News18 Odia Digital
Story of Man Behind ‘Naatu Naatu’ Hook-up Steps: ଏସଏସ ରାଜମୌଲିଙ୍କ (SS Rajamouli) ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ‘RRR’ର ଲୋକପ୍ରିୟ ଗୀତ 'ନାଟୁ ନାଟୁ' (Natu Natu song) କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଢେର ପ୍ରଶଂସା ପାଇଛି।
୯୫ତମ ଏକାଡେମିକ ଆୱାର୍ଡରେ ଶ୍ରେଷ୍ଠ ମୂଳ ଗୀତ ଭାବରେ ଓସ୍କାର (Oscar) ଜିତିଥିବା ଏହି ଗୀତରେ ଏମଏମ କୀରାୱାନୀ ସଙ୍ଗୀତ ଦେଇଛନ୍ତି। ଏହାର ଗୀତିକାର ଚନ୍ଦ୍ରବୋସ, କାଲ ଭୌରବ ଓ ରାହୁଲ ସିପ୍ଲୀଗୁଞ୍ଜ ରହିଥିବା ବେଳେ କୋରିଓଗ୍ରାଫି କରିଛନ୍ତି ପ୍ରେମ ରକ୍ଷିତ (Prem Rakshith)।
'ନାଟୁ ନାଟୁ'ର ଅର୍ଥ ହେଉଛି ନାଚିବା। ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଏହି ସୁନ୍ଦର ନାଚ ପାଇଁ ଦୁହେଁ ବହୁ ପ୍ରଶଂସିତ ହୋଇଛନ୍ତି। ଏହି ଗୀତରେ ପ୍ରେମ ରକ୍ଷିତ ଏତେ ୟୁନିକ ଷ୍ଟେପ ରଖିଛନ୍ତି ଯେ, ନଚାହୁଁଥିବା ଲୋକଙ୍କ ପାଦ ମଧ୍ୟ ଉଠିଯାଉଛି ଗୀତ ଶୁଣିବା ମାତ୍ରେ। ହେଲେ ଆପଣମାନେ ଜାଣନ୍ତି କି ଆଜି ଲୋକପ୍ରିୟ କୋରିଓଗ୍ରାଫର ସାଜିଥିବା ପ୍ରେମ ରକ୍ଷିତ ଏହି ସ୍ଥାନରେ ପହଞ୍ଚିବା ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। ସମୟ ଥିଲା ଯେତେବେଳେ ପ୍ରେମ ରକ୍ଷିତଙ୍କ ଘରେ ପେଟ ଭରି ଖାଇବା ପାଇଁ ଖାଦ୍ୟ ମଧ୍ୟ ନଥିଲା।

'ନାଟୁ ନାଟୁ' କୋରିଓଗ୍ରାଫରଙ୍କ ସଘଂର୍ଷମୟ କାହାଣୀ
ସଫଳ କୋରିଓଗ୍ରାଫର୍ ପ୍ରେମ ରକ୍ଷିତ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ତେବେ ତାଙ୍କ ପରିସ୍ଥିତି ଏଭଳି ହୋଇଥିଲା ଯେ ସେ ତାଙ୍କ ଜୀବନ ହାରିଦେବା ପାଇଁ ମଧ୍ୟ ଭାବିଥିଲେ। ପ୍ରେମଙ୍କ ଏହି କାହାଣୀ ଶୁଣିବା ପରେ ଆପଣମାନଙ୍କୁ ଏମିତି ଲାଗିବ କି 'ଅସୁବିଧା ଯେତେବି ଆସୁ, ଯଦି ସାହସ ଓ ଧର୍ଯ୍ୟ ରଖିବ ତେବେ ଖରାପ ସମୟ ଭଲରେ ପରିଣତ ହେଇଯିବ'। ପ୍ରେମ ଏହା କେବେ ଭାବିନଥିଲେ କି ଦିନେ ତଙ୍କ କାମକୁ ନେଇ ସାରା ବିଶ୍ୱ ସ୍ତରରେ ଚର୍ଚ୍ଚା ହେବ।
ସେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘‘ମୁଁ ବହୁତ କଷ୍ଟରେ ୧୦ମ ପାସ୍ କରି ଟେଲର କାମ କରୁଥିଲି। ଏହା ୧୯୯୪ର କଥା। ଗୋଟେ ଦିନ ମୁଁ ଯେତେବେଳେ ଘରକୁ ଫେରିଲି, ମୋର ଛୋଟ ଭାଇ ଯିଏ କଥା କହିପାରୁନଥିଲା କି ଶୁଣିପାରୁନଥିଲା, ତା'ର ପେଟରେ ଜୋରରେ ଯନ୍ତ୍ରଣା ହେବାସହ ସେ କଷ୍ଟରେ ଛଟପଟ ହେଉଥିଲା। ମାଆ କହିଲେ କି ତାଙ୍କ ଭାଇ ଦୁଇ ଦିନ ହେଲା କିଛି ଖାଇନି। ସେତେବେଳେ ମାଆଙ୍କ ପାଖରେ ଏକ ଛୋଟ ରୂପା ସିନ୍ଦୂର ଫରୁଆ ଥିଲା , ଏହାକୁ ନେଇ ପାଖରେ ଥିବା ଔଷଧ ଦୋକାନକୁ ଗଲି ଓ ଦୋକାନି ସିନ୍ଦୂର ଫରୁଆ ରଖି ୨୦ଟଙ୍କା ଦେଲା। ମୁଁ ସେହି ୨୦ ଟଙ୍କାରେ ଘରକୁ ଚାଉଳ କିଣିକି ଆଣିଥିଲି ଓ ଆମେ ସମସ୍ତେ ମିଶି ଖାଇଥିଲୁ।’’
ପ୍ରେମ ରକ୍ଷିତ ଆହୁରି କହିଥିଲେ, ଏହାର ପରଦିନ ଗୁରୁବାର ଥିଲା ଓ ମୁଁ ସାଇ ବାବାଙ୍କ ମନ୍ଦିର ଗଲି। ଆର୍ଥିକ ସଙ୍କଟ ଅସୁବିଧାରେ ମୁଁ ମନ୍ଦିର ବାହାରକୁ ଆସି ଜୀବନ ହାରି ଦେବା ପାଇଁ ଭାବିଲି। ଅନ୍ୟଠାରୁ ଉଧାରରେ ନେଇଥିବା ସାଇକେଲରେ ମରିନା ବେଳାଭୂମିକୁ ଗଲି, ଓ ପୁଣି ଭାବିଲି ଏଇଟା ଯାହାର ସାଇକେଲ ସେ ଅସୁବିଧାରେ ପଡ଼ିବ।’’
ପ୍ରକାଶ ଥାଉକି ପେର ପ୍ରେମ ରକ୍ଷିତ ନାଚ ଶିଖିବା ଆରମ୍ଭ କରିଥିଲେ। କୋରିଓଗ୍ରାଫର ହେଲେ ଏବଂ ଟଙ୍କା ପାଇଁ ରାଜାମୌଲୀ ଓ କିରୱାନୀଙ୍କ ପିଲାଙ୍କୁ ନାଚ ଶିଖାଇଲେ। ପ୍ରେମ ଏବେ ଜଣେ ସଫଳ କୋରିଓଗ୍ରାଫର ତଥାପି ସେ ତାଙ୍କ ଖରାପ ସମୟକୁ ଏବେ ମଧ୍ୟ ଭୁଲି ନାହାଁନ୍ତି। ସେ ରାସ୍ତାକଡ଼ରେ ଥିବା ପ୍ରତିଭାକୁ ସୁଯୋଗ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।