ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»'ଜୀବନ ଗଣେଶଙ୍କ ଶୁଣ୍ଢ ପରି’; ରାଜଙ୍କ ଜାମିନ ପରେ ଏମିତି ପୋଷ୍ଟ ସେୟାର କଲେ ଭିଆନ କୁନ୍ଦ୍ରା

'ଜୀବନ ଗଣେଶଙ୍କ ଶୁଣ୍ଢ ପରି’; ରାଜଙ୍କ ଜାମିନ ପରେ ଏମିତି ପୋଷ୍ଟ ସେୟାର କଲେ ଭିଆନ କୁନ୍ଦ୍ରା

ରାଜଙ୍କ ଜାମିନ ମିଳିବା ନେଇ ପୁଅ ଭିଆନ କୁନ୍ଦ୍ରା ଖୁସି ବ୍ୟକ୍ତ କରି ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡ଼ିଆରେ ଭିଆନ କୁନ୍ଦ୍ରାଙ୍କ ଏକ ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି।

'ଜୀବନ ଗଣେଶଙ୍କ ଶୁଣ୍ଢ ପରି’; ରାଜଙ୍କ ଜାମିନ ପରେ ଏମିତି ପୋଷ୍ଟ ସେୟାର କଲେ ଭିଆନ କୁନ୍ଦ୍ରା
ଜାମିନ ପରେ ରାଜ କୁନ୍ଦ୍ରାଙ୍କ ଉଦ୍ଦେଶ୍ଯରେ ଭିଆନ ପୋଷ୍ଟ ସେୟାର କଲେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 22, 2021, 12:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି । ଏନେଇ ସୋସିଆଲ ମିଡ଼ିଆରେ ଖୁସି ବ୍ୟକ୍ତ କରିଛନ୍ତି ପୁଅ ଭିଆନ୍ କୁନ୍ଦ୍ରା । ଦୀର୍ଘ ୨ ମାସ ପରେ ରାଜ୍ କୁନ୍ଦ୍ରା ଜେଲରୁ ଜାମିନ ପାଇ ଘରକୁ ଫେରିଛନ୍ତି ।  ରାଜଙ୍କ ଜାମିନ ମିଳିବା ନେଇ ପୁଅ ଭିଆନ କୁନ୍ଦ୍ରା ଖୁସି ବ୍ୟକ୍ତ କରି ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଲେଖାଯାଇଛି ଯେ 'ଜୀବନ ହେଉଛି ଗଣେଶଙ୍କ ଶୁଣ୍ଢ ପରି ଓ ତାଙ୍କ ମୂଷକ ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୁତି' । ତେବେ ସୋସିଆଲ ମିଡ଼ିଆରେ ଭିଆନ କୁନ୍ଦ୍ରାଙ୍କ ଏକ ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେ ମାଆ ଶିଳ୍ପା ଶେଟ୍ଟୀ ଓ ଭଉଣୀଙ୍କ ସହ ନଜର ଆସିଛନ୍ତି ।

ଏହା ଛଡ଼ା କେବଳ ରାଜ କୁନ୍ଦ୍ରାଙ୍କ ପୁଅ ନୁହଁ ଶିଳ୍ପା ସେଟ୍ଟି ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଶିଳ୍ପା ଏକ ଇନ୍ଦ୍ରଧନୁର ଫଟୋ ସହ ଏକ ପଜିଟିଭ ଥଟସକୁ ସେୟାର କରିଛନ୍ତି । ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ 'ସବୁ ଝଡ଼ ପରେ କିଛି ନା କିଛି ଭଲ ହୋଇଥାଏ , ଯେମିତି ଝଡ଼ ପରେ ଇନ୍ଦ୍ରଧନୁ ଆସି ପ୍ରମାଣିତ କରେ ଯେ ଝଡ଼ ପରେ କିଛି ଭଲ ଜିନିଷ ହୋଇପାରିବ' । ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘ ୬୪ ଦିନ ପରେ ଜେଲରୁ ବାହାରିଛନ୍ତି । ସୋମବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ।

ସୂଚନା ଅନୁସାରେ ମୁମ୍ବାଇର ଏକ କୋର୍ଟ ଅଶ୍ଳୀଳ ମାମଲାରେ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାରେ ଜାମିନ ପ୍ରଦାନ କରିଛନ୍ତି।  ପ୍ରକାଶଥାଉ ଯେ ପୂର୍ବରୁ ଅଶ୍ଳୀଳ ମାମଲାରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ୧୫୦୦ ପୃଷ୍ଠାର ଚାର୍ଜସିଟରେ ୪୩ ସାକ୍ଷୀଙ୍କ ନାମ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ଶିଳ୍ପାଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା ଯାହା ସେ ପୋଲିସକୁ ଦେଇଥିଲେ । ଏଥିସହିତ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଥିଲେ ଯେ ସେ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କ’ଣ କରୁଛନ୍ତି ତାହା ସେ ଜାଣି ନ ଥିଲେ।
Published by: Soumya Das
First published: September 22, 2021, 12:40 PM IST