ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଆୟକର ବିଭାଗ ଚଉଢ ପରେ ପ୍ରତିକ୍ରିୟା ରଖିଲେ ସୋନୁ ସୁଦ; ସେୟାର କଲେ କୋହ ଭରା ପୋଷ୍ଟ

ଆୟକର ବିଭାଗ ଚଉଢ ପରେ ପ୍ରତିକ୍ରିୟା ରଖିଲେ ସୋନୁ ସୁଦ; ସେୟାର କଲେ କୋହ ଭରା ପୋଷ୍ଟ

ସୋନୁ ସୁଦ ସୋସିଆଲ ମିଡ଼ିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ଖୁବ ଆତ୍ମବିଶ୍ୱାସରେ ଥିବା ଦେଖାଯାଉଛନ୍ତି।

ଆୟକର ବିଭାଗ ଚଉଢ ପରେ ପ୍ରତିକ୍ରିୟା ରଖିଲେ ସୋନୁ ସୁଦ; ସେୟାର କଲେ କୋହ ଭରା ପୋଷ୍ଟ
ସୋନୁ ସୁଦ ସୋସିଆଲ ମିଡ଼ିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 20, 2021, 7:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ଼ ଅଭିନେତା ସୋନୁ ସୁଦଙ୍କ ସମସ୍ୟା ବଢ଼ିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। ସୂଚନା ମୁତାବକ ଚଢ଼ଉ ବେଳେ ଟାକ୍ସ ହେରଫେରର ଦୃଢ଼ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ତେବେ ଲକଡାଉନ ବେଳେ ଗରିବ ଶ୍ରମିକଙ୍କୁ ସାହାଯ୍ୟ କରି ସେମାନଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ସୁଦଙ୍କ ଭାବମୂର୍ତ୍ତିରେ ଏବେ ନକରାତ୍ମକ ପ୍ରଭାବ ପଡିବାରେ ଲାଗିଛି। ଅନେକ ରାଜନୈତିକ ଲୋକେ ବି ତାଙ୍କୁ ଟାର୍ଗେଟ କରୁଛନ୍ତି ।

ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ ସୋସିଆଲ ମିଡ଼ିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ଖୁବ ଆତ୍ମବିଶ୍ୱାସରେ ଥିବା ଦେଖାଯାଉଛନ୍ତି। ଏହି ପୋଷ୍ଟ ତାଙ୍କର ଦୃଢ଼ ମନୋବଳ ଓ ସାଧାରଣ ଲୋକଙ୍କ ତାଙ୍କ ପ୍ରତି ଥିବା ସମର୍ଥନକୁ ସୂଚାଉଛି। ସେ ଟ୍ୱିଟ କରି ଲେଖିଛନ୍ତି ଯେ “କଠିନ ରାସ୍ତାରେ ବି ଯାତ୍ରା ସହଜ ଲାଗୁଛି। ପ୍ରତ୍ୟେକ ହିନ୍ଦୁଙ୍କର ଆଶୀର୍ବାଦ ଥିବା ଭଳି ଲାଗୁଛି।” ଏହା ସହିତ ସେ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଭାରତୀୟ ପତାକା ଭଳି ତିନୋଟି ରଙ୍ଗ ରହିଛି।

ସୋନୁ ସୁଦ ଏହି ପୋଷ୍ଟରରେ ଲେଖିଛନ୍ତି ଯେ “ଆପଣଙ୍କୁ ସବୁବେଳେ ନିଜର ପକ୍ଷ କହିବା ଆବଶ୍ୟକ ପଡ଼େ ନାହିଁ। ସମୟ ହିଁ କହିବ। ମୁଁ ଦୃଢ଼ ଭାବରେ ଓ ହୃଦୟର ସହିତ ଭାରତୀୟ ଲୋକଙ୍କ ସେବା କରିବି ବୋଲି ନିଜକୁ ପ୍ରତିଶ୍ରୁତି ଦେଇଛି। ମୋ ଫାଉଣ୍ଡେସନର ପ୍ରତ୍ୟେକ ଟଙ୍କା ମୂଲ୍ୟବାନ ଜୀବନକୁ ବଞ୍ଚେଇବା ଓ ଗରିବଙ୍କୁ ସାହାଯ୍ୟ କରିବାରେ ଲାଗିଛି। ଏହା ବ୍ୟତୀତ, ଏହି ଅବସରରେ ମୁଁ କେତେକ ବ୍ରାଣ୍ଡର ବିଜ୍ଞାପନ ଫିସ ମଧ୍ୟ ବଢ଼େଇ ଦେଇଛି ଯାହା ଲୋକଙ୍କ ସେବାରେ ଲାଗିବ।”

ଏହି ପୋଷ୍ଟ୍‌ରେ ସୋନୁ ସୁଦ ଆହୁରି ମଧ୍ୟ ଲେଖିଛନ୍ତି ଯେ “ମୁଁ କିଛି ଅତିଥିଙ୍କ ସେବା କରିବା ନେଇ ଏବେ ଟିକେ ବ୍ୟସ୍ତ ଅଛି, ଏହି କାରଣରୁ ୪ ଦିନ ହେବ ମୁଁ ଆପଣମାନଙ୍କ ସେବା କରିପାରୁନି। ମୁଁ ପୁନର୍ବାର ପୂରା ବିନମ୍ରତା ସହ ଆପଣଙ୍କ ସେବାରେ ଫେରୁଛି, ସବୁଦିନ ପାଇଁ।”

ତେବେ ଆୟକର ବିଭାଗକୁ ମିଳିଥିବା ସୋନୁ ସୁଦଙ୍କ ଟ୍ୟାକ୍ସ ହେରଫେର ତାଙ୍କ ବ୍ୟକ୍ତିଗତ ଫାଇନାନ୍ସ ସହିତ ଜଡ଼ିତ। ଆୟକର ବିଭାଗ ଅନୁଯାୟୀ, ଅଭିନେତା ନିଜର ବେହିସାବ ଆୟକୁ ନକଲି କମ୍ପାନୀ ମାଧ୍ୟମରେ ସଞ୍ଚୟ କରିଛନ୍ତି। ଏପର୍ଯ୍ୟନ୍ତ ଯାଞ୍ଚରେ ଟିମ ୨୦ଟି ନକଲି ଏଣ୍ଟ୍ରିର ସୂଚନା ପାଇଛି। ବିଭାଗ ସୋନୁ ସୁଦଙ୍କ ଚାରିଟି ଫାଉଣ୍ଡେସନକୁ ମଧ୍ୟ ଯାଞ୍ଚ କରୁଛି।
Published by: Soumya Das
First published: September 20, 2021, 7:07 PM IST