News 18 Odia Digital
ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସଞ୍ଜଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ଯେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଶତପ୍ରତିଶତ ସରକାରଙ୍କ ଦୋଷ। ଏହି ଘଟଣା ପାଇଁ ସରକାରଙ୍କୁ ସିଧାସଳଖ ଦାୟୀ କରି ସେ କହିଛନ୍ତି ଯେ ଏହା ସରକାରଙ୍କ ଶତପ୍ରତିଶତ ଅପାରଗତା ଏବଂ ଏହା ହେଉଛି ରାଜନୀତି। ସେ କହିଛନ୍ତି ଯେ ଆମେ ଏହି ଦୁନିଆରେ ମରିବାକୁ ଆସି ନାହୁଁ। କାହାକୁ ହତ୍ୟା କରିବା ଏକ ବଡ ପାପ।
ନିକଟରେ ସେ ଏକ ସାକ୍ଷାତକାରରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ବିଷୟରେ କହିଛନ୍ତି, “ମୁଁ କେବେ ଭାବିପାରୁନି ଯେ ଜଣେ କଳାକାର କେବେ କିଛି ଭୁଲ କରିପାରିବ।ମୁଁ ଏହାକୁ ବିଶ୍ୱାସ କରିପାରିବି ନାହିଁ। ତେବେ କାହିଁକି ତାଙ୍କ ହତ୍ୟା ହେଲା? ଏହା ଅତ୍ୟନ୍ତ ଦୁଖଦାୟକ। ତାଙ୍କ ପିତାମାତାଙ୍କ ପାଇଁ ଏହା ବହୁତ କଷ୍ଟକର।
ତାଙ୍କ ପିତାମାତାଙ୍କୁ ସୂଚାଇ ଦିଲଜିତ କହିଛନ୍ତି ଯେ ଆପଣମାନେ ଏହା ଜାଣିପାରିବେ ନାହିଁ, କେବଳ ସେମାନେ ଜାଣନ୍ତି ତାଙ୍କ ପୁଅଙ୍କୁ ହରାଇବା କଷ୍ଟ। ସେ କହିଥିଲେ, “ତାଙ୍କ ସହିତ ଯାହା ଘଟିଲା ଏହା ସରକାରଙ୍କ ଶତପ୍ରତିଶତ ଅପାରଗତା। ଏହା ହେଉଛି ରାଜନୀତି, ଏବଂ ରାଜନୀତି ବହୁତ ଖରାପ। ସେ କେମିତି ନ୍ୟାୟ ପାଇବେ ତାହା ଆମେ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରିପାରିବା।
ସିଦ୍ଧୁ ମୁସେୱାଲା ନାମରେ ଜଣାଶୁଣା ଶୁଭଦୀପ ସିଂ ସିଦ୍ଧୁଙ୍କୁ ମେ ୨୯ରେ ପଞ୍ଜାବର ମନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ମୁସେୱାଲାଙ୍କୁ ହତ୍ୟା କରିଥିବା ଛଅ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରାଯାଇଥିଲା। ଏନକାଉଣ୍ଟରରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଏବେ ବି ଫେରାର ଅଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ କାନାଡା ସ୍ଥିତ ଗୋଲ୍ଡି ବ୍ରା ମୁସେୱାଲାଙ୍କ ହତ୍ୟା ପାଇଁ ଦାୟୀ ବୋଲି କହିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।