତା ଜାରି ରଖିଛି। ବଲିଉଡଠାରୁ ଆରମ୍ଭ କରି ଟଲିଉଡ ପର୍ଯ୍ୟନ୍ତ ଏହି ଫିଲ୍ମର କ୍ରେଜ ବଢ଼ି ଚାଲିଛି। ସାଉଥର ବିଶିଷ୍ଟ କଳାକାର ଏହି ଚଳଚିତ୍ରକୁ ବେଶ ପସନ୍ଦ କରିଛନ୍ତି।
ଟଲିଉଡର ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ଓଡିଆ ସିନେମା ‘ଦମନ’କୁ ପ୍ରଶଂସା କରିଛନ୍ତି କହିଛନ୍ତି ମୁଁ ବି ଜଣେ ଅଭିନେତା। ଅଭିନେତା ହିସାବରେ ବାବୁସାନଙ୍କୁ ମୋର ସାଲ୍ୟୁଟ। ମୁଁ ଏହି ଫିଲ୍ମକୁ ନେଇ ଯେତିକି ଶୁଣିବାକୁ ପାଉଛି ତାହା ସୁପରହିଟ୍। ସେ ଦମନ ଭଳି ସୁପରହିଟ ଫିଲ୍ମ କରୁଥିବା ଓ ଦମନ ଫିଲ୍ମକୁ ମୋର ଅନେକ ଅନେକ ଶୁଭେଚ୍ଛା। ଆଗାମୀ ଅଭିନୀତ ଫିଲ୍ମରେ ବାବୁସାନଙ୍କୁ ଜାଗା ଦେବା ପାଇଁ ନିଶ୍ଚିତ ଚେଷ୍ଟା କରିବି।
ନିକଟରେ ହିନ୍ଦୀରେ ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଦମନ। ହିନ୍ଦୀ ଓ ଇଂରାଜୀ ସବ ଟାଇଟେଲ ରାଜ୍ୟ ବାହାରେ ରିଲିଜ ହୋଇ ଫିଲ୍ମ ପ୍ରେମୀଙ୍କୁ ପସନ୍ଦ ଆପଣେଇ ପାରିଛି। ଆଗମୀ ଦିନରେ ବାବୁ ଟଲିଉଡ଼ ନିଜ ସ୍ଥିତି ଜାହିର କରିବେ କି ନାହିଁ ଦେଖିବାକୁ ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।