News18 Odia Digital
ଡ୍ରଗ୍ ସେବନ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ଜାମିନ ମିଳିଛି। ତାଙ୍କ ସହ ଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଜାମିନ୍ ମିଳିଛି। ସେମାନଙ୍କୁ ଡକାଯିବା ମାତ୍ରେ ସେମାନେ ପୋଲିସ୍ ପାଖରେ ପହଞ୍ଚିବେ ବୋଲି ସୂଚନା ରହିଛି।
ରବିବାର ରାତିରେ ବେଙ୍ଗାଲୁରୁ ପୋଲିସ ଏକ ପଞ୍ଚ ତାରକା ହୋଟେଲ ଉପରେ ଚଢ଼ାଉ କରିଥିଲା। ଯେଉଁଠାରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଚାଲିଥିଲା। ଏହି ପାର୍ଟିରେ ୩୫ ଜଣଙ୍କର ରକ୍ତ ନମୁନା ନିଆଯାଇଥିଲା, ଯେଉଁଥିରୁ ୫ ଜଣ ଲୋକ ପଜିଟିଭ୍ ପରୀକ୍ଷା କରିଛନ୍ତି। ସେହି ପାଞ୍ଚ ଜଣଙ୍କ ସହ ସିଦ୍ଧାନ୍ତଙ୍କୁ ଅଟକ ରଖାଯାଇଥିଲା।
୫୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲାରାତି ୧୨ଟା ସମୟରେ ଉଲସୁର ପୋଲିସ ହୋଟେଲ ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୫୦ ରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା।
ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଛି। ଏଥିରେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ମଧ୍ୟ ସାମିଲ ଥିଲେ। ଏହି ମାମଲାରେ ଶ୍ରଦ୍ଧା କପୁରଙ୍କୁ ଏନସିବି ପଚରାଉଚରା କରିଥିଲା।
ସିଦ୍ଧାନ୍ତ କପୁରଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇନାହାଁନ୍ତି। ସେ ଅନେକ ଫିଲ୍ମ ଓ ୱେବ୍ ସିରିଜରେ କାମ କରିଛନ୍ତି।
ସିଦ୍ଧାନ୍ତ ତାଙ୍କ ଭଉଣୀ ଶ୍ରଦ୍ଧାଙ୍କ ସହ ଏକ ଫିଲ୍ମରେ କାମ କରିଥିଲେ, କିନ୍ତୁ ସେହି ଫିଲ୍ମଟି ଏକ ଫ୍ଲପ୍ ବୋଲି ମଧ୍ୟ ପ୍ରମାଣିତ ହୋଇଥିଲା। ନିକଟରେ ସିଦ୍ଧାନ୍ତ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀଙ୍କ ସହ ‘ଚେହେର’ ଫିଲ୍ମରେ ନଜର ଆସିଥିଲେ, କିନ୍ତୁ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଏକ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।