ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ରାଜଧାନୀରେ ପ୍ରଯୋଜକଙ୍କ ପଦଯାତ୍ରା

ହାତରେ ପ୍ଲାକାର୍ଡ ଧରି ନୀରବତାର ସହ ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ପଦଯାତ୍ରା କରି ନିଆରା ଭାବରେ ରାଜଧାନୀ ରାଜରାସ୍ତାରେ ପ୍ରଯୋଜକଙ୍କ ପ୍ରତିବାଦ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଓଡ଼ିଆ ସିନେମା ତିଆରି କରୁଛନ୍ତି ହେଲେ ଲାଭ ତ ଲାଭ ମୁଳ ବି ଉଠୁନି ।

ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ରାଜଧାନୀରେ ପ୍ରଯୋଜକଙ୍କ ପଦଯାତ୍ରା

ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ରାଜଧାନୀରେ ପ୍ରଯୋଜକଙ୍କ ପଦଯାତ୍ରା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ହାତରେ ପ୍ଲାକାର୍ଡ ଧରି ନୀରବତାର ସହ ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ପଦଯାତ୍ରା କରି ନିଆରା ଭାବରେ ରାଜଧାନୀ ରାଜରାସ୍ତାରେ ପ୍ରଯୋଜକଙ୍କ ପ୍ରତିବାଦ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଓଡ଼ିଆ ସିନେମା ତିଆରି କରୁଛନ୍ତି ହେଲେ ଲାଭ ତ ଲାଭ ମୁଳ ବି ଉଠୁନି । ସିନେମା ଚାଲିବା ପାଇଁ ହଲ ମିଳୁ ନଥିବା ବେଳେ କଣ ସିନେମା ହେଉଛି ଦେଖିପାରୁ ନାହାଁନ୍ତି ଦର୍ଶକ । ଯାହାକୁ ନେଇ ଆରମ୍ଭ ହୋଇଛି ଅଭିନବ ପ୍ରତିବାଦ ।

ଜୟଦେବ ଭବନ ଠାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନୀରବ ପ୍ରତିବାଦ ଜଣାଇଛନ୍ତି ପ୍ରଜୋଜକ । ସିନେମା ଶିଳ୍ପ ପ୍ରତି ସରକାର ଉଦାର ହେବାକୁ ଦାବି କରିଛନ୍ତି । ଓଡ଼ିଆ ସିନେମା ପାଇଁ ଓଡ଼ିଶାରେ ହଲ ନାହିଁ । ୨୦୦୮ରୁ ମିଳୁନି ସବସିଡି ସୁବିଧା । ଏଭଳି ସ୍ଥିତିରେ ଏବେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ସନ୍ଦିହାନ ପ୍ରଯୋଜକ । ଓଡ଼ିଆ ସିନେମା ଉନ୍ନୟନ ପରିଷଦରେ ଜଣକ ପରେ ଜଣେ ଥଇଥାନ ହେଉଛନ୍ତି ପଛେ ବଦଳୁନି ସିନେମା ଶିଳ୍ପର ଭାଗ୍ୟ ଓ ଭବିଷ୍ୟ । ଆଗରୁ ଯେତିକି ଓଡ଼ିଆ ଫିଲ୍ମ ନିର୍ମାଣ ହେଉଥିଲା, ଏବେ ତାର ସଂଖ୍ୟା ବଢ଼ିଛି । କିନ୍ତୁ ସିନେମା ହଲରେ ଓଡ଼ିଆ ସିନେମା ବଦଳରେ ଅଣଓଡ଼ିଆ ସିନେମା ରାଜ କରୁଛି । ନିକଟରେ ହଲ ନ ମିଳିବା ଯୋଗୁଁ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଥିଲା ଓଡ଼ିଆ ଫିଲ୍ମ । ସରକାର ନିଦାବିଷ୍ଣୁ ସାଜିଥିବା ବେଳେ ଓଡ଼ିଆ ସିନେମା ଶିଳ୍ପ ବୁଡିବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି । ଭଲ କାହାଣୀ ଥାଇ ଓଡ଼ିଆ ସିନେମା ନିର୍ମାଣ ହେଉଛି ହେଲେ ଲୋକେ ଦେଖିପାରୁ ନାହାଁନ୍ତି । କପି ପେଷ୍ଟର ଟ୍ରେଣ୍ଡ ଭିତରେ ଭଲ ସିନେମା ସ୍ଥାନ ପାଉନି । ଫଳରେ ନୂଆ ଓଡ଼ିଆ ସିନେମା ଦେଖି ପାରୁନାହାଁନ୍ତି ଦର୍ଶକ । ସଂଚିତ ପୁଂଜିରେ ଜଣେ ସିନେମା ନିର୍ମାଣ କଲେ ତ କଥା ସରିଲା । ଏମିତିରେ ସିନେମା ନିର୍ମାଣ କରୁଥିବା ପ୍ରଯୋଜକ ମାନେ ଆଉ ସିନେମା କେମିତି ନିର୍ମାଣ କରିବେ ସେଇ ଚିନ୍ତାରେ । ତେଣୁ ଏ ଦିଗରେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପ୍ରଯୋଜକ ସମୁହ ।

ଅନ୍ୟପଟେ, ଓଡ଼ିଆ ସିନେମାକୁ ଦେଖିବା ଓ ଏହାର ଉନ୍ନତୀ ପାଇଁ ଅନେକ କଳାକାର ମଧ୍ୟ ପ୍ରଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଆ ସିନେମାର ମୌଳିକତା ବିଷୟରେ ଦର୍ଶକଙ୍କୁ କଳାକାର ମାନେ ବୁଝାଉଛନ୍ତି । ଅଭିନେତା ମନୋଜ ମିଶ୍ର ନିଜ ସୋସିଆଲ ପେଜ୍ ରେ ଲାଇଭ୍ ଆସି କିଛି ସିନେମାର ଉଦାହରଣ ଦେଇ କହିଥିଲେ ଯେ, ଆମେ ଖୁବ ଭଲ ସିନେମା ପ୍ରସ୍ତୁତ କରୁଛୁ । କେବଳ ଦର୍ଶକେ ଥରେ ସିନେମା ହଲରେ ବସି ସିନେମା ଦେଖିଲେ ହେଲା । ସିନେମା ନଦେଖି ଓଡ଼ିଆ ସିନେମା ବିଷୟରେ ଅନେକ କହୁଛନ୍ତି । କିନ୍ତୁ ଓଡ଼ିଶାରେ ମଧ୍ୟ ଖୁବ ଭଲ ସିନେମା ନିର୍ମାଣ କରାଯାଉଛି ।
Published by:Soubhagya Mishra
First published: