News18 Odia Digital
K Viswanath Death: ତେଲୁଗୁ ସିନେମାର ଭେଟେରାନ ନିର୍ଦ୍ଦେଶକ କେ ବିଶ୍ୱନାଥଙ୍କ (K Viswanath)ଗୁରୁବାର ରାତିରେ ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ସେ ଏହି ଦୁନିଆକୁ ଅଲବିଦା କହିଛନ୍ତି। ୨୦୧୭ରେ ତାଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସହେବ ଫାଲକେ ସମ୍ମାନିତ କରାଯାଇଥିଲା। କେ ବିଶ୍ୱନାଥ ତାଙ୍କ ଜୀବନରେ ପାଞ୍ଚଟି ଜାତୀୟ ପୁରସ୍କାର ଏବଂ ୧୦ଟି ଫିଲ୍ମଫେୟାର ଆୱାର୍ଡ ପାଇଥିଲେ।
ଆଉ ନାହାଁନ୍ତି ନିର୍ଦ୍ଦେଶକ କେ ବିଶ୍ବନାଥକେ ବିଶ୍ୱନାଥ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ବାର୍ଦ୍ଧକ୍ୟ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କ ମୃତ୍ୟୁ ବଲିଉଡ ଭଳି ତେଲୁଗୁ ସିନେମା ପାଇଁ ଏହା ଏକ ଅସମ୍ପୂର୍ଣ୍ଣ କ୍ଷତି। ୧୯୯୨ରେ କେ ବିଶ୍ୱନାଥଙ୍କୁ କଳା କ୍ଷେତ୍ରରେ ଅବଦାନ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ତାଙ୍କୁ ରଘୁପତି ଭେଙ୍କୟା ପୁରସ୍କାର ଏବଂ ନାଗରିକ ସମ୍ମାନ ପ୍ରଦାନ କରିଥିଲେ। ୧୯୯୫ରେ, ସେ 'ଗୋବରାମ' ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ଆକ୍କିନେନି ନାଗେଶ୍ୱରା ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତିକେ ବିଶ୍ୱନାଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା। ଜାତି, ରଙ୍ଗ, ଦିବ୍ୟାଙ୍ଗ, ଲିଙ୍ଗଗତ ଭେଦଭାବ, ମିସୋଗିନି, ମଦ୍ୟପାନ ଏବଂ ସାମାଜିକ-ଅର୍ଥନୈତିକ ଆହ୍ବାନକୁ ନେଇ ତାଙ୍କର ଚଳଚ୍ଚିତ୍ର ଜଣାଶୁଣା। ତାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି।
ଟ୍ୱିଟରରେ ଏହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅନିଲ କପୁର (Anil Kapoor) ଲେଖିଛନ୍ତି, ‘‘ମୁଁ ତୁମଠାରୁ ବିଶ୍ୱନାଥ ଜି ବହୁତ କିଛି ଶିଖିଛି। ଇଶ୍ୱର ଚଳଚ୍ଚିତ୍ରର ସେଟରେ ତୁମ ସହିତ ରହିବା ମୋତେ ଏକ ମନ୍ଦିରରେ ରହିବାର ଅନୁଭବ ଦେଇଥିଲା। ତୁମେ ମୋର ଗୁରୁ।’’
ବିଶ୍ୱନାଥଙ୍କ ଦେହାନ୍ତରେ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘‘ମୁଁ ଆଶ୍ଚର୍ଯ୍ୟ ହୋଇଗଲି! କେ ବିଶ୍ୱନାଥଙ୍କ ମୃତ୍ୟୁ ଭାରତୀୟ / ତେଲୁଗୁ ସିନେମା ଏବଂ ମୋ ପାଇଁ ବ୍ୟକ୍ତିଗତ ଭାବରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ! ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।