ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କରଣ ସଲମାନ ଖାନଙ୍କଠାରୁ ବେଶି କଦର୍ଯ୍ୟ; ଟିଆରପି ପାଇଁ ଲୋକଙ୍କୁ କରୁଛନ୍ତି ବେଜ୍ଜତି: ସୋଫିଆ ହାୟତ

କରଣ ସଲମାନ ଖାନଙ୍କଠାରୁ ବେଶି କଦର୍ଯ୍ୟ; ଟିଆରପି ପାଇଁ ଲୋକଙ୍କୁ କରୁଛନ୍ତି ବେଜ୍ଜତି: ସୋଫିଆ ହାୟତ

‘ବିଗ ବସ ୭’ର ପ୍ରତିଯୋଗୀ ସୋଫିଆ ହୟାତ କରଣ ଜୋହରଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି। କରନ ପକ୍ଷପାତିତା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

କରଣ ସଲମାନ ଖାନଙ୍କଠାରୁ ବେଶି କଦର୍ଯ୍ୟ; ଟିଆରପି ପାଇଁ ଲୋକଙ୍କୁ କରୁଛନ୍ତି ବେଜ୍ଜତି: ସୋଫିଆ ହାୟତ
ସୋଫିଆ ହୟାତ ମଧ୍ୟ କରଣ ଜୋହରଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 27, 2021, 6:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ: ‘ବିଗ ବସ ଓଟିଟି’ରେ ପ୍ରତିଯୋଗୀଙ୍କ ଛଡ଼ା ଶୋ’ର ହୋଷ୍ଟ କରଣ ଜୋହର ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି। କରଣ ଜୋହର ଏହି ଶୋ’କୁ ପୂର୍ବ ଦୁ‍ଇ ସପ୍ତାହ ହେବ ହୋଷ୍ଟ କରିଆସୁଛନ୍ତି। ନିକଟରେ ‘ସଣ୍ଡେ କା ୱାର୍’ ଏପିସୋଡ଼ରେ କରଣ ଜୋହର ଘରର ସଦସ୍ୟଙ୍କୁ ଜମେଇକି ଟାର୍ଗେଟ କରିଛନ୍ତି। ସେହିପରି ଶମିତା ଶେଟ୍ଟୀଙ୍କ ପ୍ରତି ସେ କୋମଳ ଭାବ ମଧ୍ୟ ଦେଖେଇଛନ୍ତି। ତେବେ କରଣ ଅନ୍ୟମାନଙ୍କ ପ୍ରତି ରୁକ୍ଷ ହେଉଥିବା ବେଳେ ଶମିତାଙ୍କ ପ୍ରତି ତାଙ୍କର କୋମଳ ଭାବ ତାଙ୍କୁ ସମସ୍ୟାରେ ପକେଇଛି। ଏନେଇ ସେ ଟ୍ରୋଲ ହେଉଥିବା ଦେଖିବାକୁ ମିଳୁଛି। ଲୋକେ ତାଙ୍କୁ ତାତ୍ସଲ୍ୟ କରି ଶମିତା ଶେଟ୍ଟୀଙ୍କ ଓକିଲ ବୋଲି ମଧ୍ୟ କହିବାକୁ ପଛାଉ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ‘ବିଗ ବସ ୭’ର ପ୍ରତିଯୋଗୀ ସୋଫିଆ ହୟାତ ମଧ୍ୟ କରଣ ଜୋହରଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏକ ଆଲୋଚନା ସମୟରେ ସୋଫିଆ ହୟାତ କରଣ ଜୋହରଙ୍କୁ ପକ୍ଷପାତ କରୁଥିବା କହିଛନ୍ତି। କରଣ ସଲମାନ ଖାନଙ୍କଠାରୁ ବେଶି କଦର୍ଯ୍ୟ ବୋଲି ସେ କହିଛନ୍ତି। ସେ ପରସ୍ପର ମଧ୍ୟରେ ହିଂସା ଓ ବିବାଦ ବଢ଼େଇ ଦେଉଛନ୍ତି। ଯଦି ଏହି ଶୋ’ ୟୁକେରେ ହେଉଥାନ୍ତା ତେବେ ତୁରନ୍ତ ଏହାକୁ ବନ୍ଦକରି ଦିଆଯାଇଥାନ୍ତା। କାରଣ ଏହି ଶୋ’ ହିଂସାତ୍ମକ ବ୍ୟବହାର ଓ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି କରୁଛି। କରଣ ଜୋହର ଟିଆରପି ପାଇବାକୁ ଲୋକଙ୍କୁ ଅସମ୍ମାନ କରିବା ନେଇ ପୁରୁଣା ପଦ୍ଧତି ଆପଣଉଛନ୍ତି। ଏହା ବିଗ ବସର ପୁରୁଣ ଫର୍ମୁଲା ବୋଲି ସୋଫିଆ କହିଛନ୍ତି।

