News18 Odia Digital
Shilpa Shetty video Viral: ବଲିଉଡର ଫିଟନେସ ଆଇକନ ହେଉଛନ୍ତି ଆକ୍ଟ୍ରେସ ଶିଳ୍ପା ଶେଟ୍ଟୀ (Shilpa Shetty )। ତାଙ୍କର ଫିଟନେସକୁ ଦେଖି କେହି କହିବେ ନାହିଁ କି ତାଙ୍କ ବୟସ ୪୭ ବର୍ଷ। ଯେବେ ଶିଳ୍ପା ସୋସିଆଲ ମିଡ଼ିଆରେ (Social Media) ତାଙ୍କର ଫିଟନେସ ଫଟୋ କିମ୍ବା ଭିଡିଓ ସେୟାର କରନ୍ତି ଲୋକ ତାଙ୍କର ତାରିଫ ନ କରି ରହିପାରନ୍ତି ନାହିଁ।
କିଛି ଦିନ ତଳେ ଶିଳ୍ପ ତାଙ୍କର ସୋସିଆଲ ଆକାଉଣ୍ଟରେ ଏକ ଫିଟନେସ୍ ଭିଡିଓ ସେୟାର କରିଥିଲେ। ଯାହାକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିବା ସହ ତାଙ୍କର ଫିଟନେସ ରୁଟିନରେ (Fitness Tips) ସାମିଲ କରିବା ପାଇଁ ଚାହିଁଛନ୍ତି।
ସୋସିଆଲ ମିଡ଼ିଆରେ ଶିଳ୍ପା ତାଙ୍କର ଫିଟନେସ୍ ମୋଟିଭେସନ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ୱାର୍କଆଉଟକୁ ଡ୍ୟାନ୍ସ ଷ୍ଟେପ ମାଧ୍ୟମରେ ତାଙ୍କ ଫ୍ୟାନ୍ସଙ୍କୁ ଫିଟନେସ୍ ଟ୍ରେନିଂ ଦେଉଥିବାର ନଜର ଆସୁଛନ୍ତି।
ଏହି ଭିଡିଓ ସେୟାର କରି ସହ ଏକ ଲମ୍ବା ଚଉଡା କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ‘‘‘ଗୀତରେ ବାଜିଗର ଅଲଗା ରହିଛି, ସେଥିପାଇଁ ମୋଟିଭେସନ ମଧ୍ୟ କିଛି ଭିନ୍ନ ରହିବା ଦରକାର।’’
ଆଗକୁ ଲେଖିଛନ୍ତି ଆଜିର ମୋଟିଭେସନ ହେଉଛି କାର୍ଡିଓ ଷ୍ଟେପ ୱାର୍କଆଉଟ। ଯେଉଁଥିରେ କିଛି SSK ଟ୍ବିଷ୍ଟ ଅର୍ଥାତ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଟ୍ବିଷ୍ଟ ରହିଛି।
ସେହିପରି ଶିଳ୍ପା ଏଥିରେ କେବଳ କାର୍ଡିଓଭାସକୁଲାର ସିଷ୍ଟମ ଏବଂ ଗୋଡର ଫିଟନେସରେ ବିଷୟରେ ଜଣାଇଛନ୍ତି।
ଏହାକୁ ୬୦, ୯୦ କିମ୍ବା ୧୨୦ ମିନିଟ ପର୍ଯ୍ୟନ୍ତ ପାଞ୍ଚ ଥର କରିବାକୁ ହେବ। ପ୍ଲାଟଫର୍ମ ଉପରେ ନଜର ରଖିବେ, ଯେପରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ, ଆପଣଙ୍କ ଫିଟନେସ ଅନୁସାରେ ପ୍ଲାଟଫର୍ମର ଉଚ୍ଚତା ବ୍ୟବହାର କରିବେ। ମୁଁ ଏହା ୪ଟି ଫ୍ଲାଟଫର୍ମ ଉପରେ କରିଛି। ଯଦି ଆପଣ ଏହା କରନ୍ତି ତେବେ ଏହି ରିଲକୁ ମୋ ସହ କରନ୍ତୁ ଏବଂ ମୋତେ ଟ୍ୟାଗ କରିବା ନ ଭୁଲନ୍ତୁ’ ବୋଲି କହିଛନ୍ତି ଶିଳ୍ପା।
ଶିଳ୍ପାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ କମେଣ୍ଟ କରି ଲେଖିଛନ୍ତି, ‘‘ଆପଣ ହେଉଛନ୍ତି ପ୍ରକୃତ ବାଜିଗର।’’
ଅନ୍ୟ ଜଣେ ଲେଖିଛନ୍ତି ଏନର୍ଜି ଲେବଲ ଏବଂ ଷ୍ଟନର। ଆଉ କିଛି ଜଣ ହଟ୍ କହିବା ସହ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି। ଶିଳ୍ପା ପୂର୍ବରୁ ସୋସିଆଲ ମିଡ଼ିଆରେ ଅନେକ ଫିଟନେସ୍ ଭିଡିଓ ସେୟାର କରିଛନ୍ତି।
ପଢ଼ନ୍ତୁ ପୂରା ଖବର: Afghanistan: ତାଲିବାନ ପାଇଁ ଛାରଖାର ଆଫଗାନିସ୍ତାନ; ସ୍ବପ୍ନ ଦେଖାଇ କଲା ବରବାଦସେ ଲୋକଙ୍କୁ ଫିଟନେସ ଓ ନ୍ୟୁଟ୍ରିସନ ଉପରେ ବିଭିନ୍ନ ସମୟରେ ପରାମର୍ଶ ଦେଇଥାଆନ୍ତି। ଯାହାକୁ ଲୋକ ଅନେକ ପ୍ରଶଂସା କରିବା ସହିତ ତାଙ୍କ ପୋଷ୍ଟରେ ଲକ୍ଷାଧିକ ଲାଇକସ୍ ଓ କମେଣ୍ଟସ୍ ଦେଇଥାଆନ୍ତି। ୟୁଟ୍ୟୁବରେ ତାଙ୍କର ଏକ ଫିଟନେସ ଚ୍ୟାନେଲ ମଧ୍ୟ ରହିଛି।
ରିପୋର୍ଟ: ରଜନୀଗନ୍ଧା ରାଉତ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।