ପ୍ରେମିକା ଟିନା ଥଡାନୀଙ୍କ ସହ ନିରୋଳାରେ ସମୟ ବତାଉଛନ୍ତି ଗାୟକ ହନି ସିଂ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ଆପଣଙ୍କ ପ୍ରିୟ ବଲିଉଡ ଗାୟକ ହନି ସିଂକୁ ( Honey singh ) ନେଇ ଏବେ ଖୁବ ଚର୍ଚ୍ଚା । ସଙ୍ଗୀତପ୍ରେମୀ ହନି ସିଂଙ୍କ ଗୀତକୁ ଖୁବ ପସନ୍ଦ କରନ୍ତି । ତାଙ୍କ ନୂଆ ଗୀତ ଆସିବାକୁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ହନି ସିଂଙ୍କ ନୂଆ ଗୀତ (New song ) ରିଲିଜ ହେବାମାତ୍ରେ ଫ୍ୟାନମାନେ ଗୀତକୁ ଗୁନଗୁଣେଇବା ଆରମ୍ଭ କରିଦିଅନ୍ତି । ଏବେ କିନ୍ତୁ କିଛି ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଗାୟକ ହନି ସିଂ ।
ହନି ସିଂ ଏବେ ତାଙ୍କ ଗର୍ଲଫ୍ରେଣ୍ଡ (Girlfriend) ତଥା ମଡେଲ ଟିନା ଥଡାନୀଙ୍କ (Tina thadani ) ସହ କାଲିଫର୍ନିଆରେ ଛୁଟି ବିତାଉଥିବା ସୂଚନା ମିଳିଛି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଯେ, ଉଭୟେ ଉଭୟଙ୍କ ସହ ବିଶେଷ ମୁହୂର୍ତ୍ତ ବିତାଉଛନ୍ତି ।
ପ୍ରାୟ ୩ମାସ ପୂର୍ବରୁ କଣ୍ଠଶିଳ୍ପୀ ହନି ସିଂ ତାଙ୍କ ଗର୍ଲଫ୍ରେଣ୍ଡ ଟିନା ଥଡାନୀଙ୍କ ସହ ଥିବା ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ । ଟିନା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଥିଲା । ଫଟୋରେ ଟିନା ଗୋଟିଏ ଓସାରିଆ କୋଟ ପିନ୍ଧିଥିଲେ । ଟିନାଙ୍କର କେଶ ମଧ୍ୟ ମୁକୁଳା ଥିଲା । ଏଥିସହ ଟିନା ଏକ ଛୋଟ ବ୍ୟାଗ ଧରିଥିଲେ । କଳା ରଙ୍ଗର ଚଷମାରେ ଖୁବ ସୁନ୍ଦର ଦେଖାଯାଉଥିଲେ ।
http://ବସନ୍ତ ପଞ୍ଚମୀରେ ୪ଟି ଶୁଭ ଯୋଗ; ଜାଣନ୍ତୁ ପୂଜାପାଠର ମହତ୍ତ୍ୱ ଏବଂ ଶୁଭ ସମୟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।