ଝୁଲ୍ ନିତାଇ ଝୁଲ୍; ଭାଇରାଲ ଗୀତକୁ ଗାଇଲେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ... ଲକ୍ଷାଧିକ ଶ୍ରୋତାଙ୍କ ହୃଦୟକୁ ଛୁଇଁଲା ସ୍ୱର

ଝୁଲ୍ ରେ ନିତାଇ ଝୁଲ' ଗୀତଟି ତ ଆପଣଙ୍କ କାନରେ ନିଶ୍ଚିତ ପଡ଼ିଥିବ । କାହିଁକି ନା ଏବେ ଏହି ଗୀତଟି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ମଧ୍ୟ କହିଲେ ଗୀତ ପଛର କାହାଣୀ।

'ଝୁଲରେ ନିତାଇ ଝୁଲ୍' ଗାଇଲେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ

'ଝୁଲରେ ନିତାଇ ଝୁଲ୍' ଗାଇଲେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ

  • Share this:
News 18 Odia Digital

ଭୁବନେଶ୍ୱର; ଝୁଲ୍ ରେ ନିତାଇ ଝୁଲ' ଗୀତଟି ତ ଆପଣଙ୍କ କାନରେ ନିଶ୍ଚିତ ପଡ଼ିଥିବ । କାହିଁକି ନା ଏବେ ଏହି ଗୀତଟି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି।  ସୋସିଆଲ ମିଡ଼ିଆ ଖେଳାଇଲା ବେଳେ ଗୀତଟି କାନରେ ପଡ଼ିବା ମାତ୍ରେ ଲୋକେ ଟିକେ ଅଟକି ଯାଉଛନ୍ତି । କାହିଁକି ନା ଗୀତର ଶୈଳୀ ଏତେ ସୁମଧୁର ହୋଇଛି ଯେ ଶ୍ରୋତାଙ୍କ ହୃଦୟକୁ ସ୍ପର୍ଶ କରୁଛି ।

ଆମ ସମସ୍ତଙ୍କର କେହି ନା କେହି ପ୍ରିୟ କଣ୍ଠଶିଳ୍ପୀ ଅଛନ୍ତି । ଯାହାଙ୍କ ଗୀତ ଆମେ ପ୍ରତିଦିନ ଶୁଣିବାକୁ ଭଲ ପାଇଥାଉ । ସୋସିଆଲ ମିଡିଆରେ ଅନେକ ନୂତନ କଳାକାରମାନେ ସେମାନଙ୍କର ଆଲବମ୍ / ଗୀତଗୁଡିକ ପ୍ରତିଦିନ ରିଲିଜ୍ କରନ୍ତି । ଇଣ୍ଟରନେଟ୍ ଯୁଗରେ ଗାୟକ ଏବଂ ଶ୍ରୋତା ପରସ୍ପର ସହ ଯୋଡି ହେବା ସୁବିଧାଜନକ ହୁଏ । ନିକଟରେ ସୋସିଆଲ ମିଡିଆରେ "ଝୁଲ ନିତାଇ ଝୁଲ" ବେଶ୍ ଭାଇରାଲ ହେଉଛି । ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ହୃଦୟସ୍ପର୍ଶୀ ହୋଇଛି । ମାତ୍ର ୧୫ ରୁ ୨୦ ଦିନ ମଧ୍ୟରେ, ଗୀତଟି ୧ ମିଲିୟନରୁ ଅଧିକ ଭିୟୁ ପାଇସାରିଛି । ହଜାର ହଜାର ଶ୍ରୋତା ଲାଇକ ଏବଂ କମେଣ୍ଟ୍ ଦେଇଛନ୍ତି । ନୟାଗଡ଼ ଭଟସାହିର ପପୁ ବିଶ୍ଵାଳ ଏହି ଗୀତଟିକୁ ସଂପୂର୍ଣ୍ଣ ରୂପେ ପରିବେଷଣ କରିଥିଲେ । ସେ ବର୍ତ୍ତମାନ ଲଡୁବାବା କଳା ସଂସଦରେ କାର୍ଯ୍ୟ କରୁଛନ୍ତି । ଦର୍ଶକମାନେ ତାଙ୍କୁ ନାରଦା ଭୂମିକାରେ ଗୀତଟି ଗାଉ ଥିବାର ଦେଖିବାକୁ ପାଇଥିଲେ ।

ଦର୍ଶକମାନେ ପପୁଙ୍କ ଅଭିନୟ ସହିତ ତାଙ୍କର ସ୍ୱରକୁ ଭଲ ପାଆନ୍ତି । ଏହି ଗୀତକୁ ଅନେକ ପ୍ରସିଦ୍ଧ ଗାୟକ ଗାୟିକା ସ୍ୱର ଦେଇଥିଲେବି , ନାରଦଙ୍କ କଣ୍ଠରେ ଏହି ଗୀତଟି ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇପାରିଛି ।
ନିକଟରେ ଏହି ଗୀତଟି ଜଣେ ପ୍ରସିଦ୍ଧ ଗାୟିକା ଜୟଶ୍ରୀ ଧଳଙ୍କ ଦ୍ୱାରା ଷ୍ଟୁଡିଓରେ ରେକର୍ଡ କରାଯାଇଥିଲା ।

କଣ୍ଠଶିଳ୍ପୀ ଜୟଶ୍ରୀଙ୍କ କହିବା ଅନୁଯାୟୀ, 'ଝୁଲ ନିତାଇ ଝୁଲ୍' ଗୀତଟି ପ୍ରଥମେ ସେ ଏକ ଲାଇଭ ଶୋ ରେ ଶୁଣିଥିଲେ, ଚମତ୍କାର ସ୍ୱର ସଂଯୋଜନା ତାଙ୍କ ହୃଦୟକୁ ଛୁଇଁ ଥିଲା । ତାପରେ ସେ ଉତ୍ସାହର ସହିତ ଏହି ଗୀତ ଖୋଜିବା ଆରମ୍ଭ କଲେ ଏବଂ ଶେଷରେ ସେ ୟୁଟ୍ୟୁବରେ ସେହି ନିର୍ଦ୍ଦିଷ୍ଟ ଗୀତକୁ ପାଇଲେ । ତାଙ୍କ ପ୍ରଶଂସକମାନେ ତାଙ୍କୁ ଏହି ସୁନ୍ଦର ଗୀତ ରେକର୍ଡ କରିବାକୁ ଅନୁରୋଧ କରିଥିଲେ । ସେ ପୁରା ଗୀତକୁ ସଂଶୋଧନ କରି ରଜ ପର୍ବ ପାଇଁ ଗାଇଥିଲେ 'ଝୁଲ ଲୋ ବଉଳ ଝୁଲ ରଜ ପାନ ଖାଇ ଝୁଲ' । ଯାହା ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଓ ୪ ଦିନ ମଧ୍ୟରେ ୧ ଲକ୍ଷ ଶ୍ରୋତାଙ୍କ ପାଖରେ ପହଞ୍ଚି ପାରିଥିଲା । ସେ ତାଙ୍କ ଗୀତକୁ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ରିଲ୍ ମାଧ୍ୟମରେ ପୋଷ୍ଟ କରିଥିଲେ । ସୁର ଭାଇବ୍ରେସନ୍ ଷ୍ଟୁଡିଓରେ ତାଙ୍କ ଗୀତ ରେକର୍ଡିଂ କରିବା ପରେ ମାନସ ସାସମଲ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ କହିବା ଅନୁସାରେ ଏହାର ମୂଳ ଗୀତ ଥିଲା 'ହରିଣ ନ ଦିଏ ଧରା'। ଯାହାକୁ ସେ ନିଜେ ଲେଖିଥିଲେ ଏବଂ ୨୦୦୦ ମସିହାରେ ଏହି ଗୀତଟି ଖୁବ୍ ହିଟ୍ ହୋଇଥିଲା । ପ୍ରଣବ ଦଳେଇ ଏହାର ସ୍ୱର ଦେଇଥିଲେ ।

ସେହି ସ୍ୱରରେ 'ଝୁଲ୍ ନିତାଇ ଝୁଲ' ପ୍ରଥମେ ବର୍ଷେ ପୂର୍ବେ ଗୋବିନ୍ଦ କୁମାର ଗାଇଥିଲେ । ନରୋତ୍ତମ ଦାସ ଏହାକୁ ଲେଖିଥିଲେ । ସେ ଯାହା ବି ହେଉ ଗୀତଟିର ସ୍ୱର ଏତେ ସୁମଧୁର ହୋଇଛି ଯେ ଏହା ସମସ୍ତଙ୍କ ହୃଦୟକୁ ଛୁଇଁ ପାରୁଛି । ନିକଟରେ ରଥଯାତ୍ରା ଅବସରରେ ନମିତା ଅଗ୍ରୱାଲ ମଧ୍ୟ ବଡ଼ଦାଣ୍ଡରେ ଏହି ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା ।
Published by:Soubhagya Mishra
First published: