ତସଲିମା ଓ ସୁସ୍ମିତା ସେନ (ଫଟୋ ସୌଜନ୍ୟ: ଜ଼ୀ ମିଡ଼ିଆ)
News18 Odia Digital
ସୁସ୍ମିତା ସେନ ଓ ଲଳିତ ମୋଦୀଙ୍କ ସମ୍ପର୍କ ଏବେ ଆଲୋଚନାର ବିଷୟ ପାଲଟିଛି। ଏହାରି ମଧ୍ୟରେ ବାଂଲାଦେଶୀ ଲେଖିକା ତସ୍ଲିମା ନସ୍ରିନ୍ ତାଙ୍କୁ ସମାଲୋଚନା କରି କହିଛନ୍ତି, ତା’ହେଲେ ଅର୍ଥ ତାଙ୍କୁ କିଣି ନେଲା।
ସାମାଜିକ ଗଣମାଧ୍ୟମରେ ବଙ୍ଗଳା ଭାଷାରେ ତସ୍ଲିମା ଗୋଟା ପୋଷ୍ଟ୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ମୁଁ କୋଲକାତା ବିମାନ ବନ୍ଦରରେ ଥରେ ମାତ୍ର ସୁସ୍ମିତା ସେନଙ୍କୁ ଭେଟିଥିଲି। ସେ ମତେ କୋଳେଇ ନେଇ କହିଲେ, ମୁଁ ଆପଣଙ୍କୁ ଭଲ ପାଏ। ମୋ ଠାରୁ ଅଧିକ ଲମ୍ବା ଆଉ କେହି ନାହାଁନ୍ତି। ତେଣୁ ଆପଣଙ୍କ ପାଖରେ ଠିଆ ହେଲାବେଳେ ଝୁଙ୍କି ପଡ଼ିଲା ଭଳି ଲାଗୁଛି। ତାଙ୍କ ସୌନ୍ଦର୍ଯ୍ୟରୁ ମୁଁ କିନ୍ତୁ ସହଜରେ ଆଖି ଫେରାଇ ଆଣି ପାରୁ ନ ଥିଲି।
ଅଭିନେତ୍ରୀ ସୁସ୍ମିତାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଜଣାଇ ତସ୍ଲିମା ଆହୁରି ମଧ୍ୟ ଲେଖିଛନ୍ତି ସୁସ୍ମିତାଙ୍କ ବ୍ୟକ୍ତିତ୍ବ ମତେ ଖୁବ୍ ଭଲ ଲାଗେ। ତରୁଣୀ ବୟସରୁ ୨ ଜଣ ଝିଅଙ୍କୁ ପୋଷ୍ୟ କନ୍ୟା କରିଛନ୍ତି। ତାଙ୍କର ନିଷ୍ଠା, ସାହସିକତା, ସଚେତନତା, ଆତ୍ମ-ନିର୍ଭରଶୀଳତା, ଦୃଢ଼ତା ଓ ନୈତିକତାକୁ ପସନ୍ଦ କରେ। କିନ୍ତୁ, କେତେଗୁଡ଼ିଏ ଅପରାଧରେ ଲିପ୍ତଥିବା ଜଣେ ଅତି ଅନାକର୍ଷଣୀୟ ବ୍ୟକ୍ତିଙ୍କ ସହିତ ଏବେ ସୁସ୍ମିତା ସମୟ ଅତିବାହିତ କରୁଛନ୍ତି। ଏହାର କାରଣ କ’ଣ ସେ ବ୍ୟକ୍ତିଜଣକ ବିତ୍ତଶାଳୀ ବୋଲି? ତା’ହେଲ କ’ଣ ତାଙ୍କୁ ଅର୍ଥ ତାଙ୍କୁ କିଣି ନେଇଛି?
ସେ ପୁଣି ଲେଖିଛନ୍ତି ହୁଏ ତ ସୁସ୍ମିତା ସେ ବ୍ୟକ୍ତିଙ୍କୁ ପ୍ରେମ କରୁଥାଇ ପାରନ୍ତି। ସେ ପ୍ରେମ କରୁଥିବେ ବୋଲି ମୋର ମନେହୁଏ ନାହିଁ। ଯେଉଁମାନେ ଅର୍ଥ ମୋହରେ ପଡ଼ନ୍ତି, ସେମାନଙ୍କ ପ୍ରତି ଖୁବ୍ ଚଞ୍ଚଳ ମୋର ସମ୍ମାନବୋଧ ଚାଲିଯାଏ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।