News 18 Odia Digital
ମୁମ୍ବାଇ : ଅନେକ ଆଶା ନେଇ ରିଲିଜ୍ ହୁଏ ଫିଲ୍ମ । କେଉଁ ଫିଲ୍ମ ହିଟ୍ ହେବ ଆଉ କେଉଁ ଫିଲ୍ମ ଫ୍ଲପ୍ ତାହା ରିଲିଜ୍ ପରେ ହିଁ ଜଣା ପଡ଼େ । ଫିଲ୍ମର ହିଟ୍ ଓ ପ୍ଳପର ଫଣ୍ଡା ବି ସରଳ । କାହାଣୀ, ଚରିତ୍ର, ମେକିଂ ଓ ଆଟିଷ୍ଟ୍ ଉପରେ ନିର୍ଭର କରେ ଫିଲ୍ମର ବିଜିନେସ୍ । ଦିନ ଥିଲା ଶହେ କୋଟି କ୍ଳବରେ ସାମିଲ ହେବା ପାଇଁ ଲାଗୁଥିଲା ପ୍ରତିଯୋଗିତା । ଏବେ କିନ୍ତୁ ହଜାରେ କୋଟିର ବିଜିନେସ୍ କରିବାକୁ ଟାର୍ଗେଟ କରୁଛନ୍ତି ଫିଲ୍ମ ମେକର । ଆଉ ଫିଲ୍ମ ଥରେ କ୍ଲିକ୍ କଲେ, ପଛକୁ ଚାହେଁନି ବକ୍ସ ଅଫିସ୍ କଲେକ୍ସନ । ଭାରତୀୟ ସିନେମା ଇତିହାସରେ ଏମିତି କିଛି ହାତ ଗଣତି ଫିଲ୍ମ ରହିଛି, ଯାହା ହଜାରେ କୋଟି କଲେକ୍ସନ୍ କ୍ଳବରେ ସାମିଲ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ କହିବୁ ସେମିତି କିଛି ଫିଲ୍ମ ସଂପର୍କରେ । ବକ୍ସ ଅଫିସରେ ପଠାନର ଜଲୱା ପରେ ଏହି ଚର୍ଚ୍ଚା ପୁଣି ଥରେ ଉଠିଛି ।
ହଜାରେ କୋଟି ବକ୍ସ ଅଫିସ୍ କଲେକ୍ସନରେ ଫିଲ୍ମ ‘ପଠାନ’ହଜାରେ କୋଟି ବକ୍ସ ଅଫିସ୍ କଲେକ୍ସନରେ ଫିଲ୍ମ ପଠାନର ଏଣ୍ଟ୍ରି । ରିଲିଜ୍ ପୂର୍ବରୁ ଅନେକ ବିବାଦକୁ ଆସିଥିଲା ଫିଲ୍ମ ପଠାନ୍ । କିନ୍ତୁ ରିଲିଜ୍ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଛି । ଫିଲ୍ମର ଆୟ ସମସ୍ତଙ୍କୁ ଚମକାଇ ଦେଇଛି । ଚଳିତ ବର୍ଷର ସର୍ବାଧିକ ଆୟକାରୀ ବଲିଉଡ୍ ଫିଲ୍ମ ହୋଇଛି ଫିଲ୍ମ ପଠାନ୍ । ୨୦୨୩ର ସଫଳତମ ଫିଲ୍ମ ଭାବେ ବିଶ୍ବସ୍ତରରେ ୧ ହଜାର ୨୬ କୋଟିରୁ ଅଧିକ ଇନକମ୍ କରିଛି ଫିଲ୍ମ ପଠାନ୍ । ଜାନୁଆରୀରେ ରିଲିଜ୍ ହୋଇଥିଲା ଲୋକପ୍ରିୟ ଅଭିନେତା ଶାହରୁଖ୍ ଖାନ୍ଙ୍କ ହାଇବଜେଟ୍ ସିନେମା ପଠାନ୍ । ମହାମାରୀ ପରେ ଏହା ହେଉଛି ପ୍ରଥମ ହିନ୍ଦୀ ଫିଲ୍ମ, ଯାହାର ରିଲିଜ୍ ପୂର୍ବରୁ ବିପୁଳ ମାତ୍ରାରେ ଟିକେଟ ବିକ୍ରି ହୋଇସାରିଥିଲା । ଫିଲ୍ମକୁ ନେଇ ଏତେ କ୍ରେଜ୍ ଥିଲା ଯେ, ଫାଷ୍ଟ ଡେ’ରେ ହିଁ ଏହା ୫୦ କୋଟି କଲେକ୍ସନ୍ କରିଥିଲା । ଏକକାଳୀନ ୧୦୦ ଦେଶରେ ରିଲିଜ୍ ହୋଇଥିଲା ପଠାନ୍ । ୟଶ୍ ରାଜ୍ ଫିଲ୍ମ ବ୍ୟାନର୍ରେ ନିର୍ମିତ ଏସ୍ଆର୍କେଙ୍କ ‘ପଠାନ୍’ ର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ଶାହରୁଖ ଓ ଦୀପିକା ପାଦୁକୋନ୍ଙ୍କ ଲଭ୍ ରୋମାନ୍ସ ସାଙ୍ଗକୁ ଜନ୍ ଆବ୍ରାହମ୍ଙ୍କ ଦମ୍ଦାର ଆକ୍ସନର ମଜା ଉଠାଉଛନ୍ତି ଦର୍ଶକ । ୨୫୦ କୋଟି ଟଙ୍କାରେ ନିର୍ମିତ ପଠାନ୍ ହଜାରେ କୋଟି କ୍ଲବରେ ସାମିଲ୍ ହୋଇଛି ।
ପ୍ରଥମେ ହଜାରେ କୋଟି କ୍ଳବରେ ସାମିଲ ହୋଇଥିଲା ଫିଲ୍ମ ‘ଦଙ୍ଗଲ୍’ତେବେ ଭାରତୀୟ ସିନେମା ଭାବେ ସର୍ବ ପ୍ରଥମେ ହଜାରେ କୋଟି କ୍ଳବରେ ସାମିଲ ହୋଇଥିଲା ଫିଲ୍ମ ଦଙ୍ଗଲ୍ । ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ଦଙ୍ଗଲ ୱାର୍ଡ ୱାଇଡ୍ ୨ ହଜାର ୨୪ କୋଟି ଇନକମ୍ କରିଥିଲା । ହରିୟାଣାର ରେସଲର୍ ମହାବୀର ସିଂ ଫୋଗାଟଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଦଙ୍ଗଲ୍’ । ୨୦୧୬ ଡିସେମ୍ବର ୨୩ ତାରିଖରେ ରିଲିଜ୍ ହୋଇଥିବା ଦଙ୍ଗଲରେ ଆମୀର୍ ବିପକ୍ଷରେ ଥିଲେ ଛୋଟ ପରଦାର ବଡ ନାୟିକା ସାକ୍ଷୀ ତନୱର୍ । ଫିଲ୍ମର ନିରଦଶନା ନିତେଶ୍ ତିୱାରୀ ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଥିଲେ ନିଜେ ଆମୀର୍ ଖାନ୍ । ଫିଲ୍ମ ଦଙ୍ଗଲ ଦେଶରେ ୫୧୨ କୋଟିର କଲେକ୍ସନ କରିଥିବା ବେଳେ ବିଦେଶରେ ଦେଢ଼ ହଜାର କୋଟିରୁ ଅଧିକ ବିଜିନେସ୍ କରିଥିଲା । ବର୍ତ୍ତମାନ ସୁଦ୍ଧା ୭୦ କୋଟିର ଫିଲ୍ମ ଦଙ୍ଗଲ ୨,୦୨୪ କୋଟିର ବିଜିନେସ୍ କରିଛି ।
୯ ହଜାର ସ୍କ୍ରିନରେ ମୁକ୍ତିଲାଭ କରିଥିଲା ‘ବାହୁବଳୀ- ଦ କନକ୍ଲୁଜନ୍’ସେହିପରି ଫିଲ୍ମ ବାହୁବଳୀ- ଦ କନକ୍ଲୁଜନ୍ । ଏସ୍ ଏସ୍ ରାଜାମୌଲିଙ୍କ ବହୁ ଚର୍ଚ୍ଚିତ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଳୀ ୨ । ବାହୁବଳୀ-ଦି ବିଗିନିଙ୍ଗର ଅବିଶ୍ୱନୀୟ ସଫଳତା ପରେ ବାହୁବଳି-୨କୁ ଦେଖିବା ପାଇଁ ଲୋକଙ୍କ ଭିତରେ ଥିଲା ଉତ୍କଣ୍ଠା । ୨୮ ଏପ୍ରିଲ୍ ୨୦୧୭ରେ ସାରା ବିଶ୍ୱରେ ପ୍ରାୟ ୯ ହଜାର ସ୍କ୍ରିନରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ । ମୁକ୍ତିଲାଭ କରିବା ପୂର୍ବରୁ ତ, ବାହୁବଳୀ-୨, ୫ଶହ କୋଟିର ବ୍ୟବସାୟ କରିସାରିଥିଲା । ତେଣୁ ହଜାରେ କୋଟି କ୍ଳବରେ ସାମିଲ ହେବା ତା ପାଇଁ ଥିଲା ଅତି ସହଜ । ସାଉଥ୍ ସୁପରଷ୍ଟାର୍ ପ୍ରଭାସ ଅଭିନିତ ବାହୁବଳୀ-୨, ଉଭୟ ତାମିଲ ସମେତ ହିନ୍ଦୀ, ତେଲୁଗୁ, ମାଲାୟଲମ ଓ ଇଂରାଜୀ ଭାଷାରେ ଫିଲ୍ମ ମୁକ୍ତିଲଭା କରିଥିଲା । କଟ୍ଟପ୍ପା ବାହୁବଳୀଙ୍କୁ କାହିଁକି ମାରିଲା ତାର ଉତ୍ତର ଖୋଜୁ ଖୋଜୁ ଫିଲ୍ମ କଲା ୧୮ ଶହ କୋଟିର ବିଜିନେସ୍ । ସାରା ଦେଶରେ ଏହି ଫିଲ୍ମ ୧୪ ଶହ ୨୯ କୋଟିର ବିଜିନେସ୍ କରିଥିବା ବେଳେ ବିଶ୍ବରେ ୩୮୧ କୋଟିର କଲେକ୍ସନ କରିଥିଲା ।
ବାହୁବଳୀର ସଫଳତାକୁ ଦୋହରାଇଥିଲା ଫିଲ୍ମ ‘RRR’ବାହୁବଳୀର ସଫଳତାକୁ ପୁଣି ଥରେ ଦୋହରାଇଥିଲେ ଡିରେକ୍ଟର ରାଜାମୌଲି । ଗତବର୍ଷ ମାର୍ଚ୍ଚ ୨୫ରେ ହଲକୁ ଆସିଥିବା ଫିଲ୍ମ RRR ମଧ୍ୟ ସାମିଲ ହୋଇଛି ହଜାରେ କୋଟି କ୍ଳବରେ । ଏନ୍ ଟି ରାମାରାଓ ଜୁନିଅର୍, ରାମଚରଣ , ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଅଭିନିତ ଏହି ଫିଲ୍ମ ବିଶ୍ବସ୍ତରରେ ୧୨୬୦ କୋଟିର ବିଜିନେସ୍ କରିଛି । ୫୫୦ କୋଟିର ଫିଲ୍ମ RRR, ଭାରତରେ ୯୪୪ କୋଟିର ବିଜିନେସ୍ କରିଥିବା ବେଳେ ବିଦେଶରେ ବକ୍ସ ଅଫିସ୍ କଲେକ୍ସନ ଥିଲା ୩୦୬ କୋଟି ଟଙ୍କା ।
ବଲିଉଡ୍ ଓ ଟଲିଉଡ୍ ଆର୍ଟିଷ୍ଟଙ୍କ ଫେଣ୍ଟା ଫେଣ୍ଟି ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’ସେହିପରି ୨୦୨୨ରେ ରିଲିଜ୍ ହୋଇଥିବା ଫିଲ୍ମ କେ ଜି ଏଫ୍ ଚାପ୍ଟର-୨ ଫିଲ୍ମ ମଧ୍ୟ ହଜାରେ କୋଟି କ୍ଳବରେ ହୋଇଥିଲା ସାମିଲ୍ । ପ୍ରଶାନ୍ତ ନିଲ୍ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କ ଧଡକନ୍ ପାଲଟିଯାଇଥିଲା । ୧୪ ଏପ୍ରିଲ୍ ୨୦୨୨ରେ ରିଲିଜ୍ ହୋଇଥିଲା, ବଲିଉଡ୍ ଓ ଟଲିଉଡ୍ ଆର୍ଟିଷ୍ଟଙ୍କ ଫେଣ୍ଟା ଫେଣ୍ଟି ଫିଲ୍ମ କେଜିଏଫ୍ ଚାପ୍ଟର-୨ । ୟସ୍ ଓ ସଞ୍ଜୟ ଦତ୍ତ ଅଭିନିତ ଏହି ଫିଲ୍ମ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ଶହେ କୋଟି । କିନ୍ତୁ ଏହାର ବକ୍ସ ଅଫିସ୍ କଲେକ୍ସନ ଥିଲା ୧୨୫୦ କୋଟି ଟଙ୍କା । ‘କେଜିଏଫ୍ ଚାପ୍ଟର-୨’ ଡଭାନ୍ସ ବୁକିଂରୁ ହିଁ ଜଣା ପଡିଥିଲା ଏହା ବକ୍ସ ଅଫିସରେ କମାଲ୍ କରିବ । ଭାରତରେ ୧୦୦୮ କୋଟି କଲେକ୍ସନ କରିଥିବା ବେଳେ ବିଦେଶରେ ୨୪୨ କୋଟି ଟଙ୍କାର ବିଜିନେସ୍ କରିଥିଲା ଫିଲ୍ମ କେ ଜି ଏଫ୍ ଚାପ୍ଟର-୨ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।