News18 Odia Digital
ମୁମ୍ବାଇ : ଏକ ସଂଗୀତ କାର୍ଯ୍ୟକ୍ରମରେ ସୋନୁ ନିଗମ ଓ ତାଙ୍କ ଟିମ୍ ଉପରେ ଆକ୍ରମଣ ଅଭିଯୋଗ । ଏହାକୁ ନେଇ ମୁମ୍ବାଇର ଚେମ୍ବୁର ଥାନାରେ ପହଞ୍ଚିଥିଲେ କଣ୍ଠଶିଳ୍ପୀ । ସୋମବାର ମୁମ୍ବାଇର ଚେମ୍ବୁରଠାରେ ଏକ ମ୍ୟୁଜିକ ସୋରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ୍ ଟିମ୍ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋନୁ ନିଗମ ଓ ଟିମ୍ ଏନେଇ ଆୟୋଜକଙ୍କ ପୁଅ ନାଁରେ ଏତଲା କରିଛନ୍ତି । ଏହି ଘଟଣା ଘଟିବା ପରେ କଣ୍ଠଶିଳ୍ପୀ ସୋନୁ ଚେମ୍ବୁର ପୁଲିସ୍ ଷ୍ଟେସନ୍ ଯାଇ ପୁଲିସ୍ ସହାୟତା ଲୋଡ଼ିଛନ୍ତି । ତେବେ ପୁଲିସ୍ ଏତଲା ଗ୍ରହଣ କରିବା ପରେ ଭିଡିଓଟିର ତଦନ୍ତ ଆରମ୍ଭ କରିଛି। ସୂଚନା ରହିଛି ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ଶିବସେନା ନେତା ପ୍ରକାଶ ଫଟେରପେକର୍ ।
ସୋନୁ ନିଗମ ଦେଇଥିବା ଅଭିଯୋଗ ଅନୁସାରେ, ଷ୍ଟେଜ୍ ସୋ ସରିବା ପରେ ପରେ ସୋନୁ ନିଗମ ମଞ୍ଚରୁ ସିଡି ଦେଇ ତଳକୁ ଆସୁଥିଲେ । ଏହି ସମୟରେ ଏହି ସମୟରେ ସୋନୁ ନିଗମ ଏବଂ ତାଙ୍କ ବଡି ଗାର୍ଡଙ୍କ ମଝିକୁ ଆସିଯାଇଥିଲେ ସ୍ବପ୍ନିଲ ପ୍ରକାଶ ଫଟେରପେକର । ସେ ସୋନୁ ନିଗମକୁ ଧରି ପକାଇଥିଲେ । ଏହି ସମୟରେ ସୋନୁ ନିଗମଙ୍କୁ ବଂଚାଇବାକୁ ତାଙ୍କ ବଡିଗାର୍ଡ ଉଦ୍ୟମ କରିବା ବେଳେ ବଡିଗାର୍ଡ ହରିକୁ ଧକ୍କା ଦେଇଥିଲେ । ସେ ସିଡିରୁ ତଳେ ପଡିଯାଇଥିଲେ । ଏହା ପରେ ସୋନୁ ନିଗମଙ୍କୁ ବଂଚାଇବାକୁ ଅନ୍ୟତମ ସିଙ୍ଗର ରବ୍ବାନୀ ଖାନ୍ ସ୍ବପ୍ନିଲଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ତେବେ ଆକ୍ରମଣକାରୀଙ୍କ ଧକ୍କାରେ ସିଡିରୁ ପ୍ରାୟ ୭ ଫୁଟ ଦୂରରେ ପଡିଥିଲେ ରବ୍ବାନୀ ଖାନ୍ ।
ପଢନ୍ତୁ ପୂରା ଖବର :
http://ନବ ଦାସଙ୍କ ପରେ ଅନୁପ ସାଏଙ୍କୁ ହତ୍ୟା ଯୋଜନା; ପୋଲିସ କର୍ମୀଙ୍କ ଷଡ଼ଯନ୍ତ୍ର!ତେବେ ଏ ନେଇ ପ୍ରକାଶ ଫଟେରପେକର୍ କହିଛନ୍ତି ଯେ ‘ସେପରି କିଛି ବି ଘଟି ନାହିଁ । ସୋନୁ ନିଗମ ମଞ୍ଚରୁ ତଳକୁ ଆସିବା ବେଳେ କିଛି ଲୋକ ତାଙ୍କ ସହ ସେଲ୍ଫି ନେବାକୁ ତାଙ୍କୁ ଭିଡ଼ାଟଣା ହୋଇଥିଲା । ସେହି ମସୟରେ ଅନ୍ୟ କିଛି ଲୋକ ଭୁଲ୍ବଶତଃ ତାଙ୍କ ଟିମ୍ର ଜଣଙ୍କୁ ଟାଣିକି ତଳକୁ ନେଇ ଆସିଥିଲେ।’ ମାତ୍ର ସୋନୁ ନିଗମ ଅଭିଯୋଗ ଆଣିଛନ୍ତି ଯେ ପ୍ରକାଶ ଫଟେରପେକର୍ଙ୍କ ପୁଅ ସ୍ବପ୍ନିଲ ପ୍ରକାଶ ଫଟେରପେକର ହିଁ ତାଙ୍କ ସହ ଏବଂ ତାଙ୍କ ଟିମ୍ ସହ ଏପରି ଦୁର୍ବ୍ୟବହାର କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।