ପ୍ରଥମ ଥର ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା; ଅଭିଯୋଗର ସତ୍ଯତା ଜଣାଇ କହିଲେ...

ସ୍ତ୍ରୀ କରିଥିବା ଅଭିଯୋଗକୁ ହ୍ୟୁମାନ ମିଛ କହୁଥିବାବେଳେ ଶ୍ରୀୟା କହିଲେ ଏମିତି କଥା....

ପ୍ରଥମ ଥର ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା

ପ୍ରଥମ ଥର ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ : ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମିଶ୍ରଙ୍କ ମଧ୍ୟ ପାରିବାରିକ କଳହ ଏବେ ଚରମ ସୀମାରେ ପହଞ୍ଚିଛି। ଗତକାଲିର କାଉନସିଲିଂ ପରେ ଆଜି ଗଣମାଧ୍ୟାମ ସାମନାରେ ମୁହଁ ଖୋଲିଛନ୍ତି ଉଭୟ ହ୍ୟୁମାନ ଓ ତାଙ୍କ ମା ଶେଫାଳୀ। ଶ୍ରୀୟାଙ୍କ ବିରୁଦ୍ଧରେ ଉଭୟ ଆଜି ବିଶେଷ କିଛି କହିନଥିଲେ ମଧ୍ୟ ଶ୍ରୀୟାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ସତ୍ୟତା ନଥିବା କଥାକୁ ପୁଣି ଥରେ ଉଭୟ ଦୋହରାଇଛନ୍ତି।

ହ୍ୟୁମାନ-ଶ୍ରୀୟାଙ୍କ ପାରିବାରିକ ଝଗଡ଼ା: ଧର୍ମାନ୍ତରୀକରଣ କଥାରେ ମୁହଁ ଖୋଲିଲେ ଗାୟକଙ୍କ ମା'


ସେପଟେ ପ୍ରଥମ ଥର ଲାଗି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ନ୍ୟୁଜ 18 ଓଡ଼ିଆ ଡିଜିଟାଲ ପକ୍ଷ ଶ୍ରୀୟାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି କି "ହ୍ୟୁମ୍ୟାନ ଓ ତାଙ୍କ ପରିବାର ଲୋକେ କେବଳ ନାଟକବାଜି କରୁଛନ୍ତି । ମୁଁ ଏତାଲାରେ ଉଲ୍ଲେଖ କରିଥିବା ସମସ୍ତ କଥା ସତ । ଏହାର ପ୍ରମାଣ ମୋ ପାଖରେ ରହିଛି ଓ ସେହି ସମସ୍ତ ପ୍ରମାଣକୁ ସେ ସଠିକ ସମୟରେ ଉପସ୍ଥାପନ କରିବି।  ଆସନ୍ତା ସୋମବାର ଦିନ ଆମକୁ ପୁଣି ଥରେ କଟକ ମହିଳା ଥାନାକୁ ଡକାଯାଇଛି । ସେହି ଦିନକୁ ଅପେକ୍ଷା ରହିଛି ତା ପରେ ମୁଁ ସବୁ କିଛି କଥା ଗଣମାଧ୍ୟମ ସାମନାରେ ରଖିବି," ମତ ଦେଇଛନ୍ତି ଶ୍ରୀୟା ।

ମୁହଁ ଖୋଲିଲେ ହ୍ୟୁମାନ ସାଗର; କହିଲେ ସବୁ ଅଭିଯୋଗ ମିଛ


ସେପଟେ ଶ୍ରୀୟାଙ୍କ ଓକିଲଙ୍କୁ ଏନେଇ ପଚରାଯିବାରୁ ସେ ଗତକାଲି ଭଳି ଆଜି ମଧ୍ୟ ହ୍ୟୁମାନଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି । ହ୍ୟୁମ୍ୟାନ ସାଗର ଜଣେ ମାନସିକ ବିକାରଗସ୍ତ ରୋଗୀ । ସେ ଏଭଳି ବାଚାଳାମି ପୂର୍ବରୁ ମଧ୍ୟ କରିଛନ୍ତି । ତାଙ୍କର ମା'ଙ୍କର ଅନେକ ଭିଡିଓ ଶ୍ରୀୟା ପାଖରେ ରହିଛି । ଆବଶ୍ୟକ ସ୍ଥଳେ  ସେହି ସବୁ ପ୍ରମାଣକୁ କୋର୍ଟରେ ଦାଖଲ କରାଯିବ । ଏହି କଳି ଆଉ ସମାଧାନ ହେବା ସମ୍ଭବ ନୁହେଁ । ଯଦି ଜଗନ୍ନାଥ ଚାହିଁବେ ସମାଧାନ ହେବ । କିନ୍ତୁ ଯେଉଁ ଭଳି ଆରୋପ ପ୍ରତ୍ୟାରୋପ ହେଉଛି ତାକୁ ଦେଖି ଏହା ଆଉ ସମ୍ଭବ ନୁହେଁ'   ବୋଲି କହିଛନ୍ତି ଶ୍ରୀୟଙ୍କ ଆଇନଜୀବୀ ଅନୀଲ ରାୟ ।

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର; ପତ୍ନୀ ଆଣିଛନ୍ତି ନିର୍ଯାତନା ଅଭିଯୋଗ


ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ଚାଲିଥିଲା ପାରିବାରିକ ଝଗଡ଼ାର ଅନ୍ତ ହେଉ ବୋଲି ରାଜ୍ୟବାସୀ ଚାହୁଁଥିବା ବେଳେ ଉଭୟ ପକ୍ଷଙ୍କ ପ୍ରତିକ୍ରିୟା ଶୁଣି ଏପରି ହେବା ଆଶା କ୍ଷୀଣ ଥିବା ପରି ଲାଗୁଛି । ତେବେ ସୋମବାର ଦିନ ଉଭୟ ପକ୍ଷ କଟକ ମହିଳା ଥାନାରେ ହାଜର ହେବା ପରେ ଏହି ମାମଲା ଆଗକୁ କେଉଁ ମୋଡ ନେଉଛି ତାହା ସ୍ପଷ୍ଟ ହୋଇଯିବ ।
Published by:Soumya Das
First published: