"କି ସୁପର ପାୱାର ଦେଶ, ତାଲିବାନକୁ ତଡ଼ିପାରୁ ନାହଁ"; ଆମେରିକାକୁ ସୋଧିଲେ ଜାଭେଦର ଅଖତର

ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଅନେକ ବଲିଉଡ଼ ସେଲିବ୍ରେଟି। ଏନେଇ ଆମେରିକା ଉପରେ ରାଗ ସୋଧିଛନ୍ତି ଜାଭେଦ ଅଖତର।

ଆମେରିକାକୁ ଟାର୍ଗେଟ କଲେ ଜାଭେଦର ଅଖତର (ପ୍ରତୀକାତ୍ମକ ଛବି)

ଆମେରିକାକୁ ଟାର୍ଗେଟ କଲେ ଜାଭେଦର ଅଖତର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: ଆଫଗାନିସ୍ତାନରୁ ଆମେରିକା ନିଜ ସୈନ୍ୟମାନଙ୍କୁ ବାହାର କରିନେବା ପରେ ଆଫଗାନିସ୍ତାନକୁ ତାଲିବାନମାନେ କାବୁ କରିନେଲେ। ତାଲିବାନଙ୍କ ଭୟରୁ ମୁକୁଳିବା ପାଇଁ ଲୋକମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ଆଫଗାନିସ୍ତାନ ଓ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ମଧ୍ୟରେ ଏକ ଗଭୀର ସଂଯୋଗ ରହିଛି। ଆଫଗାନିସ୍ତାନ ଲୋକମାନେ ହିନ୍ଦୀ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି। ଆଫଗାନିସ୍ତାନର ଲୋକଙ୍କୁ ସଙ୍କଟରେ ଦେଖି ଅନେକ ସେଲିବ୍ରେଟ କ୍ରମାଗତ ଭାବରେ ଦୁଃଖ ପ୍ରକାଶ କରୁଛନ୍ତି ଓ ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି। ବଲିଉଡର ଭେଟେରାନ ଅଭିନେତ୍ରୀ ଶବାନା ଆଜମୀ, ଫରହାନ ଅଖତର ମଧ୍ୟ ଟ୍ୱିଟ କରି ସାହାଯ୍ୟ ପାଇଁ ନିବେଦନ କରିଥିବାବେଳେ ଜାଭେଦ ଅଖତର ଆମେରିକାକୁ ଟାର୍ଗେଟ କରିଛନ୍ତି।

ଜାଭେଦ ଅଖତର ତାଙ୍କ ଟ୍ୱିଟରେ ଲେଖିଛନ୍ତି- 'ଆମେରିକାର କେଉଁ ଭଳି ସୁପର ପାୱାର, ନିର୍ଦ୍ଦୟ ତାଲିବାନକୁ ବାହାର କରି ପାରିବ ନାହିଁ। ୟେ କେମିତିକା ଦୁନିଆ ଯିଏ ଆଫଗାନିସ୍ତାନ ମହିଳାମାନଙ୍କୁ ତାଲିବାନଙ୍କ ନିକଟରେ ଛାଡ଼ି ଦେଇପାରିଲା। ମାନବ ଅଧିକାରର ରକ୍ଷକ ବୋଲି ଦାବି କରୁଥିବା ସମସ୍ତ ପାଶ୍ଚାତ୍ୟ ଦେଶକୁ ଲଜ୍ଜା ଲାଗିବ ଉଚିତ।

ଏଥି ସହିତ ଶବାନା ଆଜମି ଟ୍ୱିଟ କରି କହିଛନ୍ତି- 'ଇତିହାସରୁ ଏକମାତ୍ର ଶିକ୍ଷା ହେଉଛି ଯେ ଲୋକମାନେ ପ୍ରଥମେ ଧର୍ମ ନାମରେ ସେଠାରେ ଥିବା ସଂସ୍କୃତି ଉପରେ ଆକ୍ରମଣ କରନ୍ତି।  ମନେରଖନ୍ତୁ ତାଲିବାନ କିପରି ଷଷ୍ଠ ଶତାବ୍ଦୀର ବାମିଆନ ଷ୍ଟାଚ୍ୟୁକୁ ଭାଙ୍ଗି ଦେଇଥିଲା। ଏହା ଏକ ନିଷ୍ଠୁର କାର୍ଯ୍ୟ।

ଜାଭେଦ ଅଖତରଙ୍କ ପୁଅ ତଥା ଚଳଚ୍ଚିତ୍ର ଅଭିନେତା-ନିର୍ଦ୍ଦେଶକ ଫରହାନ୍ ଅଖତର ମଧ୍ୟ ଏହି କଠିନ ପରିସ୍ଥିତି ଉପରେ ନିଜର ମତ ଦେଇଛନ୍ତି। ଫରହାନ ଲେଖିଛନ୍ତି- 'ଦୁନିଆର ଶକ୍ତି ବର୍ତ୍ତମାନ ନିରୀହ ଆଫଗାନିସ୍ତାନକୁ ସାହାଯ୍ୟ କରିବା କଥା।  ଆଗାମୀ ଦିନରେ ନୁହେଁ ବର୍ତ୍ତମାନ ସାହାଯ୍ୟ କରିବା ଉଚିତ।

ଆଫଗାନିସ୍ତାନର ତାଲିବାନ ଦଖଲ ହେତୁ ସେଠାରେ ବାଳିକା ଓ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ଅଟେ। ବିଶୃଙ୍ଖଳା ପରିସ୍ଥିତି ମଧ୍ୟରେ ବିଶ୍ଵର ୬୦ଟି ଦେଶ ମିଳିତ ବିବୃତ୍ତି ଜାରି କରି ତାଲିବାନକୁ ନିବେଦନ କରିଛନ୍ତି ଯେ ଦେଶ ଛାଡି ଚାଲିଯାଉଥିବା ଲୋକଙ୍କୁ ନିରାପଦରେ ଯିବାକୁ ଅନୁମତି ଦିଅନ୍ତୁ। ଭାରତ ମଧ୍ୟ ନିଜ ଲୋକଙ୍କୁ ସେଠାରୁ ବାହାର କରିବାରେ ବ୍ୟସ୍ତ ଅଛି।
Published by:Soumya Das
First published: