ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଭିଡ଼ିଓ ସେୟାର କଲେ କିଆରା ଆଡ଼ଭାନୀ; ଫ୍ଯାନ କହିଲେ ଦୁହେଁ ବିବାହ କରିନିଅ

ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଭିଡ଼ିଓ ସେୟାର କଲେ କିଆରା ଆଡ଼ଭାନୀ; ଫ୍ଯାନ କହିଲେ ଦୁହେଁ ବିବାହ କରିନିଅ

ନିକଟରେ କିଆରା ଆଡ଼ଭାନି ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଏକ ସୁନ୍ଦର ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓରେ ଦୁହିଁଙ୍କ ଅନ୍ଦାଜ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ।

ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଭିଡ଼ିଓ ସେୟାର କଲେ କିଆରା ଆଡ଼ଭାନୀ; ଫ୍ଯାନ କହିଲେ ଦୁହେଁ ବିବାହ କରିନିଅ
ସିଦ୍ଧାର୍ଥ ସହ ଭିଡ଼ିଓ ସେୟାର କଲେ କିଆରା ଆଡ଼ଭାନୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2021, 1:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ଼ରେ ଏବେ ନୂଆ ଯୋଡ଼ିକୁ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କେତେବେଳେ ୨ ଜଣଙ୍କର ସଂପର୍କକୁ ନେଇ ତ କେତେବେଳେ ଫିଲ୍ମରେ ଏକାଠି କାମ କରିବାକୁ ନେଇ ସବୁବେଳେ ଲାଇମଲାଇଟରେ ରହୁଛନ୍ତି ଏହି ଦୁଇ ଯୋଡ଼ି । ଅଗଷ୍ଟ ୧୨ରେ ଦୁହଁଙ୍କର ଫିଲ୍ମ ଶେରସାହା ରିଲିଜ ହୋଇଛି । ଫିଲ୍ମରେ ଦୁହିଁଙ୍କର କେମେଷ୍ଟ୍ରୀକୁ ଦର୍ଶକେ ପସନ୍ଦ କରିଛନ୍ତି । ନିକଟରେ କିଆରା ଆଡ଼ଭାନି ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଏକ ସୁନ୍ଦର ଭିଡ଼ିଓ ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓରେ ଦୁହିଁଙ୍କ ଅନ୍ଦାଜ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ।

ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୩.୧ ମିଲିୟନ ଥର ଦେଖାହୋଇସାରିଲାଣି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ କିଆରା ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ହଳଦିଆ ରଙ୍ଗର ଓଢଣୀ ପକାଇଛନ୍ତି । ସିଦ୍ଧାର୍ଥଙ୍କୁ ଏକ ବ୍ରାଉନ୍ ଜ୍ୟାକେଟ୍ ଓ କଳା ପ୍ୟାଣ୍ଟ ସାର୍ଟରେ ଦେଖିବାକୁ ମିଳିଛି । ଉଭୟଙ୍କୁ ଖୁବ ଶୀଘ୍ର କପିଲ ଶର୍ମାଙ୍କ ଶୋ’ରେ ଦେଖିବାକୁ ମିଳିବ । ତେବେ ଶେରସାହାରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରୁଛନ୍ତି । ଆଗକୁ ସିଦ୍ଧାର୍ଥ ମଲହୋତ୍ରା ‘ଥ୍ୟାଙ୍କ ଗଡ୍’ ଓ ମିସନ ମଞ୍ଜୁ’ ଫିଲ୍ମରେ ନଜର ଆସିବେ । ଦର୍ଶକ ଏହି ଫିଲ୍ମ ମିସନ ମଞ୍ଜୁରେ ସିଦ୍ଧାର୍ଥଙ୍କ ବିପକ୍ଷରେ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ। ଏହି ଫିଲ୍ମ ମାଧ୍ୟମରେ ବଲିଉଡ଼ରେ ରଶ୍ମିକା ମନ୍ଦାନା ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଶେର୍‌ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମାଲହୋତ୍ରା ବହୁତ ଖୁସିଥିବା ଜଣାପଡ଼ିଛି ।

ନିକଟରେ ଶେରଶାହର ସଫଳତାକୁ ନେଇ ଏକ ସାକ୍ଷାତକାରରେ ସିଦ୍ଧାର୍ଥଙ୍କୁ ପଚରା ଯାଇଥିଲା ଯେ ଫିଲ୍ମ ପାଇଁ ସେ ଜାତୀୟ ପୁରସ୍କାର ପାଇବା ନେଇ ଆଶାବାଦୀ କି । ସେ କହିଥିଲେ ଯେ ମୁଁ ବର୍ତ୍ତମାନ କୌଣସି ପୁରସ୍କାର ବିଷୟରେ ଚିନ୍ତା କରୁନି, କିନ୍ତୁ ଫିଲ୍ମକୁ ମିଳୁଥିବା ପ୍ରଶଂସାରେ ମୁଁ ଖୁସି ଅଛି। କିଆରା ଫିଲ୍ମ ଫଗଲିରୁ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ଫିଲ୍ମ ଭୁଲଭୁଲେୟା-୨ ପାଇଁ ସେ ବହୁତ ବ୍ୟସ୍ତ ଅଛନ୍ତି । ଆଗକୁ ଅନେକ ଫିଲ୍ମ ତାଙ୍କ ହାତରେ ଅଛି ।
Published by: Soumya Das
First published: September 1, 2021, 1:30 PM IST