News18 Odia Digital
ଭୁବନେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଉତ୍ତରାଖଣ୍ଡ ରାଜ୍ୟରେ ଦୀର୍ଘ ୨୭ ଦିନର ସୁଟିଂ ସାରି ଘରକୁ ଫେରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ସ୍ବରାଜ ବାରିକ। ସମୁଦ୍ର ପତନଠାରୁ ୯୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ମସୁରୀ, ଧନୋଲ୍ଟି ଭଳି ଭୂସ୍ବର୍ଗରେ ତାଙ୍କର ଆଗାମୀ ଫିଲ୍ମ ‘ଓଏ ଅଞ୍ଜଲି’ ର ସୁଟିଂ ହେଇଛି । ହିନ୍ଦୀ ସିନେମାରେ ବ୍ୟବହାର ହେଉଥିବା ଆରି ଆଲେକ୍ସା କ୍ୟାମେରାରେ ସମ୍ପୂର୍ଣ୍ଣ ସିନେମାଟି ନିର୍ମାଣ କରାଯାଇଛି ।
ଅଳ୍ପ ଓ ଭଲ ସିନେମାରେ ରୁଚି ରଖୁଥିବା ସ୍ବରାଜ ଏଥର କିଛି ନୂଆ ଅବତାରରେ ନଜର ଆସିବେ ବୋଲି ଜଣାପଡ଼ିଛି । ଏଥିରେ ସେ ଏକ ନୂଆ ଲୁକରେ ଅଭିନୟ କରୁଥିବାର ଦେଖିବାକୁ ମିଳିବେ । ପ୍ରେମାନନ୍ଦ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ରାମାଶଙ୍କର।
ସ୍ବରାଜଙ୍କ ବ୍ୟତୀତ ଫିଲ୍ମରେ ‘ସେଲ୍ଫିଶ୍ ଦିଲ୍’ରେ ଡେବ୍ୟୁ କରିଥିବା ଅଭିନେତା ଶ୍ରେୟାନ ଥିବା ବେଳେ ଦୁହିଁଙ୍କର ନାୟିକା ଭାବେ ନବାଗତା ମାନବୀ ଏଥିରେ ଅଭିନୟ କରିଛନ୍ତି । ବଡ଼ ବଜେଟରେ ନିର୍ମାଣ ହେଇଥିବା ଏହି ଉଚ୍ଚମାନର ଫିଲ୍ମଟି ଓଡ଼ିଆ ଦର୍ଶକଙ୍କୁ ପୁଣି ଥରେ ସିନେମା ହଲ୍ ମୁହାଁ କରିବ ବୋଲି ପୁରା ଟିମ୍ ଆଶା ବାନ୍ଧିଛନ୍ତି ।
ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ସିନେମାଟି ରିଲିଜ୍ ହେଇପାରେ ବୋଲି କହିଛନ୍ତି ସ୍ବରାଜ। ଏହାଛଡା ସ୍ବରାଜ ଶିବାନୀ ଅଭିନୀତ ଫିଲ୍ମ ‘ଦିଲ୍ ମୋର ମାନେନା’ ରିଲିଜ୍ ଅପେକ୍ଷାରେ ରହିଛି । ଦୀର୍ଘ ଦୁଇ ବର୍ଷ ପରେ ସ୍ବରାଜ ପୂର୍ବ ଭଳି ପୁଣି ଦର୍ଶକଙ୍କ ଭଲ ପାଇବା ସାଉଁଟି ପାରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।