ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସୁପର ଡ୍ଯାନ୍ସର ଚାପଟର ୪ର ବିଜେତା ହେଲେ ଆସାମର ଫ୍ଲୋରିନା ଗୋଗୋଇ

ସୁପର ଡ୍ଯାନ୍ସର ଚାପଟର ୪ର ବିଜେତା ହେଲେ ଆସାମର ଫ୍ଲୋରିନା ଗୋଗୋଇ

ଟିଭି ଶୋ ମଧ୍ୟରେ ଲୋକପ୍ରୀୟ ଡ୍ୟାନ୍ସିଂ ଶୋ ‘ସୁପର ଡ୍ୟାନ୍ସର ଚାପଟର ୪’ ସମସ୍ତଙ୍କ ହୃଦୟ ଜିତିଥିଲା। ଏଥିରେ ଅନ୍ୟ ୪ ପ୍ରତିଯୋଗୀଙ୍କୁ ମାତ ଦେଇ ଫ୍ଲୋରିନା ଗୋଗୋଇ ଟ୍ରଫିକୁ ନିଜ ନାମରେ କରି ନେଇଛନ୍ତି।

ସୁପର ଡ୍ଯାନ୍ସର ଚାପଟର ୪ର ବିଜେତା ହେଲେ ଆସାମର ଫ୍ଲୋରିନା ଗୋଗୋଇ
ସୁପର ଡ୍ଯାନ୍ସ ଶୋ ଜିତିଲେ ଫ୍ଲୋରିନା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 1:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ଟିଭି ଶୋ ମଧ୍ୟରେ ଲୋକପ୍ରିୟ ଡ୍ୟାନ୍ସିଂ ଶୋ ‘ସୁପର ଡ୍ୟାନ୍ସର ଚାପଟର ୪’ ସମସ୍ତଙ୍କ ହୃଦୟ ଜିତିଥିଲା। କିଛି ମାସ ହେବ ଟିଭି ପରଦାରେ ଧମାଲ କରୁଥିବା ଏହି ଶୋ’କୁ ଏବେ ମିଳିଯାଇଛି ଏହାର ବିଜେତା। ଏହାର ଗ୍ରାଣ୍ଡ ଫାଇନାଲ ବହୁତ ଆକର୍ଷଣୀୟ ଥିଲା। ଏଥିରେ ଅନ୍ୟ ୪ ପ୍ରତିଯୋଗୀଙ୍କୁ ମାତ ଦେଇ ଫ୍ଲୋରିନା ଗୋଗୋଇ ଟ୍ରଫିକୁ ନିଜ ନାମରେ କରି ନେଇଛନ୍ତି। ତେବେ ଏହି ଡ୍ୟାନ୍ସିଂ ମଇଦାନରେ ଫ୍ଲୋରିନା ବିଜେତା ହୋଇଥିବା ବେଳେ ନିଜର ନିଷ୍କପଟତା ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରୁଥିବା ପୃଥ୍ୱୀରାଜ ଶୋ’ର ରନରଅପ ହୋଇଛନ୍ତି। ଫାଇନାଲରେ ପ୍ରତିଯୋଗୀମାନଙ୍କ ବ୍ୟତୀତ ଜଜମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ଶୋ’ର ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଥିବା ଅନ୍ୟ ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକେଇ ଫ୍ଲୋରିନା ଗୋଗୋଇ ‘ସୁପର୍‌ ଡ୍ୟାନ୍ସର ଚାପ୍‌ଟର୍‌ ୪’ର ଟାଇଟଲ୍‌କୁ ନିଜ ନାମରେ କରିନେଇଛନ୍ତି। ତେବେ ଶୋ’ର ଟପ ଫାଇନାଲରେ ଆସାମର ଫ୍ଲୋରିନା ଗୋଗୋଇଙ୍କ ବ୍ୟତୀତ, ନୂଆଦିଲ୍ଲୀର ଈଶା ମିଶ୍ରା, ପଞ୍ଜାବର ସଞ୍ଚିତ ଚନ୍ନା, କର୍ଣ୍ଣାଟକର ପୃଥ୍ୱୀରାଜ, ମଧ୍ୟପ୍ରଦେଶର ନୀରଜ ସାମିଲ ଥିଲେ। ଫ୍ଲୋରିନା ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଜିତିଛନ୍ତି। ଏହି ଖୁସିରେ ଗୁରୁ ଦକ୍ଷିଣା ଭାବରେ ୫ ଲକ୍ଷ ଟଙ୍କା ତାଙ୍କ ସୁପର ଗୁରୁଙ୍କୁ ଦେଇଛନ୍ତି।