ସୋଫିଆ ହୟାତ ଆହୁରି କହିଛନ୍ତି ଯେ “ଭାରତ ହେଉଛି ଆଧ୍ୟାତ୍ମିକତାର ଭୂମି, ଯାହାର ଧର୍ମ ହେଉଛି କାହାକୁ କ୍ଷତି ନ ପହଞ୍ଚେଇବା। କିନ୍ତୁ କରଣ ଆଉ ବିଗ ବସ ଏହି ଧର୍ମର ବିରୋଧରେ ଯାଉଛନ୍ତି। ସେ ଶାନ୍ତି ଓ ପ୍ରେମର ‍ଈଶ୍ୱରଙ୍କ ଇଛାକୁ ଅପମାନ କରୁଛନ୍ତି ଓ ହିଂସା, ବାଦ-ବିବାଦ ଓ ମାନବତାର ଅପମାନକୁ ବଢ଼େଇ ଦେଉଛନ୍ତି। ସେ ଲୋକଙ୍କ ଦୁର୍ଭାଗ୍ୟ ଉପରେ ହସୁଛନ୍ତି। ମୁଁ କେବେ ବି ଆଉ ଏଭଳି ଶୋ’କୁ ଯିବି ନାହିଁ ଯାହା ଲୋକଙ୍କ ଭିତରେ କ୍ରୋଧ ସୃଷ୍ଟି କରେ ଓ କ୍ଷତି ପହଞ୍ଚାଇବାରେ ପ୍ରୋତ୍ସାହିତ କରେ।”

‘ବିଗ ବସ ଓଟିଟି’ ଉପରେ ଅସନ୍ତୋଷ ପ୍ରକାଶ କରି ସୋଫିଆ କହିଛନ୍ତି ଯେ “ସେ ଏକ ନକରାତ୍ମକ ଶୋ’ ତିଆରି କରୁଛନ୍ତି ଯାହାକୁ ଦୁନିଆରେ ଥିବା ଭାରତୀୟମାନେ ଦେଖୁଛନ୍ତି। ଆପଣଙ୍କୁ କ’ଣ ଲାଗୁଛି ଭାରତୀୟ ପିଲାମାନେ କି ପ୍ରତିକ୍ରିୟା ଦେବେ। ପିଲାମାନେ ଏହି ଶୋ’ରୁ ଏହି ଭଳି ବ୍ୟବହାର ଶିଖିବେ। ଯଦି ବିଗ ବସ ଏହିଭଳି ଚାଲେ ତେବେ ଭାରତର ଭବିଷ୍ୟତର ପିଲାମାନେ ହିଂସ୍ର ଓ ଆକ୍ରମଣାତ୍ମକ ହେବା ନେଇ ଦାୟୀ ରହିବ। ଦୟାକରି ଏଭଳି ଶୋ’ ପରିବେଷଣ କରି ଭାରତକୁ ଏହାର ଧର୍ମ ନଷ୍ଟ କରିବାକୁ ଦିଆ ନ ଯାଉ।”

ପ୍ରକାଶଥାଉ ଯେ ଏହା ପୂର୍ବରୁ ଜୀଶାନ ଖାନ ଓ ମିଲିନ୍ଦ ଗାବା ମଧ୍ୟ କରଣ ଜୋହରଙ୍କ ଉପରେ ପକ୍ଷପାତ ଆରୋପ ଲଗେଇଥିଲେ। ତେବେ ବିଗ ବସ ଘରୁ ବେଘର ହେଉଥିବା ଅନେକ ପ୍ରତିଯୋଗୀ କରଣ ଜୋହରଙ୍କ ଉପରେ ପକ୍ଷପାତର ଆରୋପ ଲଗେଇଛନ୍ତି। ଖାଲି ସେତିକି ନୁହେଁ ସୋସିଆଲ ମିଡ଼ିଆରେ ମଧ୍ୟ ଡାଇରେକ୍ଟରଙ୍କୁ ନେଇ ଅନେକ ତୁମ୍ବି ତୋଫାନ ସୃଷ୍ଟି ହେଉଛି।
Published by: Soumya Das
First published: August 27, 2021, 6:28 PM IST