News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଜାଗର ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଆ ହାସ୍ୟାଭିନେତା ପପୁ ପମ୍ପମ୍ଙ୍କ ମଞ୍ଚ ଉପରକୁ ପଥର ମାଡ଼ ହୋଇଛି।
ଶିବରାତ୍ରୀ ଅବସରରେ ସୁରଳ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । କାର୍ଯ୍ୟକ୍ରମର ଆରମ୍ଭ ହେବାର କିଛି ସମୟ ପରେ ପପୁ ପମପମ ମଞ୍ଚ ଉପରକୁ ଆସିଥିଲେ। ଏହି ସମୟରେ ହଠାତ୍ ମଞ୍ଚ ଉପରକୁ ପଥର ମାଡ ହୋଇଥିଲା । ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନରେ ଯାଇ ପଛ ପଟେ ଥିବା ଡିଜିଟାଲ ଡିସପ୍ଲେ ବୋର୍ଡକୁ ବାଜିବାରୁ ତାହା ଭାଙ୍ଗି ଯାଇଥିଲା । ପରେ ଆଉ ଏକ ପଥର ମଞ୍ଚ ଉପରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ବାଜିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ ପମପମ କାର୍ଯ୍ୟକ୍ରମ ଅଧାରୁ ପଳାଇଥିଲେ ।
ପ୍ରସବର ୩ ଘଣ୍ଟା ପରେ ବୋର୍ଡ ପରୀକ୍ଷା ଦେଲେ ମହିଳାରାତି ପ୍ରାୟ ୧୧ଟା ବେଳେ ପପୁ ମଞ୍ଚ ଉପରକୁ ଆସିଥିଲେ। ସୁରଳ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ଗ୍ରାମର ନାମକରଣର ଯଥାର୍ଥତା ସମ୍ପର୍କରେ କହିଥିଲେ। ସୁରଳ ଗ୍ରାମବାସୀ ଅତ୍ୟନ୍ତ ସରଳ ଓ ନିଷ୍କପଟ ବୋଲି କହିଥିଲେ। ଏହି ସମୟରେ ହଠାତ୍ କିଛି ଉତ୍ତ୍ୟକ୍ତ ଲୋକ ମଞ୍ଚ ଉପରକୁ ପଥରମାଡ଼ ଆରମ୍ଭ କରି ଦେଇଥିଲେ। ତେବେ ପଥର ପପୁଙ୍କ ଦେହରେ ସୌଭାଗ୍ୟବଶତଃ ନବାଜି ଡିସ୍ପ୍ଲେ ବୋର୍ଡ଼ରେ ବାଜିଥିଲା। ଆଖିବୁଜା ପଥରମାଡ଼ ହେବାରୁ ପ୍ରାଣବିକଳରେ ସମସ୍ତେ ଦୌଡ଼ିଥିଲେ। କିଛି ଉତ୍ତ୍ୟକ୍ତ ଯୁବକ ମଞ୍ଚ ଉପରକୁ ଚଢ଼ି ଯାଇଥିଲେ। ପପୁ ମଞ୍ଚ ଉପରେ ସମସ୍ତଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବା ସହ ସ୍ବାଭାବିକ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଟେକାପଥର ମାଡ଼ ନକରିବାକୁ କହିଥିଲେ।
ତେବେ କେଉଁ କାରଣ ଯୋଗୁଁ ପଥର ମାଡ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏନେଇ ସ୍ଥାନୀୟ ଥାନାରେ ମଧ୍ୟ କିଛି ଅଭିଯୋଗ ହୋଇନଥିବା ଜଣାପଡିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।