News18 Odia Digital
କଟକ: ନିଜ ଗୀତକୁ ନେଇ ବିଭିନ୍ନ ସମୟରେ ବିବାଦରେ ରହୁଥିବା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ (Human Sagar) ଅଡୁଆ ବଢ଼ିଚାଲିଛି। ପାରିବାରିକ ବିବାଦକୁ ନେଇ ଥାନାରେ ମାମଲା ହୋଇଛି। ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଉପୁଜିଥିବା ସମାସ୍ୟାର ସମାଧାନ କରିବାକୁ ପ୍ରୟାସ କରିଛି ପୋଲିସ।
ବୁଧବାର ଦିନ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାରେ ହ୍ୟୁମାନ ସାଗରଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଉନସେଲିଂ ମାଧ୍ୟରେ ସମସ୍ୟାର ସମାଧାନ କରିବାକୁ ଗୁରୁବାର ଦିନ ଥାନାରେ ହାଜର ହେବାକୁ ଉଭୟଙ୍କୁ ସମନ କରାଯାଥିଲା। ଆଉ ଉଭୟ ହାଜର ମଧ୍ୟ ହୋଇଥିଲେ।
ଉଭୟଙ୍କର କାଉନସେଲିଂ କରାଯାଇଥିବାବେଳେ ପରସ୍ପର ମଧ୍ୟରେ ରହିଥିବା ମନୋମାଳିନ୍ୟ ସମାଧାନ କରିବା ଲାଗି ହୁମାନ ଏବଂ ଶ୍ରୀୟାଙ୍କୁ ସମୟ ଦିଆଯାଇଛି। ଦୁଇ ଦିନ ମଧ୍ୟରେ ବିବାଦ ନତୁଟିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଥିଲେ। ଇତିମଧ୍ୟରେ ହ୍ୟୁମାନଙ୍କ ମା'ଙ୍କ ବଡ଼ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଧର୍ମ ପରିବର୍ତ୍ତନ କରିବା କଥା ଉପରେ ମୁହଁ ଖୋଲିଛନ୍ତି ହ୍ୟୁମାନଙ୍କ ମା'। ସେ କହିଛନ୍ତି, ‘‘ମୋ ଘରେ ଜଗନ୍ନାଥ ଅଛନ୍ତି। ବୋହୂକୁ କେବେ ବି ଧର୍ମ ପରିବର୍ତ୍ତନ ପାଇଁ କହନୁ। ଶ୍ରୀୟାଙ୍କୁ ଧର୍ମାନ୍ତରୀକରଣ କଥା କେବେ ବି ଆମେ କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ। ମୁଁ ମୋ ବୋହୂ ଓ ନାତୁଣୀଙ୍କୁ ମିସ୍ କରୁଛି। ପୁଅ, ବୋହୂ ଓ ନାତୁଣୀ ମିଶିକି ରହିଲେ ଖୁସି ହେବି।’’
ପ୍ରକାଶ ଥାଉକି ଗୁରୁବାର ହ୍ୟୁମାନଙ୍କ ମା' କହିଥିଲେ, “ମୋ ବୋହୂ ମଦ ପିଏ। ଶ୍ରୀୟା, ତା’ ବାପା, ମା’, ଭାଇ ଏବଂ ଡ୍ରାଇଭର ମୋ ପୁଅକୁ ମଦ ପିଆନ୍ତି। ମୁଁ ଏମିତି କିଛି ଘଟଣା ଦେଖିଛି ଯାହାରକୁ ନେଇ ଶ୍ରୀୟା ଏଭଳି କାଣ୍ଡ କରିଛି। ସମୟ ଆସିଲେ ସେ ବିଷୟରେ କହିବି।”
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।