ହନି ସିଂ ଓ ପତ୍ନୀ ସାଲିନୀ ତଲଓ୍ୱାର (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ମୁମ୍ବାଇ: ପଞ୍ଜାବୀ ଗାୟକ ହନି ସିଂ ଓ ତାଙ୍କ ପତ୍ନୀ ସାଲିନୀଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଗତ ବର୍ଷ ଦିଲ୍ଲୀର ତିସ ହଜାରୀ କୋର୍ଟରେ ତାଙ୍କ ପତ୍ନୀ ଘରୋଇ ହିଂସା ଓ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡପତ୍ର ପରେ କୋର୍ଟରେ ଭରଣପୋଷଣ ବାବଦକୁ ପତ୍ନୀଙ୍କୁ ଏକ କୋଟି ଟଙ୍କା ଦେଇଛନ୍ତି ହନି ସିଂ। ଦିଲ୍ଲୀର ସାକେତ ଜିଲ୍ଲା କୋର୍ଟର ପାରିବାରିକ କୋର୍ଟରେ ହନି ସିଂ ଆଲୁମିନି ଭାବରେ ଏକ ସିଲ୍ କଭରରେ ପତ୍ନୀଙ୍କୁ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
୨୦୨୧ ଅଗଷ୍ଟ ୨୮ ପର୍ଯ୍ୟନ୍ତ କୋର୍ଟ ହନି ସିଂଙ୍କୁ ନୋଟିସ ଜାରି କରିଥିଲେ। ଶେଷରେ ଗୁରୁବାର ଦିନ ଉଭୟଙ୍କ ମଧ୍ୟରେ ଛାଡପତ୍ର ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ସୂଚନାନୁସାରେ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ମାର୍ଚ୍ଚ ୨୦୨୩ ରେ ହେବ। ସାଲିନୀ ଅଭିଯୋଗ କରିଛନ୍ତି ଯେ ସେ (ହନି ସିଂ) ଅନେକ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରି ସାଲିନୀଙ୍କୁ ପ୍ରତାରଣା କରିଛନ୍ତି।
ସାଲିନୀ କହିଥିଲେ ଯେ ହନି ସିଂ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ସେ ଏହି ବିବାହକୁ ଦଶ ବର୍ଷ ଦେଇଥିଲେ, କିନ୍ତୁ ଏହାର ପ୍ରତିବଦଳରେ ତାଙ୍କୁ କେବଳ ନିର୍ଯାତନା ମିଳିଥିଲା। ତାଙ୍କ ପତ୍ନୀ ସାଲିନୀ ତଲୱାର ରାପର ହନି ସିଂଙ୍କ ବିରୋଧରେ ଘରୋଇ ହିଂସା, ଯୌନ ହିଂସା ଓ ମାନସିକ ନିର୍ଯ୍ୟାତନା ମାମଲା ଦାୟର କରିଥିଲେ। 'ଘରୋଇ ହିଂସା, ମହିଳା ସୁରକ୍ଷା ଆଇନ' ଅଧୀନରେ ସାଲିନୀ ତଲୱାର ୧୦ କୋଟି ଟଙ୍କା କ୍ଷତିପୂରଣ ମାଗିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।