ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଶିଳ୍ପା ଶେଟ୍ଟୀଙ୍କ ପଥ ଅନୁସରଣ କରୁଛନ୍ତି ପୁଅ ଝିଅ; ଯୋଗକୁ ଦେଉଛନ୍ତି ଗୁରୁତ୍ୱ

ଶିଳ୍ପା ଶେଟ୍ଟୀଙ୍କ ପଥ ଅନୁସରଣ କରୁଛନ୍ତି ପୁଅ ଝିଅ; ଯୋଗକୁ ଦେଉଛନ୍ତି ଗୁରୁତ୍ୱ

ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ଏହି ଭିଡ଼ିଓରେ ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି।

ଶିଳ୍ପା ଶେଟ୍ଟୀଙ୍କ ପଥ ଅନୁସରଣ କରୁଛନ୍ତି ପୁଅ ଝିଅ; ଯୋଗକୁ ଦେଉଛନ୍ତି ଗୁରୁତ୍ୱ
ଭିଆନ ଓ ସମିଶା ଯୋଗ କରୁଥିବାର ନଜର ଆସିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 28, 2021, 12:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟନେସ, ବ୍ୟାୟାମ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡ଼ିଓ ସେୟାର କରିବା ସହିତ ଲୋକଙ୍କୁ ଫିଟ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ଏହି ଭିଡ଼ିଓରେ ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି। ଏହି ଭିଡ଼ିଓ ବହୁତ ମଜାଦାର ହୋଇଥିବା ବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓରେ ଶିଳ୍ପାଙ୍କ ପୁଅ ଭିୟାନ ଯୋଗ କରୁଥିବା ନଜର ଆସୁଥିବା ବେଳେ ତାଙ୍କ ଝିଅ ତାଙ୍କୁ କପି କରୁଥିବା ଦେଖାଯାଉଛି। ଏବେ ଶିଳ୍ପାଙ୍କ ଝିଅ ସମିଶା ବହୁତ ଛୋଟ ଥିଲେ ମଧ୍ୟ ସେ ତାଙ୍କ ଭାଇକୁ ଦେଖି ଯେଉଁଭଳି ଭାବେ କପି କରୁଛି ତାହା ଦେଖିବା ପ୍ରକୃତରେ ମଜାଳିଆ ହୋଇଛି।

ଶିଳ୍ପା ଇନଷ୍ଟାଗ୍ରାମରେ ଏହି ଭିଡ଼ିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ “ପିଲାମାନେ ହେଉଛନ୍ତି ଓଦା ମାଟି। ଆମେ ତାଙ୍କୁ ଭଲ ଜୀବନଶୈଳୀ ଦିଗରେ ପ୍ରେରିତ କରିବା ଉଚିତ। ଆମେ ସେମାନଙ୍କୁ ସନ୍ତୁଳିତ ରହିବା, ସୁଷମ ଖାଦ୍ୟ ଓ ଫିଟନେସ ରହିବା ସହିତ ମନ ଓ ଆତ୍ମାକୁ ଆୟତ୍ତ କରିବାର ଅଭ୍ୟାସରେ ପକେଇବା ଜରୁରୀ। ମୁଁ ଭିଆନ ସହିତ ସେପରି କିଛି କରିବାକୁ ଚେଷ୍ଟା କରୁଛି। ଏବେ ତା’ର ଜୀବନ ବଦଳି ଯାଇଛି। ସେ ସମିଶାକୁ ଯୋଗ ଶିଖେଇବା ଦେଖି ମତେ ଗର୍ବ ଅନୁଭବ ହେଉଛି।”

ସମିଶାଙ୍କ ଏହି ଭିଡ଼ିଓ ବହୁତ ମଜାଦାର ହୋଇଛି। ଏହା ପୂର୍ବରୁ ଶିଳ୍ପା ମଧ୍ୟ ଡଟର୍ସ ଡେ’ରେ ସମିଶାଙ୍କ ଏକ ଭିଡ଼ିଓ ଶେୟାର କରିଥିଲେ। ଏହା ଗଣେଷ ପୂଜା ଅବସରର ଥିଲା ଯେଉଁଥିରେ ଶିଳ୍ପା ଓ ସମୀଷା ଏହାଭଳି ପୋଷାକ ପିନ୍ଧିଥିବା ଦେଖାଦେଇଥିଲେ। ଏହି ଭିଡ଼ିଓରେ ସମୀଷା ଗୀତକୁ ଉପଭୋଗ କରୁଥିବା ଦେଖାଦେଇଥିଲା। ଲୋକେ ମଧ୍ୟ ଏହି ଭିଡ଼ିଓକୁ ଖୁବ୍ ପସନ୍ଦ କରିଥିଲେ।

ଏହି ଭିଡ଼ିଓରେ ଶିଳ୍ପା କ୍ୟାପସନରେ ଲେଖିଥିଲେ ଯେ “ସମିଶା ମତେ ମାନୁଥିବାରୁ ଧନ୍ୟବାଦ। ମୁଁ କଥା ଦେଉଛି ଯେ ଆମେ ମା-ଝିଅ ହୋଇଥିଲେ ବି ସବୁବେଳେ ହୃଦୟରୁ ସାଙ୍ଗ ହୋଇ ରହିବା।”
Published by: Soumya Das
First published: September 28, 2021, 12:08 PM IST