ରୁମରେ କାହାକୁ ଦେଖି ପଞ୍ଜାବ କ୍ୟାଟ୍ରିନା କୈଫଙ୍କ ଉଡ଼ିଗଲା ହୋସ! ମମ୍ମି..କହି ଦୌଡ଼ିଲେ

ଶେହନାଜ ଗିଲ ସେୟାର କରିଥିବା ଭିଡିଓରେ ଅଭିନେତ୍ରୀଙ୍କୁ ତାଙ୍କ ଟିମ ସହିତ ଏକ କୋଠରୀରେ ଦେଖିବାକୁ ମିଳିଛି।  ଭିଡିଓରେ ଶେହନାଜଙ୍କୁ ତାଙ୍କର କିଛି ସାଥୀ ଏକ କୋଠରୀକୁ ନେଇଯାଇଛନ୍ତି। ଶେହନାଜ ଧୀରେ ଧୀରେ ଆଗକୁ ବଢୁଛନ୍ତି।

ପଞ୍ଜାବର କ୍ୟାଟ୍ରିନା କୈଫଙ୍କ ଉଡ଼ିଗଲା ହୋସ

ପଞ୍ଜାବର କ୍ୟାଟ୍ରିନା କୈଫଙ୍କ ଉଡ଼ିଗଲା ହୋସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Shehnaaz Gill Funny Video : ପଞ୍ଜାବର କ୍ୟାଟ୍ରିନା କୈଫ ତଥା ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ ଆଜିକାଲି ଲାଇମଲାଇଟରେ ଅଛନ୍ତି ଓ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଭିଡିଓ ପସନ୍ଦ କରନ୍ତି ଓ ପୋଷ୍ଟ କରନ୍ତି।  ସୋସିଆଲ ମିଡିଆରେ ଶାହନାଜ ଗିଲ ବହୁତ ସକ୍ରିୟ ରହିଛନ୍ତି। ଅଭିନେତ୍ରୀ କ୍ରମାଗତ ଭାବରେ ତାଙ୍କ ଫଟୋ ଓ ଭିଡିଓଗୁଡ଼ିକୁ ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି।

ସୋସିଆଲ ମିଡିଆରେ ଶେହନାଜ ଗିଲ ସେୟାର କରିଥିବା ଭିଡିଓରେ ଅଭିନେତ୍ରୀଙ୍କୁ ତାଙ୍କ ଟିମ ସହିତ ଏକ କୋଠରୀରେ ଦେଖିବାକୁ ମିଳିଛି।  ଭିଡିଓରେ ଶେହନାଜଙ୍କୁ ତାଙ୍କର କିଛି ସାଥୀ ଏକ କୋଠରୀକୁ ନେଇଯାଇଛନ୍ତି।  ଶେହନାଜ ଧୀରେ ଧୀରେ ଆଗକୁ ବଢୁଛନ୍ତି।। ଆପଣ ତାଙ୍କ ଭାଇଙ୍କୁ ଭିଡିଓରେ ମଧ୍ୟ ଦେଖିପାରିବେ। ଏହା ପରେ, ଅଚାନକ ଏକ ସିଂହ ଛୁଆକୁ ଦେଖି ମାତ୍ରେ ସେ କାନ୍ଦିବାକୁ ଲାଗିଲେ । ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି 'ମୁଁ ଡ଼ରି ଗଲି'।




ଭିଡିଓରେ ଶେହନାଜଙ୍କୁ ତାଙ୍କ ଦଳର ସଦସ୍ୟଙ୍କ ସହ ଏକ କୋଠରୀରେ ଦେଖିବାକୁ ମିଳିଛି। ଉଲ୍ଲେଖଥାଉ କି, ତାଙ୍କୁ ଦେଖି କେହି ଭୟଭୀତ ହୋଇପାରନ୍ତି। ଶେହନାଜ ୱାହ ଗୁରୁଙ୍କ ନାମ ଜପ କରିବା ଆରମ୍ଭ କରିଥିଲେ।  ଗୁରୁ ପ୍ରକୃତ ରାଜା ବୋଲି କହି ଶାହନାଜ ମଧ୍ୟ ସିଂହ ନିକଟକୁ ଯିବାକୁ ସାହସ କରୁଥିଲେ, କିନ୍ତୁ ସେ ଭୟଭୀତ ହୋଇ ପୁଣି ଦୌଡ଼ି ପଳାଇଲେ।  କିଛି ଉପଭୋକ୍ତା ତାଙ୍କୁ ସିଂହୀ ବୋଲି ମଧ୍ୟ କହୁଛନ୍ତି। ଏଥି ସହିତ, ଜଣେ ଉପଭୋକ୍ତା କହିଛନ୍ତି ଯେ ସଜେହନାଜଙ୍କୁ ଭୟ କର ନାହିଁ, ସେ ତୁମକୁ ଭେଟିବା ପରେ ମଧ୍ୟ ତୁମକୁ ଭଲ ପାଇ। ଆପଣଙ୍କୁ କହିବାକୁ ଗଲେ ଶନିବାର ଅନୁଷ୍ଠିତ ଫିଲ୍ମଫେୟାର ମିଡିଲ୍ ଇଷ୍ଟ ଆଚିଭର୍ସ ଆୱାର୍ଡରେ ଶାହନାଜ ଗିଲଙ୍କୁ ବଲିଉଡର ରାଇଜିଂ ଷ୍ଟାର ପୁରସ୍କାର ପ୍ରଦାନ କରାଯାଇଥିଲା।
Published by:Soumya Das
First published: