ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବଲିଉଡ଼ରେ ଧମାକା କରିବେ ୟୋହାନୀ; ମନିକେ ମାଗେ ହିତେର ହିନ୍ଦୀ ଭର୍ସନ ଗାଇବେ

ବଲିଉଡ଼ରେ ଧମାକା କରିବେ ୟୋହାନୀ; ମନିକେ ମାଗେ ହିତେର ହିନ୍ଦୀ ଭର୍ସନ ଗାଇବେ

ଆଗକୁ ଆସୁଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରର ଫିଲ୍ମ ‘ଥ୍ୟାଙ୍କ ଗଡ’। ଏଥିରେ ୟୋହାନୀ ଗୀତ ଗାଉଥିବା ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ସିଙ୍ଗିଗ ଡେବ୍ୟୁ କରିବେ।

ବଲିଉଡ଼ରେ ଧମାକା କରିବେ ୟୋହାନୀ; ମନିକେ ମାଗେ ହିତେର ହିନ୍ଦୀ ଭର୍ସନ ଗାଇବେ
ବଲିଉଡ଼ରେ ହିନ୍ଦୀ ଗୀତ ଗାଇବେ ୟୋହାନୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 20, 2021, 11:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ : ଶ୍ରୀଲଙ୍କାର ଭାଇରାଲ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ ବସ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେସନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ତାଙ୍କର ଏହି ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଯେ ୟୋହାନୀ ଖୁବ୍ ଶିଘ୍ର ବଲିଉଡରେ ସିଙ୍ଗିଗ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗକୁ ଆସୁଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରର ଫିଲ୍ମ ‘ଥ୍ୟାଙ୍କ ଗଡ’। ଏଥିରେ ୟୋହାନୀ ଗୀତ ଗାଉଥିବା ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ସିଙ୍ଗିଗ ଡେବ୍ୟୁ କରିବେ।

ଇନ୍ଦ୍ର କୁମାରରଙ୍କ ଏହି ଫିଲ୍ମରେ ଅନେକ ଷ୍ଟାର ଦେଖିବାକୁ ମିଳିବେ। ଏହି ଫିଲ୍ମରେ ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ମୁଖ୍ୟ ଭୂମିକାରେ ନଜର ଆସିବେ। ସବୁଠାରୁ ବଡ଼ କଥା ହେଲା ୟୋହାନୀ ଏହି ଫିଲ୍ମରେ ସେ ଗାଇଥିବା ‘ମନିକେ ମାଗେ ହିତେ’ ଗୀରର ହିନ୍ଦୀ ଭର୍ସନ ଗାଇବେ। ଏହି ଗୀତର ମ୍ୟୁଜିକ ତନିଷ୍କ ବାଗଚୀ ଦେବେ।

ଏହି ଗୀତକୁ ରଶ୍ମୀ ବିରାଗ ଲେଖୁଥିବା ବେଳେ ଟି ସିରିଜ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛି। ଏଥିରେ ୟୋହାନୀ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ତାଙ୍କୁ ହିନ୍ଦୀ ଗୀତ ଗାଇବାର ଦେଖିବା ନିହାତି ମଜାଦାର ହେବ। ଏ ବିଷୟରେ ନିଜେ ଇନ୍ଦ୍ର କୁମାର ସୂଚନା ଦେଇଛନ୍ତି। ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିବାରୁ ୟୋହାନୀ ମଧ୍ୟ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ବହୁତ ଖୁସି ଥିବା ନଜର ଆସନ୍ତି। ଖୁବ ଶିଘ୍ର ସେ ଗୀତ ରେକର୍ଡିଂ ଆରମ୍ଭ କରିବେ।

ପ୍ରକାଶଥାଉ ଯେ ୟୋହାନୀ ଯେତେବେଳେ ସଲମାନ ଖାନଙ୍କ ସହ ବିଗ୍ ବସ୍‌ରେ ସାମିଲ୍ ହୋଇଥିଲେ ସେ ତାଙ୍କୁ ମଧ୍ୟ ‘ମନିକେ ମାଗେ ହିତେ’ ଗାଇବାକୁ ଅନୁରୋଧ କରିଥିଲେ। ଏହି ଗୀତକୁ ସଲମାନ ନିଜ ଢଙ୍ଗରେ ଗାଇଥିଲେ। ଅନ୍ୟପକ୍ଷରେ ୟୋହାନୀଙ୍କ ଏହି ଡେବ୍ୟୁ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍’ ଏକ କମେଡିଭିତିକ ଫିଲ୍ମ ହେବ। ଏହାର ଷ୍ଟାରକାଷ୍ଟ ମଧ୍ୟ ବହୁତ ହୃଦୟସ୍ପର୍ଶୀ। ଫିଲ୍ମରେ ଅଜୟ ଦେବଗନ୍‌ଙ୍କ କମେଡୀ ବହୁତ ମଜାଦାର ହେବ। ତେବେ ଅଜୟ ଦେବଗନ ଦ୍ୱିତୀୟ ଥର ପାଇଁ ରକୁଲ୍ ପ୍ରୀତଙ୍କ ସହ ସ୍କ୍ରିନ୍ ଶେୟାର କରିବା ନେଇ ନଜର ଆସିବେ। ଏହା ପୂର୍ବରୁ ଉଭୟ ‘ଦେ ଦେ ପ୍ୟାର୍ ଦେ’ରେ ନଜର ଆସିଥିଲେ। ଏହି ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ।
Published by: Soumya Das
First published: October 20, 2021, 11:54 AM IST