News18 Odia Digital
Sudheer Varma Suicide: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଇଲା ଶୋକ ଛାୟା । ପ୍ରାୟ ୧୩ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ତେଲୁଗୁ ଫିଲ୍ମ ଇଣ୍ଟଷ୍ଟ୍ରୀର ୟଙ୍ଗ ଆକ୍ଟର ସୁଧୀର ବର୍ମା (Sudheer Varma)।
ସୁଧୀର (Sudheer Varma Death) ଜଣେ ୟଙ୍ଗ ଆକ୍ଟର ହୋଇଥିବା ବେଳେ ସେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଦିୱାନା କରୁଥିଲେ ସେ। ହେଲେ ମାତ୍ର ୩୩ ବର୍ଷ ବୟସରେ ହଠାତ ତାଙ୍କର ଏପରି ମୃତ୍ୟୁକୁ ଅନ୍ୟମାନେ ସହଜେ ବିଶ୍ବାସ କରିପାରୁ ନାହାଁନ୍ତି।
ସହ-ଅଭିନେତା ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତିଅଭିନେତା ସୁଧାକର, ଯିଏକି ସୁଧୀରଙ୍କ ସହ-ଷ୍ଟାର ଥିଲେ, ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି, ସେ ଟ୍ୱିଟରରେ ସୁଧୀରଙ୍କ ଅନେକ ଫଟୋ ସେୟାର କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସୁଧୀରଙ୍କ ଦେହାନ୍ତରେ ଆଶ୍ଚର୍ଯ୍ୟ ପ୍ରକଟ କରି ଅଭିନେତା ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି।
ମାନସିକ ଚାପ ସହିତ ସୁଧୀର ସଂଘର୍ଷ କରୁଥିଲେସୁଧୀରଙ୍କ ଆକସ୍ମିକ ମୃତ୍ୟୁ ଚଳଚ୍ଚିତ୍ର ତାରକାଙ୍କୁ ଗଭୀର ଚକିତ କରିଛି। ଏଥିସହ ଅଭିନେତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, କିନ୍ତୁ ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ ଅଭିନେତା କିଛି ସମୟ ପାଇଁ ମାନସିକ ଚାପ ଦେଇ ଗତି କରୁଥିଲେ। ମାନସିକ ଚାପ ଯୋଗୁଁ ସୁଧୀର ଏଭଳି ସାଂଘାତିକ ପଦକ୍ଷେପ ନେଉଥିବା ନେଇ କଳ୍ପନାଜଳ୍ପନା ଚାଲିଛି।
ଗତ ୧୦ ତାରିଖରେ ସୁଧୀର ବିଷ ପିଇ ଦେଇଥିଲେ। ଏହାପରେ ସେ ଏହାର ଜ୍ୱଳା ସହି ନ ପରି ନିଜର ଜଣେ ବନ୍ଧୁଙ୍କ ନିକଟକୁ ଯାଇଥିଲେ। ସେଠାରେ ନିଜ ବନ୍ଧୁଙ୍କୁ ସବୁ କଥା କହିଥିବା ବେଳେ ସେ ତୁରନ୍ତ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ସୁଧୀର ବର୍ମାଙ୍କ ଏପରି ଥିଲା କ୍ୟାରିୟରଟଲିଉଡ ଅଭିନେତା ସୁଧୀର ବର୍ମା ୨୦୧୩ ରେ 'ସ୍ୱାମୀ ରା ରା' ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ ୨୦୧୬ରେ ‘Kundanapu Bomma’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରୁ ସୁଧୀରଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ଏବଂ ସେ ତେଲୁଗୁ ସିନେମାରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ତେବେ ଏସବୁ ସତ୍ତ୍ବେ ଅଭିନେତା କିଛି ଚଳଚ୍ଚିତ୍ର ପାଇଁ ଅଫର ପାଇନଥିଲେ। କାମ ନ ପାଇ ସେ ଡିପ୍ରେସନରେ ଯାଇଥିଲେ।
ପ୍ରକାଶ ଥାଉକି ସୁଧୀରଙ୍କ ବ୍ୟତୀତ ଗତ କିଛି ବର୍ଷ ମଧ୍ୟରେ ଅନେକ ଚଳଚ୍ଚିତ୍ର ତାରକା ଆତ୍ମହତ୍ୟା କରିସାରିଛନ୍ତି। ଗତ ବର୍ଷ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ସେଲିବ୍ରେଟ୍ ଦୁନିଆ ଛାଡ଼ି ଚାଲିଯାଇଥିଲେ। ନିକଟରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମଧ୍ୟ ଆତ୍ମହତ୍ୟା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।