ବ୍ଲାକ ଲୁକରେ ନଜର ଆସିଲେ ଶେହନାଜ ଗିଲ; ପ୍ରଶଂସକଙ୍କ ହୃଦୟକୁ ଛୁଇଁଲା ଫଟୋ

ଶେହନାଜ ନିଜ କ୍ୟୁଟନେସ ପାଇଁ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ।

ବ୍ଲାକ ଲୁକରେ ନଜର ଆସିଲେ ଶେହନାଜ ଗିଲ; ପ୍ରଶଂସକଙ୍କ ହୃଦୟକୁ ଛୁଇଁଲା ଫଟୋ

ବ୍ଲାକ ଲୁକରେ ନଜର ଆସିଲେ ଶେହନାଜ ଗିଲ; ପ୍ରଶଂସକଙ୍କ ହୃଦୟକୁ ଛୁଇଁଲା ଫଟୋ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

Shehnaaz Gill Photoshoot: ଶେହନାଜ୍ ଗିଲ୍ ଖୁବ୍ କମ୍ ସମୟ ମଧ୍ୟରେ ସେହି ଲୋକପ୍ରିୟତା ହାସଲ କରିଛନ୍ତି, ଯାହା କୌଣସି ଅଭିନେତ୍ରୀଙ୍କ ପାଇଁ ସହଜ ନୁହେଁ । ସେ ସଲମାନ ଖାନଙ୍କ ରିଆଲିଟି ସୋ 'ବିଗ୍ ବସ୍ 13' ରୁ ଲାଇମ୍ ଲାଇଟରେ ଆସିଥିଲେ । କିନ୍ତୁ ଏହି ସୋ ପରେ ସେ ରାତାରାତି ଷ୍ଟାର ହୋଇ ଯାଇଥିଲେ ।

'ବିଗ୍ ବସ୍ 13'ରୁ ପରିଚୟ ସୃଷ୍ଟି କରିଥିବା ଶେହନାଜ ଗିଲ ଆଜି କୌଣସି ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି । ଶେହନାଜ ନିଜ କ୍ୟୁଟନେସ ପାଇଁ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି କାରଣରୁ ସେ ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକମାନେ ଶେହନାଜଙ୍କ ପାଇଁ ଥିବା ସେମାନଙ୍କର ଭଲପାଇବା ବୟାନ କରନ୍ତି । ଶେହନାଜ ମଧ୍ୟ ସବୁବେଳେ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଛି ।

ଶେହନାଜ ଗିଲ ସବୁବେଳେ ନିଜ ଫଟୋ ଦ୍ବାରା ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।

ବ୍ଲାକ ଜମ୍ପସୁଟରେ ଶେହନାଜ ଷ୍ଟାଇଲିସ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି । ଏମିତିରେ ଶେହନାଜ ଗିଲଙ୍କ ପ୍ରତ୍ୟେକ ଲୁକ୍ ହୃଦୟ ଛୁଆଁ ।

ନ୍ୟୁଡ ମେକଅପରେ ଶେହନାଜଙ୍କ ଏହି ଲୁକ୍ ଅତ୍ୟନ୍ତ ଗ୍ଲାମରିଅସ୍ ଦେଖାଯାଉଛି ।

ଶେହନାଜ ଜଣେ ଭଲ ଅଭିନେତ୍ରୀ ସହିତ ଜଣେ ଭଲ ଗାୟିକା ମଧ୍ୟ ।

ଶେହନାଜ ଗିଲ ପ୍ରତ୍ୟେକ ଥର ତାଙ୍କ ନୂଆ ଲୁକରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି ।
Published by:Soubhagya Mishra
First published: