ନିଜ ହାତରେ ଆଚାର ତିଆରି କଲେ ସ୍ମୃତି ଇରାନି; ରେସିପି କଲେ ସେୟାର

ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ଅପଡେଟର ସିରିଜ୍ ପୋଷ୍ଟ କରି ସ୍ମୃତି ଲେଖିଥିଲେ ଯେ, ସେ ପ୍ରଥମେ ଆମ୍ବ ଆଚାର କିପରି ତିଆରି କଲେ ।

ଆଚାର ତିଆରି କଲେ ସ୍ମୃତି ଇରାନି

ଆଚାର ତିଆରି କଲେ ସ୍ମୃତି ଇରାନି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେଉଛନ୍ତି ରାଜନୀତି ଦୁନିଆରେ ଏକ ଜଣାଶୁଣା ନାଁ। ମୋଦି ସରକାରରେ ସ୍ମୃତି ପୂର୍ବରୁ ଶିକ୍ଷା ମନ୍ତ୍ରୀ ଥିଲେ। ଏହାପରେ ସେ ବୟନ ଶିଳ୍ପ ମନ୍ତ୍ରାଳୟର ମନ୍ତ୍ରୀ ହୋଇଥିଲେ। ୪୩ ବର୍ଷୀୟ ସ୍ମୃତି ରାଜନୀତିରେ ପାଦ ଦେବା ପୂର୍ବରୁ ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଥିଲେ। ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ପ୍ରଶଂସକଙ୍କ ସହ ସବୁବେଳେ ନିଜକୁ ଯୋଡ଼ିକି ରଖିଛନ୍ତି। ସେ ତାଙ୍କ ମତଠାରୁ ଆରମ୍ଭ କରି ତାଙ୍କ ଫଟୋ ଏବଂ ଅନେକ ଟିପ୍ସ ମଧ୍ୟ ଇଣ୍ଟରନେଟରେ ସେୟାର କରନ୍ତି। ନିକଟରେ ସ୍ମୃତି ଆଚାର ତିଆରି କରିଥିଲେ,କେବଳ ଏହା ନୁହେଁ, ସେ ରେସିପି ମଧ୍ୟ ସେୟାର କରୁଛନ୍ତି। ବାସ୍ତବରେ ଶୀତ ଦିନରେ ଲୋକମାନେ ମାସଲାଯୁକ୍ତ ଆଚାର ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ସେ ତାଙ୍କ ସୋସିଆଲ ମିଡିଆରେ ଏହି ଆଚାର ରେସିପି ସେୟାର କରିଥିଲେ।

ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ଅପଡେଟର ସିରିଜ୍ ପୋଷ୍ଟ କରି ସ୍ମୃତି ଲେଖିଥିଲେ ଯେ ସେ ପ୍ରଥମେ ଆମ୍ବ ଆଚାର କିପରି ତିଆରି କଲେ, ତା’ପରେ କେଉଁ ମିଶ୍ରଣ ପକାଇ ତିଆରି କଲେ, ଯେଉଁଥିରେ ଗାଜର, କୋବି ପରି ପନିପରିବା ବ୍ୟବହାର କରାଯାଉଥିଲା। ସ୍ମୃତି ଏହି ଷ୍ଟୋରିଗୁଡ଼ିକୁ ଏକ ମଜାଳିଆ ଢ଼ଙ୍ଗରେ ସେୟାର କରିଥିଲେ। ଆଚାର ରେସିପି ସେୟାର କଲା ପରେ ସେ ଲେଖିଥିଲେ ଯେ "ସବୁ ଅପେକ୍ଷାର ଫଳ ମିଠା କିନ୍ତୁ ଏହା ହେଉଛି ଖଟା"। ସେ ଲୋକମାନଙ୍କୁ କହିଥିଲେ ଯେ ନିଜ ଉପରେ ନିର୍ଭର କରେ ତମେ କେଉଁ ଆଚାରକୁ ବାଛୁଚ- "ମିଠା ନା ଖଟା" ରେସିପି ସେୟାର କଲାପରେ ସେ ଦର୍ଶକଙ୍କୁ କହିଥିଲେ ଯେ ଆପଣମାନେ ତ ଦେଖିଲେ ଏହି ସ୍ଵାଦିଷ୍ଟ ଆଚାରର ବନାଇବା ଶୈଳୀ, ଆପଣ ମାନେ କେବେ ତିଆରି କରିବେ?
Published by:Soumyashree Mishra
First published: