ରାଜ କୁନ୍ଦ୍ରାଙ୍କୁ ଛାଡ଼ିକି ଅଲଗା ରହିବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ; ସ୍ୱାମୀଙ୍କ ଗିରଫ ଝଟକା ଲାଗିଛି
ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ଘର ଛାଡ଼ି ନିଜେ ଆଉ ତାଙ୍କ ପିଲାମାନଙ୍କ ଜୀବନକୁ ନେଇ ଚିନ୍ତା କରିଛନ୍ତି। ରାଜ କୁନ୍ଦ୍ରା ଙ୍କ ଗିରଫକୁ ନେଇ ଶିଳ୍ପାଙ୍କୁ ଝଟକା ଲାଗିଛି ।
ରାଜ କୁନ୍ଦ୍ରାଙ୍କ ଘର ଛାଡ଼ି ଅଲଗା ରହିବେ ଶିଳ୍ପା ଶେଟ୍ଟୀ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 2, 2021, 11:55 AM IST
ମୁମ୍ବାଇ : ବଲିଉଡ଼ ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଆଜିକାଲି ଜେଲର ଚାରିକାନ୍ଥ ଭିତରେ ଜୀବନ କାଟୁଛନ୍ତି। ଅଶ୍ଳୀଳତା ମାମଲାରେ ଜୁଲାଇ ୧୯ରୁ ସେ ଜେଲ୍ରେ ଅଛନ୍ତି। ତେବେ ଅଶ୍ଳୀଳତା ମାମଲାରେ ରାଜ କୁନ୍ଦ୍ରାଙ୍କ ନାମ ଆସିବା ଦିନରୁ ଶିଳ୍ପା ଶେଟ୍ଟୀ ଏହି ଘଟଣାକୁ ନେଇ ଲଗାତର ଆଲୋଚିତ ହେଉଛନ୍ତି। ଏହି କାରଣରୁ ଶିଳ୍ପା ‘ସୁପର ଡ୍ୟାନ୍ସର’ରୁ ପାଖାପାଖି ୨ ମାସ ଦୂରେଇ ରହିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି। ଏହା ପରେ ମଧ୍ୟ ଘଟଣାକୁ ନେଇ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନରେ ବହୁତ ପ୍ରଭାବ ପଡ଼ିଥିବା ଦେଖାଯାଏ। ଏବେ ଖବର ଆସୁଛି ଯେ ଶିଳ୍ପା ତାଙ୍କ ପତି ରାଜ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇ ଜିଇଁବା ପାଇଁ ଯୋଜନା କରୁଥିବା ଜଣାଯାଉଛି।
ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ଘର ଛାଡ଼ି ନିଜେ ଆଉ ତାଙ୍କ ପିଲାମାନଙ୍କ ଜୀବନକୁ ନେଇ ଚିନ୍ତା କରିଛନ୍ତି। ବଲିଉଡ଼ ହଙ୍ଗାମାର ଏକ ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କ ଜଣେ ନିକଟତର ସାଙ୍ଗ କହିଛନ୍ତି ଯେ ଶିଳ୍ପା ରାଜ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇ ରହିବାକୁ ଚାହାଁନ୍ତି। ପ୍ରକାଶଥାଉ ଯେ ଶିଳ୍ପା ଓ ରାଜ ୨୦୦୯ରେ ବିବାହ କରିଥିଲେ। ସେମାନଙ୍କ ଦୁଇଟି ପିଲା ଥିବା ବେଳେ ପୁଅର ନାମ ଭିୟାନ ଓ ଝିଅର ନାମ ସମୀଶା।
ଶିଳ୍ପାଙ୍କ ସାଙ୍ଗ କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ସମସ୍ୟା ସମାଧାନ ହେବାର ନା ଧରୁନି। ଏହା ବଦଳରେ ଏହା ସବୁ ସପ୍ତାହରେ ବଢ଼ି ବଢ଼ି ଚାଲିଛି। ଅଶ୍ଳୀଳ କଣ୍ଟେଣ୍ଟ ସହିତ ରାଜ କୁନ୍ଦ୍ରାଙ୍କ ବିଭିନ୍ନ ଲିଙ୍କ ଖୁଲାସା ଯୋଗୁଁ ଶିଳ୍ପାଙ୍କୁ ସେତିକି ଝଟକା ଲାଗିଛି ଯେତିକି ଆମମାନଙ୍କୁ ଲାଗିଛି। ସେ ଆହୁରି କହିଛନ୍ତି ଯେ ପ୍ରକୃତରେ ଶିଳ୍ପାଙ୍କୁ ଜଣା ନ ଥିଲା ଯେ ତାଙ୍କ ପାଇଁ ଡାଇମଣ୍ଡ ଆଉ ଡୁପ୍ଲେକ୍ସ ସବୁ ଅନ୍ୟାୟ ଉପାୟରେ କିଣାଯାଇଛି। ଅଭିନେତ୍ରୀଙ୍କ ସାଙ୍ଗଙ୍କ କହିବା କଥା, ଶିଳ୍ପା ରାଜ କୁନ୍ଦ୍ରାଙ୍କ ଟଙ୍କାକୁ ବି ଛୁଇଁବାକୁ ଚାହୁଁ ନାହାନ୍ତି। ଏହି ସୂଚନା ଅନୁସାରେ ତାଙ୍କ ସାଙ୍ଗ କହିଛନ୍ତି ଯେ ଶିଳ୍ପା ଶେଟ୍ଟୀ କାମ କରୁଛନ୍ତି ଓ ସେ ନିଜ ପିଲାମାନଙ୍କର ରକ୍ଷଣାବେକ୍ଷଣା ଠିକରେ କରିପାରିବେ।






