ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଶେଷ ଥର ଶେହନାଜଙ୍କ ସହ ସିଦ୍ଧାର୍ଥଙ୍କୁ ଦେଖିବାକୁ ପାଇବେ ଫ୍ୟାନ୍ସ; ଶୀଘ୍ର ରିଲିଜ ହେବାକୁ ଯାଉଛି Habit ମ୍ୟୁଜିକ୍ ଭିଡିଓ

ଶେଷ ଥର ଶେହନାଜଙ୍କ ସହ ସିଦ୍ଧାର୍ଥଙ୍କୁ ଦେଖିବାକୁ ପାଇବେ ଫ୍ୟାନ୍ସ; ଶୀଘ୍ର ରିଲିଜ ହେବାକୁ ଯାଉଛି Habit ମ୍ୟୁଜିକ୍ ଭିଡିଓ

ସ୍ବର୍ଗତ ସିଦ୍ଧାର୍ଥ ଓ ତାଙ୍କ କଥିତ ଲେଡି ଲଭ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ଆଗାମୀ ଆଲବମ ହାବିଟ୍ (Habit) ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଶେହନାଜଙ୍କ ସହ ଅନ୍ୟ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ ସିଦ୍ଧାର୍ଥ ।

ଶେଷ ଥର ଶେହନାଜଙ୍କ ସହ ସିଦ୍ଧାର୍ଥଙ୍କୁ ଦେଖିବାକୁ ପାଇବେ ଫ୍ୟାନ୍ସ; ଶୀଘ୍ର ରିଲିଜ ହେବାକୁ ଯାଉଛି Habit ମ୍ୟୁଜିକ୍ ଭିଡିଓ
ଶେଷ ଥର ଶେହନାଜଙ୍କ ସହ ସିଦ୍ଧାର୍ଥଙ୍କୁ ଦେଖିବାକୁ ପାଇବେ ଫ୍ୟାନ୍ସ
  • News18 Odia
  • Last Updated: September 9, 2021, 5:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମୁମ୍ବାଇ: ୪୦ ବର୍ଷୀୟ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଗତ ଗୁରୁବାର ଦିନ ଦୁନିଆକୁ ଅଲବିଦା କହିଥିଲେ । ଆଜି ତାଙ୍କ ମୃତ୍ୟୁକୁ ଆଠ ଦିନ ବିତିଗଲାଣି । ହେଲେ ଫ୍ୟାନ୍ସ ଓ ତାଙ୍କ ଫ୍ୟାମିଲି ତାଙ୍କୁ ଏବେ ବି ଝୁରୁଛନ୍ତି । ସିଦ୍ଧାର୍ଥ ‘ବିଗ୍ ବସ୍ ୧୩’ ବିଜେତା ହେବା ପରଠୁ ସଫଳତାର ସିଡି ଚଢ଼ି ଚଢ଼ି ଯାଉଥିଲେ, ହେଲେ ଏହି ସଫଳତାକୁ ଉପଭୋଗ କରିବାକୁ ସେ ଆଉ ଏ ଦୁନିଆରେ ନାହିଁନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର ।

କଥାଟି ହେଲା ଯେ ସିଦ୍ଧାର୍ଥ ଓ ତାଙ୍କ ଲେଡି ଲଭ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ଆଗାମୀ ଆଲବମ ହାବିଟ୍ (Habit) ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଶେହନାଜଙ୍କ ସହ ଅନ୍ୟ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ ସିଦ୍ଧାର୍ଥ ।

ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ଏହି ଗୀତ 'ହାବିଟ୍'ର ଏକ ଅଂଶ ଥିଲେ ଏହି ଯୋଡ଼ି, ଯାହା ଏ ପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । 'ସିଡନାଜ୍' ଯୋଡ଼ିର ପାଗଳ ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଶେଷ ଥର ପାଇଁ ଏକାଠି ଦେଖିବାକୁ ଅନୁରୋଧ କରିଛନ୍ତି ।

ଶୀଘ୍ର ରିଲିଜ ହେବାକୁ ଯାଉଛି  Habit ମ୍ୟୁଜିକ୍ ଭିଡିଓ


ମ୍ୟୁଜିକ୍ ଭିଡିଓର ବିଟିଏସ୍ ପିକ୍ଚର୍ସ ଫଟୋଗ୍ରାଫର ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଉଭୟଙ୍କ ଫଟୋ ଶେୟାର ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ପ୍ରଶଂସକମାନେ ମଧ୍ୟ ଏହି ଟ୍ରାକ୍ ରିଲିଜ୍ କରିବାକୁ ଅନୁରୋଧ କରୁଛନ୍ତି । ଏହି ବିଟିଏସ୍ ଫଟୋ ଗୁଡ଼ିକ ସିଦ୍ଧାର୍ଥ ଶୁକ୍ଲା ଓ ଶାହନାଜ ଗିଲ୍ ରୋମାଣ୍ଟିକ ଅନ୍ଦାଜ ଦେଖି ଇମୋସନାଲ ହୋଇପଡ଼ିନ୍ତି ଫ୍ୟାନ୍ସ ।

ଶେଷ ଥର ଏକାଠି ନଜର ଆସିବେ ଶେହନାଜ ଗିଲ ଓ ସିଦ୍ଧାର୍ଥ ଶୁକ୍ଲା


ଗତ ଗୁରୁବାର ସକାଳେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା । ‘ବିଗ ବସ ୧୩’ରେ ସେ ଶେହନାଜଙ୍କ ସହ ସମ୍ପର୍କରେ ଆସିଥିଲେ । ଦୁଇଜଣଙ୍କୁ ପ୍ରାୟତଃ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥାଏ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ସବୁବେଳେ ବିନ୍ଦାସ ରହୁଥିବା ଶେହନାଜ, ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ଦୁଃଖି ।
Published by: Lipina Das
First published: September 9, 2021, 5:07 PM IST