ଶୋ’ରେ ପୃଥ୍ୱୀରାଜ ରନରଅପ ହୋଇଥିବା ବେଳେ ପଞ୍ଚମ ସ୍ଥାନରେ ଈଶା, ଚତୁର୍ଥ ସ୍ଥାନରେ ନୀରଜ ଓ ତୃତୀୟ ସ୍ଥାନରେ ସଞ୍ଚିତ ରହିଛନ୍ତି। ତେବେ ଶୋ’ର ମୁଖ୍ୟ ଆକର୍ଷଣ ଥିଲା, ଫ୍ଲୋରିନା ମଞ୍ଚକୁ ଆସି ଡ୍ୟାନ୍ସ କରିବା ପୂର୍ବରୁ ତାଙ୍କ ପରିବାର ସେମାନଙ୍କ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ। ଏହା ପରେ ଫ୍ଲୋରିନା ନିଜ ସୁପର ଗୁରୁ ତୁଷାର ସେଟ୍ଟୀଙ୍କ ସହିତ ମଞ୍ଚରେ ଧମାକାଦାର ପ୍ରଦର୍ଶନ କରିଥିଲେ।

‘ସୁପର ଡ୍ୟାନ୍ସର ଚାପଟର ୪’ରେ ପୂର୍ବ ଭଳି ଶିଳ୍ପା ସେଟ୍ଟୀ, ଗୀତା କପୁର ଓ ଅନୁରାଗ ବସୁ ଜଜଭାବେ ଉପସ୍ଥିତ ଥିଲେ। ଫ୍ଲୋରିନାଙ୍କ ବିଜୟରେ ଉପସ୍ଥିତ ଜଜମାନେ ମଧ୍ୟ ଖୁସି ଥିବା ନଜର ଆସିଛନ୍ତି। ଶୋ’ର ଫାଇନାଲରେ ବିଶେଷ ଅତିଥି ଭାବେ ଜଣାଶୁଣା ରାପର୍ ବାଦଶାହ ଓ କୋରିଓଗ୍ରାଫର ରାଘବ ଜୁୟାଲ ଉପସ୍ଥିତ ଥିଲେ। ସେମାନେ ପ୍ରତିଯୋଗୀମାନଙ୍କୁ ଦେଖି ବହୁତ ପ୍ରଭାବିତ ହୋଇଥିଲେ। ଉଭୟ ଶିଳ୍ପା ସେଟ୍ଟୀଙ୍କ ସହିତ ଡ୍ୟାନ୍ସ ମଧ୍ୟ କରିଥିଲେ। ଲୋକେ ଏମାନଙ୍କ ଡ୍ୟାନ୍ସକୁ ଖୁବ୍ ପସନ୍ଦ କରିଥିଲେ। ଏହି ଅବସରରେ ମନୀଷ ପାଲ ନିଜ ନୂଆ ଡ୍ୟାନ୍ସ ରିଏଲିଟି ଶୋ’ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସରକୁ ପ୍ରମୋଟ୍ କରିବା ନେଇ ଏହି ମଞ୍ଚକୁ ଆସିଥିଲେ।
Published by: Soumya Das
First published: October 11, 2021, 1:13 PM IST