ଷ୍ଟାର୍ ଫ୍ୟାମିଲି ଫାଇଟ୍; ସିନେ ସମୀକ୍ଷକ କହିଲେ ଶାନ୍ତି ହୋଇନାହାନ୍ତି ତୃପ୍ତି
News 18 Odia Digital
ଭୁବନେଶ୍ଵର; ଜନ୍ମଦିନ ପୂର୍ବରୁ ବାବୁସାନ କହୁଥିଲେ ତୃପ୍ତି ଆମ ଘରକୁ ଆସିବେ । ସେ ନ ଆସିଲେ ମୁଁ ଯିବି ତାଙ୍କ ଘରକୁ ସାଥିରେ ନେଇ ଆସିବି । ମୋ ଜନ୍ମଦିନ ପାଳନରେ ଉପସ୍ଥିତ ରହିବେ ମୋ ପୁଅ ଓ ପତ୍ନୀ । ହେଲେ ସରିଗଲା ଜନ୍ମଦିନ ପାଳନ କିନ୍ତୁ ସେପରି କିଛି ହେଲାନି । ଜ୍ୱାଇଁ ଜନ୍ମଦିନ ପାଳନରେ ଝିଅ,ନାତି ଆସିଲେ ନାହିଁ । କେବଳ ଶ୍ଵଶୁର ଜନ୍ମଦିନରେ ଉପସ୍ଥିତ ଥିଲେ । ଯାହାକି ବାବୁଶାନ୍ - ତୃପ୍ତି ମଧ୍ୟରେ ଥିବା ବିବାଦକୁ ଆହୁରି ବଢାଇ ଦେଇଛି । ମଧ୍ୟସ୍ଥି, ସିନେ ସମୀକ୍ଷକ, ବୁଦ୍ଧିଜୀବୀ, ସିନେପ୍ରେମୀ, ଆଇନଜୀବୀଙ୍କ ଆକଳନ ଗଣିତକୁ ଗଡବଡ କରିଦେଇଛି ।
ବାଲକୋନୀକୁ ଯାଇ ହାତ ହଲାଇ ସନ୍ଦେଶ ଦେବା, ରାତି ୧୦ ରେ ଘର ଗେଟ୍ ଭିତରେ ଥାଇ ସାମ୍ୱାଦିକଙ୍କୁ ମିଠା କଥା କହିବା, ସୋସିଆଲ ମିଡ଼ିଆରେ ସନ୍ଦେଶ ପଠାଇବା ଦେଖି ଅନେକ ଭାବି ନେଇଥିଲେ କି ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିଯିବ । ଏକାଠି ହେବେ ବାବୁଶାନ୍ ତୃପ୍ତି । ସେ ଆକଳନ ମଧ୍ୟ ଭୁଲ ବୋଲି ପ୍ରମାଣିତ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଆସିଲେ ନାହିଁ ତୃପ୍ତି ? ଭାଇରାଲ୍ ଅଡିଓ ସୃଷ୍ଟି କରିଛି କି ଅଡ଼ୁଆ । ହୋଟେଲ ଭିତରର ଫୁଟେଜ ତୃପ୍ତିଙ୍କୁ ଅଶାନ୍ତ କରି ଦେଇଛି କି ? ନା ସମାଧାନ ରାସ୍ତା ବାହାରକୁ ବାହାରିବା ପୂର୍ବରୁ ତୃପ୍ତି କିଛି ସର୍ତ୍ତ ରଖିଛନ୍ତି ? ଯାହା ବାବୁଶାନଙ୍କ ପାଇଁ ହଜମ ହେଉନି । ଏ ନେଇ ବରିଷ୍ଠ ସିନେ ସମୀକ୍ଷକ ଦିଲିପ ହାଲି କହିଛନ୍ତି, ତୃପ୍ତି ଅଡିଓ ଶୁଣିଛନ୍ତି ଓ ଭିଡିଓ ଦେଖିଛନ୍ତି । ତା ସହିତ ପ୍ରକୃତି ଓ ବାବୁଶାନଙ୍କ ଲିଭ୍ ଇନ ରିଲେସନସିପ କଥା ଏ ବିବାଦକୁ ଆହୁରି ବଢାଇ ଦେଇଛି । ଯଦି ସ୍ବାମୀ, ସ୍ତ୍ରୀଙ୍କ ଭିତରେ ବେଶୀ ଦୂରତା ନଥାନ୍ତା ତେବେ ଜନ୍ମ ଦିନରେ ଦୁହେଁ ଏକାଠି ହୋଇପାରିଥାନ୍ତେ ।
ସେପଟେ ପ୍ରଯୋଜକ ଲିଟୁ ମହାନ୍ତି କହିଛନ୍ତି,ଏହି କଳି ଏବେ ତୃତୀୟ ପକ୍ଷକୁ ନେଇ । ପ୍ରଥମ ପକ୍ଷ ବାବୁଶାନ୍, ଦ୍ୱିତୀୟ ପକ୍ଷ ତୃପ୍ତି, ତୃତୀୟ ପକ୍ଷ ପ୍ରକୃତି । ବାବୁସାନ କହିଛନ୍ତି ସମୟ ଆସିଲେ ସବୁ କହିବି । ପ୍ରକୃତି କହିଛନ୍ତି ଠିକ୍ ସମୟ ଆସିଲେ ଠିକ୍ କଥା କହିବି । ଦୁଇଜଣଙ୍କ ଏହି ବୟାନ ହିଁ ଅନେକ ପ୍ରଶ୍ନ ଭରିଛି ତୃପ୍ତିଙ୍କ ମନରେ । ସେପଟେ ଅଭିନେତା ରବି ମିଶ୍ର କହିଛନ୍ତି, ଘଟଣାର ଖୁବ ଶୀଘ୍ର ହେବ ସମାଧାନ । ପ୍ରଶ୍ନ ଉଠୁଛି, ପ୍ରକୃତ ପ୍ରଶ୍ନର ଉତ୍ତର ଦେବାକୁ ପରିବାର ଲୋକଙ୍କୁ ଏତେ ଡର କାହିଁକି । କାହିଁକି ବାବୁସାନ ମହାନ୍ତି ଗଣମାଧ୍ୟମ ଆଗକୁ ଆସୁ ନାହାନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।