ସୀମା ଓ ସୋହେଲ ଖାନ (ପ୍ରତୀକାତ୍ମକ ଛବି)
News18 Odia Digital
ବଲିଉଡ଼ ଅଭିନେତା ସୋହେଲ ଖାନ ଓ ସୀମା ଖାନଙ୍କ ଛାଡ଼ପତ୍ର ହେବାକୁ ଯାଉଛି। ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ପରିବାର କୋର୍ଟ ବାହାରେ ସୋହେଲ ଖାନ ଓ ସୀମା ଖାନଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ପରିବାର କୋର୍ଟ ବାହାରେ ଫୋଟ ଭାଇରାଲ ହେବାରେ ଲାଗିଛି।
ଇଟାଇମ୍ସ ରିପୋର୍ଟ ଅନୁଯାୟୀ, ସୋହିଲ ଖାନ ଓ ସୀମା ଖାନ ଆଜି କୋର୍ଟରେ ଉପସ୍ଥିତ ଥିବା ପରିବାର କୋର୍ଟର ଏକ ସୂତ୍ରରୁ ପ୍ରକାଶ। ଉଭୟ ଛାଡପତ୍ର ଦାଖଲ କରିଛନ୍ତି। ଉଭୟ ସେହି ସମୟରେ ବନ୍ଧୁ ପରି ଦେଖାଯାଉଥିଲେ।
ପାରିବାରିକ କୋର୍ଟରେ ଛାଡ଼ପତ୍ର ଦାଖଲ କରିବା ପରେ ଦୁହେଁ ନିଜ ନିଜ କାରରେ ଘରକୁ ଯାଇ ଥିଲେ। ସୋସିଆଲ ମିଡ଼ିଆରେ ଉଭୟଙ୍କ ଫୋଟ ଭାଇରାଲ ହେଉଛି। ଯେଉଁଠାରେ ସୋହେଲ ଖାନଙ୍କୁ ସୁରକ୍ଷା କର୍ମୀ ଘେରି ରହିଥିଲେ।
ସୋହେଲ ଖାନ ଓ ସୀମା ଖାନ ୧୯୯୮ ମସିହାରେ ବିବାହ କରିଥିଲେ।। ସେମାନଙ୍କର ଦୁଇଟି ସନ୍ତାନ ନିର୍ବାଣ ଏବଂ ୟୋହାନ ଅଛନ୍ତି। ୨୦୧୭ମସିହାରେ ହୋଇଥିବା ରିପୋର୍ଟ ଅନୁଯାୟୀ, ସୋହେଲ ଏବଂ ସୀମାଙ୍କ ଅଲଗା ହେବା ବିଷୟରେ ସୂଚନା ଆସିଲ। ଶୋ 'ବଲିଉଡ ପତ୍ନୀଙ୍କ ଚମତ୍କାର ଜୀବନ' ରେ ସୋହେଲ ଓ ସୀମା ଅଲଗା ରହୁଥିବା ଓ ପିଲାମାନେ ଉଭୟଙ୍କ ସହ ରହୁଥିବାର ଦେଖାଯାଇଥିଲା। ଏହି ଶୋ’ରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସୀମା ଏବଂ ସୋହେଲ ଅଲଗା ରୁହନ୍ତି।
Published by:Soumya Das
First published: