ତମେ କଣ ଅଭିନେତ୍ରୀ..ଶିବାନୀଙ୍କୁ ପ୍ରଶ୍ନ କଲେ ବଲିଉଡ଼ ଗାୟିକା ଶ୍ରେୟା ଘୋଷାଲ

ତମେ କଣ ଅଭିନେତ୍ରୀ..ଶିବାନୀଙ୍କୁ ବଲିଉଡ଼ ଗାୟିକା ଶ୍ରେୟା ଘୋଷାଲଙ୍କ ପ୍ରଶ୍ନ ।

ଶ୍ରେୟାଙ୍କ ସହ ଶିବାନୀ

ଶ୍ରେୟାଙ୍କ ସହ ଶିବାନୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Shivani With Shreya : ଅନେକ ସମୟରେ ଏପରି ଓଲିଉଡର କଳାକାରମାନଙ୍କ ଫଟୋ ଅନ୍ୟ ଚଳଚ୍ଚିତ୍ର ଜଗତର କଳାକାରମାନଙ୍କ ସହ ଦେଖାଯାଏ । ଯେଉଁଥିରେ ସାକ୍ଷାତ ପରେ କଳାକାର ମାନେ ନିଜର ଖୁସି ଜାହିର କରିଥାନ୍ତି । ଏହି କ୍ରମରେ ଓଲିଉଡର ଚୁଲବୁଲି ନାୟିକା ଶିବାନୀ ସଙ୍ଗିତା(Shivani Sangita)ଙ୍କ ସହ ବଲିଉଡ଼ର ଖ୍ଯାତାନାମା ଗାୟିକା ଶ୍ରେୟା ଘୋଷାଲ(Shreya Ghoshal)ଙ୍କ ଫଟୋ ଭାଇରାଲ ହେଉଛି ।

ନିଜ ସୋସିଆଲ ମିଡିଆରେ ଶ୍ରେୟାଙ୍କ ସହ ଫଟୋ ସେୟାର କରିଛନ୍ତି ଶିବାନୀ । ଅଭିନେତ୍ରୀଙ୍କ କହିବାନୁସାରେ, ଯେଉଁଥିରେ ତମେ ବହୁତ ସୁନ୍ଦର..ତମେ କଣ ହିରୋଇନ ବୋଲି ଶିବାନୀଙ୍କୁ ପ୍ରଶ୍ନ ପଚାରିଥିଲେ ଶ୍ରେୟା । ସେଥିପାଇଁ ଏତେ ସୁନ୍ଦର ଦେଖାଯାଉଛ ବୋଲି ଶ୍ରେୟା ଶିବାନୀଙ୍କୁ କହିଥିଲେ । କେବିୃଳ ସେତିକି ନୁହେଁ, ଶିବାନୀ ଉଲ୍ଲେଖ କରିଛନ୍ତି, ସେ ଯେତେବେଳେ ଶ୍ରେୟାଙ୍କୁ ଭେଟିଲେ ସେତେବେଳେ ତାଙ୍କୁ ବହୁତ କିଛି କହିବାକୁ ଚିନ୍ତା କରିଥିଲେ ଏବଂ ତାଙ୍କଠାରୁ ପ୍ରଶଂସା ଉତ୍ସୁକ ଥିଲେ । ଯାହା ତାଙ୍କୁ ଖୁସି ଦେଇଥିଲା । ଶିବାନୀଙ୍କ କହିବା କଥା ସେ ଯାହା ବି କରନ୍ତୁ ନା କାହିଁକି କେବଳ ଶ୍ରେୟା ଘୋଷାଲ ଗୀତ ଖୋଜିବା ଏବଂ ଶୁଣିବା ପାଇଁ ସେ ମ୍ୟୁଜିକ ଆପ ଖୋଲିଥାନ୍ତି । ଶ୍ରେୟା ଅନେକ ହିଟ ଗୀତ ଉପହାର ଦେଇଛନ୍ତି । ମୁଁ ତୁମକୁ ଓ ତମ ଗୀତକୁ ଭଲ ପାଏ । ତୁମେ ଏକ ପ୍ରକୃତ କିମ୍ବଦନ୍ତୀ । ତାଙ୍କୁ ଭେଟିବା ଏକ ସ୍ୱପ୍ନ ଥିଲା ଓ ଆଗାମୀ ସାକ୍ଷାତ ପାଇଁ ଅପେକ୍ଷା କରିବା ମୁସ୍କିଲ ବୋଲି ଶିବାନୀ ଲେଖିଛନ୍ତି ।




ଏହି ଫଟୋକୁ ଶିବାନୀ ନିଜ ଇନଷ୍ଚାରେ ସେୟାର କରିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରାୟ ୧୧ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି । ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ବୋଲି ସୋସିଆଲ ମିଡିଆ ବ୍ଯବହାରକାରୀ କମେଣ୍ଟ କରିଛନ୍ତି ।
Published by:Soumya Das
First published: