News 18 Odia Digital
ନୂଆଦିଲ୍ଲୀ: ଆଉ ଜଣେ ଅଭିନେତ୍ରୀ (actress)ଙ୍କ ଆତ୍ମହତ୍ୟା । ଆରିପାରିରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ (akanksha dubey) । ବାରଣାସୀର (varnashi) ସାରନାଥ ଥାନାର ଏକ ଘରୋଇ ହୋଟେଲରେ ଆକାଂକ୍ଷା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀ (film industry)ର ଜଣାଶୁଣା ଅଭିନେତ୍ରୀ ଥିଲେ ଆକାଂକ୍ଷା । ସେ ‘ବୀରୋ କେ ବୀର’ ଓ ‘କସମ ପୈଦା କରନେ ୱାଲେ କି-୨’ ଫିଲ୍ମରେ ଅଭିନୟ କରିଥିଲେ । ତେବେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ିନି । ଅନ୍ୟପଟେ ତାଙ୍କ ମୃତ୍ୟୁ ଖବର ଭୋଜପୁରୀ ଫିଲ୍ମ ଜଗତରେ ଶୋକର ଛାୟା ଖେଳାଇଦେଇଛି । ଆକାଂକ୍ଷା ଦୁବେ ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାଁ। ଚଳଚ୍ଚିତ୍ରରେ ଅଭିନୟ ଓ ନୃତ୍ୟ ବ୍ୟତୀତ ଆକାଂକ୍ଷା ଦୁବେ ଇନଷ୍ଟାଗ୍ରାମ ରିଲ୍ (Instagram reel) କରି ଚର୍ଚ୍ଚାରେ ରହୁଥିଲେ । ବର୍ତ୍ତମାନ ହଠାତ୍ ଆତ୍ମହତ୍ୟା ଅନେକଙ୍କୁ ଚକିତ କରିଛି । ବଡ଼ କଥା ହେଉଛି, ଆଜି ହିଁ ପବନ ସିଂଙ୍କ ସହ ତାଙ୍କର ନୂଆ ଗୀତ ରିଲିଜ (new song release) ହୋଇଛି ।
ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିବା ନେଇ କିଛି ନେଟିଜେନ୍ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କାନ୍ଦୁଥିବା ନଜର ଆସୁଛନ୍ତି । ହେଲେ କେହି ଜାଣିପାରିନଥିଲେ ସେ ଏଭଳି ଚରମ ପଦକ୍ଷେପ ନେବେ । ପବନ ସିଂଙ୍କ ସହ ଅନେକ ମ୍ୟୁଜିକ୍ ଭିଡିଓରେ କାମ କରିସାରିଛନ୍ତି ଆକାଂକ୍ଷା। ଏହି ଗୀତଗୁଡିକ ପପୁଲାର ହେବା ସହ ଆକାଂକ୍ଷାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ଆକାଂକ୍ଷା ଦୁବେ ୧୯୯୭ ଅକ୍ଟୋବର ୨୧ରେ ଉତ୍ତର ପ୍ରଦେଶର (uttar pradesh) ମିର୍ଜାପୁରରେ ଜନ୍ମଗ୍ରହଣ କରିଥିଲେ । ଇନଷ୍ଟାରେ ଆକାଂକ୍ଷାଙ୍କର ପାଖାପାଖି ୧୭ ଲକ୍ଷ ଫଲୋୟର୍ସ ଅଛନ୍ତି ।
ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । କାରଣ ସମ୍ପର୍କରେ ଜାଣିବା ପାଇଁ ସମ୍ପର୍କୀୟଙ୍କୁ ପଚରାଉଚରା ମଧ୍ୟ କରୁଛି ପୋଲିସ । ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ଅଧିକ ସୂଚନା ଦେବ ବୋଲି ସୂଚନା ଦେଇଛି ।
ଏହି ଖବର ପଢ଼ନ୍ତୁ -
ଏହି ୪ଟି କାରଣରୁ ଆପଣଙ୍କର ରାସନ କାର୍ଡ ହୋଇଯିବ ବାତିଲ: ପଢନ୍ତୁ ସରକାରଙ୍କ ଏହି ନୂଆ ନିୟମ ! ନିଶା ମହାରଣାଙ୍କୁ ମନା ହେଲା ଯାତ୍ରା ପେଣ୍ଡାଲ୍ ! ନିଶା କହିଲେ ମୁଁ ଛାଡିବା ଝିଅ ନୁହେଁନିଶା ମହାରଣାଙ୍କୁ ମନା ହେଲା ଯାତ୍ରା ପେଣ୍ଡାଲ୍ ! ନିଶା କହିଲେ ମୁଁ ଛାଡିବା ଝିଅ ନୁହେଁPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।