ଏମିତି ଥିଲା କେକେଙ୍କ ଶେଷ ମୁହୂର୍ତ୍ତ; କନସର୍ଟ ମଝିରେ ଟିମକୁ ବାରମ୍ବାର କହିଥିଲେ ଏହି କଥା

କେକେ କନ୍ସର୍ଟ ସମୟରେ ଗାୟକ ତାଙ୍କ ସହକର୍ମୀଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଅବନତି ବିଷୟରେ ବାରମ୍ବାର କହୁଥିଲେ। ଯେତେବେଳେ ଅଧିକ ଅସୁସ୍ଥ ଲାଗିବା ଆରମ୍ଭ ହେଲା, ସେ ନିର୍ମାତାମାନଙ୍କୁ ସ୍ପଟ୍ ଲାଇଟ୍ ବନ୍ଦ କରିବାକୁ କହିଥିଲେ।

କେକେ (ପ୍ରତୀକାତ୍ମକ ଛବି)

କେକେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ଲୋକେ ଭୁଲି ପାରି ନଥିବା ବେଳେ ଯେ ବଲିଉଡର ଜଣାଶୁଣା ଗାୟକ କେ.କେ (କୃଷ୍ଣକୁମାର କୁନ୍ନାଥ)ଙ୍କ ମୃତ୍ୟୁ ଖବର ପୁଣି ଥରେ ଲୋକଙ୍କ ଆଖି ଭିଜାଇ ଦେଇଛି। ଏହି ସମୟରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି, ଏମିତି କଣ ଘଟିଲା ଯେ ପ୍ରସିଦ୍ଧ ଗାୟକ ହଠାତ୍ ଏହିପରି ଦୁନିଆ ଛାଡି ଚାଲିଗଲେ।

ବାସ୍ତବରେ, ସିଙ୍ଗର କେ.କେ ତାଙ୍କର ଶେଷ ସମୟରେ ମଧ୍ୟ ଲାଇଭ୍ କନ୍ସର୍ଟରେ ଥିଲେ। କୋଲକାତାର ଗୁରୁଦାସ ମହାବିଦ୍ୟାଳୟର ଉତ୍ସବରେ ଗାୟକ କେକେଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାକୁ ଲାଗିଲା। ଖବର ଅନୁଯାୟୀ, କେକେ କନ୍ସର୍ଟ ସମୟରେ ତାଙ୍କ ସହକର୍ମୀଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଅବନତି ବିଷୟରେ ବାରମ୍ବାର କହୁଥିଲେ। ଯେତେବେଳେ ଅଧିକ ଅସୁସ୍ଥ ଲାଗିବା ଆରମ୍ଭ ହେଲା, ସେ ନିର୍ମାତାମାନଙ୍କୁ ସ୍ପଟ୍ ଲାଇଟ୍ ବନ୍ଦ କରିବାକୁ କହିଥିଲେ।



ଖବର ମୁତାବକ, ରାତି ପ୍ରାୟ ସାଢ଼େ ୮:୩୦ ଟା ବେଳେ କେକେ ଲାଇଭ୍ କନସର୍ଟ ଶେଷ କରିବା ପରେ ହୋଟେଲକୁ ଫେରିଥିଲେ। ତେବେ ଏଠାରେ ମଧ୍ୟ ସେ ଆରାମ ଅନୁଭବ କରିନଥିଲେ ଓ ହଠାତ୍ ପଡ଼ିଯାଇଥିଲେ, ପରେ ତାଙ୍କୁ ପ୍ରାୟ ୧୦:୩୦ ସମୟରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ସମୟରେ ଡାକ୍ତରଖାନାର ବରିଷ୍ଠ ଡାକ୍ତର, ପ୍ରଶାସନିକ ଅଧିକାରୀ ଏବଂ ବରିଷ୍ଠ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।  ଏହି ସୂଚନା ମନ୍ତ୍ରୀ ଅରୁପ ବିଶ୍ୱାସଙ୍କୁ ଦିଆଯାଇଥିଲା ଏବଂ ସୋସିଆଲ ମିଡିଆରେ ଖବର ଆସିବା ମାତ୍ରେ ସମସ୍ତେ ଶୋକରେ ବୁଡ଼ି ଯାଇଥିଲେ।
Published by:Soumya Das
First published: