ସୋନମ କପୁର ତାଙ୍କ ପୁଅର ନାମ କାହିଁକି ଏମିତି ରଖିଲେ ? ଜାଣନ୍ତୁ ଏହାର କାରଣ

ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋନମ କପୁର ନିକଟରେ ମା' ହୋଇଛନ୍ତି । ପୁଅର ନାମ ବାୟୁ ଆହୁଜା । ସେ କାହିଁକି ଏହି ନାମ ରଖିଲେ ଆସନ୍ତୁ ଜାଣିବା ।

ସୋନମ କପୁର ତାଙ୍କ ପୁଅର ନାମ କାହିଁକି ଏମିତି ରଖିଲେ ? ଜାଣନ୍ତୁ ଏହାର କାରଣ

ସୋନମ କପୁର ତାଙ୍କ ପୁଅର ନାମ କାହିଁକି ଏମିତି ରଖିଲେ ? ଜାଣନ୍ତୁ ଏହାର କାରଣ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

ମୁମ୍ୱାଇ;  ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋନମ କପୁର ନିକଟରେ ମା' ହୋଇଛନ୍ତି । ୨୦ ସେପ୍ଟେମ୍ବରରେ ସୋନମ ଓ ଆନନ୍ଦ ଅହୁଜାଙ୍କ ପୁଅ ଏକ ମାସର ହୋଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେ କହିଥିଲେ ଯେ ତାଙ୍କ ପୁଅର ନାମ ବାୟୁ ଆହୁଜା । ପରବର୍ତ୍ତୀ ପୋଷ୍ଟରେ, ଏହି ନାମର ମହତ୍ତ୍ୱ କ’ଣ ବୋଲି ମଧ୍ୟ ବର୍ଣ୍ଣନା କରିଥିଲେ । ସେ କାହିଁକି ଏହି ନାମ ରଖିଲେ । ଆସନ୍ତୁ ଜାଣିବା ବାୟୁ ଦେବତାଙ୍କ ମହତ୍ତ୍ଵ କ’ଣ । କେଉଁ ଧାର୍ମିକ ଗ୍ରନ୍ଥରେ ବାୟୁ ଦେବତାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।

ସେ ଏହି ପୋଷ୍ଟରେ କହିଛନ୍ତି ଯେ, "ଆମ ଜୀବନରେ ଆଉ ଜଣେ ସଦସ୍ୟ ଯୋଡ଼ି ହୋଇଛି । ଯାହା ପ୍ରଭୁ ହନୁମାନ ଓ ଭୀମଙ୍କ ପରି ଆମର ଶକ୍ତି ଓ ସାହସର ପ୍ରତୀକ ଅଟେ । ଆମ ପୁଅ ବାୟୁ କପୁର ଅହୁଜା ପାଇଁ ସମସ୍ତ ଆଶୀର୍ବାଦ କାମନା କରୁଛୁ । ହିନ୍ଦୁ ଧର୍ମରେ ବାୟୁଙ୍କୁ ପାଞ୍ଚଟି ତତ୍ତ୍ଵ ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ କରାଯାଏ । ସେଥିପାଇଁ, ଆମେ ଆମର ପୁଅ ନାମ ବାୟୁ ନାମକରଣ କରିଛୁ । ବାୟୁ ହେଉଛନ୍ତି ଶ୍ୱାସର ଦେବତା ଓ ହନୁମାନ ଭୀମ ଏବଂ ମାଧବଙ୍କ ପିତା । ବାୟୁ ହେଉଛି ଜୀବନ, ​​ଯାହାଙ୍କୁ ବ୍ରହ୍ମାଣ୍ଡରେ ଜୀବନ ଓ ବୁଦ୍ଧିର ଶକ୍ତିଶାଳୀ ମାର୍ଗଦର୍ଶକ ବୋଲି ବିଶ୍ୱାସ କରାଯାଏ । ପ୍ରାଣ, ଇନ୍ଦ୍ର, ଶିବ ଓ କାଳୀ ସମସ୍ତେ ବାୟୁଙ୍କ ସହ ଜଡିତ । ସେ ଜୀବଙ୍କ ଶରୀରରେ ସେତେ ସହଜରେ ପ୍ରାଣ ଦେଇପାରନ୍ତି ଯେତେ ସହଜରେ ସେ ମନ୍ଦକୁ ନଷ୍ଟ କରିପାରନ୍ତି । ବାୟୁଙ୍କୁ ବୀର, ସାହସୀ ଓ ମନ୍ତ୍ରମୁଗ୍ଧ କରିନିଅନ୍ତି ବୋଲି କୁହାଯାଏ ।

ହିନ୍ଦୁ ଧର୍ମରେ ବାୟୁ ଦେବତାଙ୍କ ମହତ୍ତ୍ଵ

ବାୟୁ ମାରୁତ୍ ନାମରେ ମଧ୍ୟ ଜଣାଶୁଣା । ସେ ମହାନ ପାଣ୍ଡବ ଭୀମଙ୍କ ପିତା ତଥା ଭଗବାନ ହନୁମାନଙ୍କ ଧାତ୍ମିକ ପିତା ଥିଲେ । ସେ ମଧ୍ୟ ବୈଦିକ ଦେବତାମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ପ୍ରତିଦିନ ପୂଜାପାଠ କରାଯାଏ । ତାଙ୍କୁ ପର୍ବତରେ ବାସ କରୁଥିବା ଗନ୍ଧର୍ଭଙ୍କର ରାଜା ମଧ୍ୟ କୁହାଯାଏ । ବାୟୁଙ୍କୁ ବେଦରେ ଅନ୍ତରୀକ୍ଷ ଦେବତା ଭାବରେ ମଧ୍ୟ ବିବେଚନା କରାଯାଏ ।
Published by:Soubhagya Mishra
First published: