ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବିକ୍ରମ ବାତ୍ରାଙ୍କ କାହାଣୀ କହିଲେ ସିଦ୍ଧାର୍ଥ ମାଲହୋତ୍ରା ; ଭିଡ଼ିଓ ହେଲା ଭାଇରଲ

ବିକ୍ରମ ବାତ୍ରାଙ୍କ କାହାଣୀ କହିଲେ ସିଦ୍ଧାର୍ଥ ମାଲହୋତ୍ରା ; ଭିଡ଼ିଓ ହେଲା ଭାଇରଲ

ସିଦ୍ଧାର୍ଥ ମାଲହୋତ୍ରା ସୋସିଆଲ ମିଡ଼ିଆରେ ଏକ ଭାବପ୍ରବଣ ତଥା ପ୍ରେରଣାଦାୟକ କବିତା ମାଧ୍ୟମରେ କାର୍ଗିଲ ଯୁଦ୍ଧ ହିରୋ ଶହୀଦ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଯାତ୍ରା ବିଷୟରେ କାହାଣୀ କହିଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବିକ୍ରମ ବାତ୍ରାଙ୍କ କାହାଣୀ କହିଲେ ସିଦ୍ଧାର୍ଥ ମାଲହୋତ୍ରା ; ଭିଡ଼ିଓ ହେଲା ଭାଇରଲ
ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ସିଦ୍ଧାର୍ଥଙ୍କ ଭିଡ଼ିଓ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 12:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା 'ଶେରଶାହା'ରେ ତାଙ୍କର  ଅଭିନୟ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଦର୍ଶକଙ୍କ ହୃଦୟ ଜିତିବା ପରେ ସେ ବର୍ତ୍ତମାନ ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି। 'ଶେର ଶାହା' କେବଳ ଦର୍ଶକଙ୍କଠାରୁ ଭଲ ପାଇବା ପାଇନାହିଁ, ସମାଲୋଚକମାନେ ମଧ୍ୟ ଏହାକୁ ଭଲଭାବେ ଗ୍ରହଣ କରିଥିଲେ।  ବିକ୍ରମ ବତ୍ରାଙ୍କ କାହାଣୀକୁ ପରଦାରେ ଭଲ ଭାବରେ ବର୍ଣ୍ଣନା କରିବା ପରେ ବର୍ତ୍ତମାନ ସିଦ୍ଧାର୍ଥ ମାଲହୋତ୍ରା ସୋସିଆଲ ମିଡ଼ିଆରେ ଏକ ଭାବପ୍ରବଣ ତଥା ପ୍ରେରଣାଦାୟକ କବିତା ମାଧ୍ୟମରେ କାର୍ଗିଲ ଯୁଦ୍ଧ ହିରୋ ଶହୀଦ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଯାତ୍ରା ବିଷୟରେ  କାହାଣୀ କହିଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଏହାକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି।

ଏହି ଭିଡ଼ିଓରେ ଶେର ଶାହାଙ୍କ ଯାତ୍ରା ବିଷୟରେ କହିବା ସହିତ ଅଭିନେତା ଶହୀଦ ହିରୋମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ଆମାଜନ ପ୍ରାଇମ ଭିଡ଼ିଓର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର ହୋଇଥିବା ଏହି ଭିଡ଼ିଓର ନାମ 'ଶେର ଶାହା କି ଦସ୍ତାନ' ରଖାଯାଇଛି। ଯାହା ମାଧ୍ୟମରେ ସିଦ୍ଧାର୍ଥ ମାଲହୋତ୍ରା ଅମର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ନିଜ କବିତା ମାଧ୍ୟମରେ ବିକ୍ରମ ବତ୍ରାଙ୍କ ଯାତ୍ରା ବିଷୟରେ ବର୍ଣ୍ଣନା କରୁଛନ୍ତି। ଭିଡ଼ିଓରେ ସିଦ୍ଧାର୍ଥ ଏକ ଭାବପ୍ରବଣ କବିତା ପାଠ କରୁଥିବା ଦେଖିବାକୁ ମିଳିବ।

ସିଦ୍ଧାର୍ଥଙ୍କ ଏହି କବିତାର ପ୍ରତ୍ୟେକ ଧାଡ଼ି ଏତେ ଭାବପ୍ରବଣ ଓ ପ୍ରେରଣାଦାୟକ ହୋଇଛି ଯେ ଯାହାକୁ ଶୁଣି ଜଣେ ଭାବୁକ ହୋଇପଡ଼ିଛି। ଏହା ଉପରେ ମନ୍ତବ୍ୟ ଦେବାବେଳେ ଉପଭୋକ୍ତାମାନେ ମଧ୍ୟ ଅନେକ ମତାମତ ଦେଉଛନ୍ତି। ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ 'ଶେର୍ ଶାହା' OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି।

ସିଦ୍ଧାର୍ଥଙ୍କ ସହ କିଆରା ଆଡ଼ଭାନୀ ମଧ୍ୟ ଶହୀଦ କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଛନ୍ତି।  କିଆରା ଆଡ଼ଭାନୀ ଏହି ଚଳଚ୍ଚିତ୍ରରେ ବିକ୍ରମ ବତ୍ରାଙ୍କ ଫ୍ୟାନ୍ସ ଡିମ୍ପଲ ଚିମା ଭୂମିକାରେ ଅଭିନୟ କରିଛନ୍ତି ଓ ଏହି ଚରିତ୍ରକୁ ଜୀବନ୍ତ ଭାବେ କରିଥିବାରୁ  କିଆରାଙ୍କୁ ଅନେକ ପ୍ରଶଂସା କରୁଛନ୍ତି।  ଦର୍ଶକଙ୍କ ମଧ୍ୟରେ ଏହି ଯୋଡ଼ି ଓ ସେମାନଙ୍କ କେମେଷ୍ଟ୍ରିକୁ ପସନ୍ଦ କରୁଛନ୍ତି
Published by: Soumya Das
First published: August 25, 2021, 12:54 PM IST