News18 Odia Digital
Sidhharth-Kiara Wedding: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ଶେଷ ହୋଇଛି । ସୂର୍ଯ୍ୟଗଡ଼ ପ୍ୟାଲେସରେ ଆଜି ଦୁହିଁଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି। ଫିଲ୍ମ ଶେରଶାହରେ ଦୁହେଁ ସାଥିରେ ନଜର ଆସିବା ପରେ ଡେଟିଂର ଚର୍ଚ୍ଚା ଜୋର ଧରିଥିଲା।
ବିବାହରେ ଉଭୟଙ୍କ ପରିବାର ଓ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଉଭୟଙ୍କ କିଛି ବନ୍ଧୁ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ଆଜି ବିବାହ ହୋଇଥିବା ବେଳେ ରିସେପ୍ସନ ପାର୍ଟି ଫେବ୍ରୁଆରି ୧୨ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍ ପାର୍ଟିରେ ପ୍ରିୟଙ୍କା-ନିକ୍, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିବେ।
SIDHARTH KIARA WEDDING: ଏହି ମାସରେ ସିଦ୍ଧାର୍ଥ-କିଆରାଙ୍କର ପଡ଼ିବ ହାତଗଣ୍ଠିକିଛି ଦିନ ପୂର୍ବରୁ କିଆରା ଆଡଭାନୀଙ୍କୁ ଫ୍ୟାଶନ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଷ୍ଟୋର ବାହାରେ ଦେଖିବାକୁ ମିଳିଥିଲା। ଏଥି ସହିତ ସିଦ୍ଧାର୍ଥ ବିବାହର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ଖବର ଅନୁଯାୟୀ ସିଦ୍ଧାର୍ଥ ଏବଂ କିଆରାଙ୍କୁ ବିବାହ ଦିନ ମନୀଷ ମଲହୋତ୍ରାଙ୍କ ଡିଜାଇନର୍ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।