ପୁଷ୍ପା-୨ରେ ଭିଲେନଙ୍କ ଏଣ୍ଟ୍ରି; ସଲମାନଙ୍କ ଏହି ଫିଲ୍ମରେ ନଜର ଆସିଥିଲେ ଷ୍ଟାର

Jagapathi Babu in Pushpa 2: ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ପୁଷ୍ପା-୨। ଏବେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି ଭିଲେନ।

ପୁଷ୍ପା-୨ରେ ଭିଲେନଙ୍କ ଏଣ୍ଟ୍ରି

ପୁଷ୍ପା-୨ରେ ଭିଲେନଙ୍କ ଏଣ୍ଟ୍ରି

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Jagapathi Babu in Pushpa 2: ସାଉଥ ସୁପରଷ୍ଟାର (South Superstar) ଅଲ୍ଲୁ ଅର୍ଜୁନଙ୍କ (Allu Ajrun) ବହୁ ଚର୍ଚ୍ଚିତ ଫିଲ୍ମ ପୁଷ୍ପାର ପାର୍ଟ ୨ (Pushpa 2) ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଜାରି ରହିଛି। ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି।

ଆଜ୍ଞା ହଁ, ଫିଲ୍ମରେ ଭିଲେନଙ୍କ ଏଣ୍ଟ୍ରି ହୋଇଛି। ଯିଏ ଅଲ୍ଲୁ ଅର୍ଜୁନଙ୍କ ସହ ଫାଇଟ୍ କରୁଥିବାର ନଜର ଆସିବେ। ଏହି ଅଭିନେତା ଆଉ କେହି ନୁହଁନ୍ତି ଏ ହେଉଛନ୍ତି ଟଲିଉଡର ଫେମସ ଆକ୍ଟର ଜବପତି ବାବୁ। ଯିଏ ନିକଟରେ ସଲମାନ ଖାନଙ୍କ (Salman Khan) ଫିଲ୍ମ କିସି କି ଭାଇ କିସି କିଜାନରେ ନଜର ଆସିଥିଲେ। ଏହି ଫିଲ୍ମ ଆଜି ସିନେମାହଲରେ ରିଲିଜ ହୋଇଯାଇଛି।

ସଲମାନଙ୍କ ଏହି ଫିଲ୍ମରେ ଅନେକ ଅଭିନେତା ଡେବ୍ୟୁ କରିଥିବା ବେଳେ ସାଉଥ ଫିଲ୍ମ ଷ୍ଟାର ଜଗପତି ଭିଲେନ ଭୂମିକାରେ ନଜର ଆସୁଛନ୍ତି।

ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେ ନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଫିଲ୍ମର ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ମେକର୍ସ।

ପଢ଼ନ୍ତୁ ଏହି ଖବର:  ରାଘବ ଚଡ୍ଡାଙ୍କ ସହ ନିର୍ବନ୍ଧ କଲେ ପରିଣୀତି! ବିବାହରେ ସାମିଲ ହେବାକୁ ଏକ୍ସାଇଟେଡ୍ ପ୍ରିୟଙ୍କା

ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା ୧ ଅପୂର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା ୨ ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଟିଂ କାର୍ଯ୍ୟ ଜାରି ରହିଛି।

ପଢ଼ନ୍ତୁ ଏହି ଖବର:  ଅଭିନେତାଙ୍କଠୁ ନେଇ ରାଜନେତା ଓ ଖେଳାଳିଙ୍କର ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଂ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ମାଲକାନଗିରି ଭଳି ଜିଲ୍ଲାରେ ଏପରି ସୁପର ହିଟ ଫିଲ୍ମର ଦ୍ଵିତୀୟ ଭାଗ ସୁଟିଂ ହେବା ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏନେଇ ନିକଟରେ ପ୍ରଯୋଜକ ଟିମ ମାଲକାନଗିରି ଜିଲ୍ଲାପାଲ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଂ ଅନୁମତି ପାଇଁ ଆବେଦନ କରିଥିଲେ। ସେପଟେ ସୁଟିଂ ପାଇଁ ତାଙ୍କୁ ଅନୁମତି ମଧ୍ୟ ମିଳିଯାଇଛି।
Published by:Lipina Das
First published: