News18 Odia Digital
Prabhas on Marriage: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଦେଶରୁ ନେଇ ବିଦେଶରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି। ତାଙ୍କ ସବୁ ଅନ୍ଦାଜକୁ ପସନ୍ଦ କରନ୍ତି ଫ୍ୟାନ୍ସ। ସେ ନିଜର ଷ୍ଟାଇଲ୍ ଓ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସାଉଥ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଦେବା ପରେ ବର୍ତ୍ତମାନ ସେ ପାନ୍ ଇଣ୍ଡିଆର ଷ୍ଟାର ସାଜିଛନ୍ତି। ସେପଟେ ଫ୍ୟାନ୍ସ ତାଙ୍କ ବିବାହକୁ ନେଇ ସବୁବେଳେ ଉତ୍ସାହିତ ରହୁଛନ୍ତି। ଫ୍ୟାନ୍ସ ଚାହୁଁଛନ୍ତି ତାଙ୍କ ଫେଭରେଟ ହିରୋ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତୁ ବୋଲି। ଇତିମଧ୍ୟରେ ବିବାହକୁ ନେଇ ମୁହଁ ଖୋଲିଛନ୍ତି ପ୍ରଭାସ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କିନ୍ତୁ କ୍ରିତି ସାନନଙ୍କ ଏକ ବିବୃତ୍ତି ଏହି ସମ୍ପର୍କକୁ କେବଳ ଗୁଜବ ବୋଲି କହିଛି। ତେବେ ପ୍ରଭାସଙ୍କ ବିବାହ ଏବଂ ସମ୍ପର୍କ ପ୍ରସଙ୍ଗ ଏବେ ବି ଚାଲିଛି। ଏଭଳି ପରିସ୍ଥିତିରେ ଏବେ ସାଉଥ ସୁପରଷ୍ଟାର ତାଙ୍କ ବିବାହ ସଂପର୍କରେ ନୀରବତା ଭାଙ୍ଗି ଏକ ବିବୃତ୍ତି ଦେଇଛନ୍ତି, ଯାହାକି ବହୁତ ଭାଇରାଲ ହେବାରେ ଲାଗିଛି |
ଆଜ୍ଞା ହଁ, ପ୍ରଭାସ ଏକ ଟକ୍ ଶୋ ସମୟରେ ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣାଙ୍କ ଦ୍ୱାରା ଆୟୋଜିତ ଶୋର ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଭାସ ତାଙ୍କ ବିବାହ ଉପରେ ନୀରବତା ଭାଙ୍ଗିଛନ୍ତି।
ଏହି ଭିଡିଓରେ ହୋଷ୍ଟ ପ୍ରଭାସଙ୍କୁ ତାଙ୍କ ବିବାହ ଉପରେ ପ୍ରଶ୍ନ କରିଛନ୍ତି। ନନ୍ଦମୁରୀ ପ୍ରଭାସଙ୍କୁ ପଚାରନ୍ତି, ‘‘ନିକଟରେ ଯେତେବେଳେ ଶରୱାନନ୍ଦ ଶୋ’କୁ ଆସିଥିଲେ, ମୁଁ ତାଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲି ଏବଂ ଉତ୍ତର ଥିଲା ଯେ ସେ ତୁମ ପରେ ବିବାହ କରିବେ। ତେବେ ବର୍ତ୍ତମାନ ତୁମକୁ କହିବାକୁ ପଡ଼ିବ ତୁମେ କେବେ ବିବାହ କରିବ?’’
ନନ୍ଦମୁରୀଙ୍କ ଏହି ପ୍ରଶ୍ନ ଉପରେ ପ୍ରଭାସ ଏକ ବିକୃତ ଉତ୍ତର ଦେଇ କହିଛନ୍ତି, ‘‘ଯଦି ଶରୱାନନ୍ଦ କହିଛନ୍ତି ଯେ ସେ ମୋ ପରେ ବିବାହ କରିବେ, ତେବେ ମୁଁ କହିବା ଉଚିତ୍ ଯେ ମୁଁ ସଲମାନ ଖାନଙ୍କ ପରେ ବିବାହ କରିବି।’’ ପ୍ରଭାସଙ୍କ ଏହି ଉତ୍ତର ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ। ଅଭିନେତାଙ୍କ ଏହି ଉତ୍ତର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ବ୍ୟକ୍ତିଗତ ଜୀବନ ସହିତ, ପ୍ରଭାସ ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋଚନାରେ ରହନ୍ତି। ଆଜିକାଲି ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ପାଇଁ ହେଡଲାଇନ୍ ଅଛନ୍ତି। ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତାଙ୍କୁ ଭଗବାନ ଶ୍ରୀରାମ ଭୂମିକାରେ ଦେଖିବାକୁ ମିଳିବ।
ସେହିପରି ମା' ସୀତାଙ୍କ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ କ୍ରିତି ସାନନ। କ୍ରିତିଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ସୈଫ ଅଲ୍ସି ଖାନ ରାବଣ ଭୂମିକାରେ ନଜର ଆସିବେ। ସେହିପରି ସନ୍ନି ସିଂ ଲକ୍ଷଣ ଭୂମିକାରେ ଦେଖାଯିବେ। ନିକଟରେ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା, ଯାହା ପରେ ରିଲିଜ ତାରିଖ ବଦଳି ଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।