ପରଲୋକରେ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ; ୱାର୍କ ଆଉଟ ସମୟରେ ହେଲା ହୃଦଘାତ

୪୬ ବର୍ଷୀୟ ସିଦ୍ଧାନ୍ତ ଜିମରେ ୱାର୍କ ଆଉଟ କରୁଥିବା ସମୟରେ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। 

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଦେହାନ୍ତ ହୋଇଛି। କୁହାଯାଉଛି ଯେ ୪୬ ବର୍ଷୀୟ ସିଦ୍ଧାନ୍ତ ଜିମରେ ୱାର୍କ ଆଉଟ କରୁଥିବା ସମୟରେ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।  ଯେଉଁଠାରେ, ଡାକ୍ତର ଦଳ ପ୍ରାୟ ୪୬ ମିନିଟ୍ ଚିକିତ୍ସା କରିଥିଲେ, କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ।

ସିଦ୍ଧାନ୍ତ କୁସୁମ୍, କସୌଟି ଜିନ୍ଦେଗି କି, କୃଷ୍ଣ-ଅର୍ଜୁନ, ଜମିନ୍ ସେ ଆସମାନ୍ ଟକ୍, କ୍ୟା ଦିଲ୍ ମେନ୍ ହେ, ଗୃହସ୍ଥୀ ଭଳି ଅନେକ ଟିଭି ଶୋ’ର ଅଭିନୟ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଜିଦି ଦିଲ୍ ମାନେ ନା ରେ ଦେଖିବାକୁ ମିଳିଥିଲା। ସିଦ୍ଧାନ୍ତ ଜଣେ ଫିଟନେସ୍ ଫ୍ରାକ୍ ଥିଲେ, ପ୍ରଶଂସକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରାୟତଃ ସୋସିଆଲ୍ ମିଡିଆରେ ତାଙ୍କର ବ୍ୟାୟାମ ଭିଡିଓ ସେୟାର କରୁଥିଲେ।

ଟିଭି ଅଭିନେତା ଜୟ ଭାନୁଶାଲି ସିଦ୍ଧାନ୍ତଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସେ ଏକ ଚିତ୍ର ସେୟାର କରି ଲେଖିଥିଲେ, ତୁମେ ବହୁତ ଶୀଘ୍ର ଚାଲିଗଲ।

ସିଦ୍ଧାନ୍ତ ୨୦୧୭ରେ ମଡେଲ୍ ଏବଂ ଫ୍ୟାଶନ୍ କୋରିଓଗ୍ରାଫର୍ ଅଲିସିଆ ରାଉତଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା। ଏହାପୂର୍ବରୁ ସେ ୨୦୦୦ ରେ ଇରା ସୂର୍ଯ୍ୟବଂଶୀଙ୍କୁ ବିବାହ କରିଥିଲେ, କିନ୍ତୁ ସେମାନେ ୨୦୧୫ ରେ ଛାଡପତ୍ର ହୋଇଥିଲେ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ଜିମରେ ୱାର୍କ ଆଉଟ କରୁଥିବାବେଳେ ନିକଟରେ ମୃତ୍ୟୁ ବରଣ କରିଥିଲେ। ଏହାପୂର୍ବରୁ ଶୋ’ର ଅଭିନେତା ଭାବିଜି ଫେମ ଦୀପେଶ ମଧ୍ୟ ବ୍ୟାୟାମ କରିବା ସମୟରେ ମୃତ୍ୟୁ ବରଣ କରିଥିଲେ।
Published by:Soumya Das
First published: