ବିଗ୍ ବସ୍ ୧୫ର ଗ୍ରାଣ୍ଡ ଫାଇନାଲରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଦେବେ ଶେହନାଜ ଗିଲ

ବିଗ୍ ବସ୍ ୧୫ ଗ୍ରାଣ୍ଡ ଫାଇନାଲ ରାତିରେ ଶେହନାଜ ଗିଲ ପୁଣି ଥରେ ବିଗ୍ ବସ୍ ୧୩ର ପୁରୁଣା ସ୍ମୃତିକୁ ସହ ଦିବଂଗତ ସିଦ୍ଧାର୍ଥ ଶୁକ୍ଲାଙ୍କୁ ସ୍ମତିକୁ ପ୍ରଶଂସକଙ୍କ ନିକଟକୁ ଫେରାଇ ଆଣିବାକୁ ଯାଉଛନ୍ତି।

ବିଗ୍ ବସ୍ ୧୫ର ଗ୍ରାଣ୍ଡ ଫିଇନାଲରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଦେବେ ଶେହନାଜ ଗିଲ

ବିଗ୍ ବସ୍ ୧୫ର ଗ୍ରାଣ୍ଡ ଫିଇନାଲରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଦେବେ ଶେହନାଜ ଗିଲ

  • Share this:
News18 Odia Digital

ମୁମ୍ବାଇ: ବିଗ୍ ବସ୍ ୧୫ର ଫାଇନାଲ୍ ହେବାକୁ ଆଉ କିଛି ସମୟ ଅଛି। ଯାହାର ପ୍ରସ୍ତୁତି ସରିଲାଣି। ଏହି ଫାଇନାଲରେ ଶେହନାଜ ଗିଲ ତାଙ୍କର ଦିବଂଗତ ବୟଫ୍ରେଣ୍ଡ ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଉଛନ୍ତି। ସିଦ୍ଧାର୍ଥ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ଶେହନାଜ ତାଙ୍କର ସମସ୍ତ ପୁରୁଣା ସ୍ମୃତିକୁ ପୁନର୍ବାର ଆଲୋକିତ କରିବେ। ଚ୍ୟାନେଲ ଦ୍ୱାରା ଏକ ନୂଆ ଭିଡିଓ ଶେୟାର କରାଯାଇଛି, ଯାହାକୁ ଦେଖି ପ୍ରଶଂସକମାନେ ଭାବପ୍ରବଣ ହେଉପଡ଼ିଛନ୍ତି।

ବିଗ୍ ବସ୍ ୧୩ର ପୁରୁଣା ସ୍ମୃତିକୁ ସତେଜ କରିବେ

ବିଗ୍ ବସ୍ ୧୫ ଗ୍ରାଣ୍ଡ୍ ଫାଇନାଲର ରାତିରେ ଶେହନାଜ ଗିଲ ପୁଣି ଥରେ ବିଗ୍ ବସ୍ ୧୩ର ପୁରୁଣା ସ୍ମୃତି ସହ ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକଙ୍କ ନିକଟକୁ ଫେରାଇ ଆଣିବାକୁ ଯାଉଛନ୍ତି। ଶେହନାଜ ତାଙ୍କ ଗୀତ 'ତୁ ୟହାଁ ହୈ' ରେ ଅଭିନୟ କରି ତାଙ୍କ ଦିବଂଗତ ବୟଫ୍ରେଣ୍ଡ ସିଦ୍ଧାର୍ଥଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଉଛନ୍ତି। ଶାହନାଜଙ୍କ ଏହି ଅଭିନୟର ପ୍ରମୋ ଭିଡିଓ ସାମ୍ନାକୁ ଆସିଛି।

'ତୁ ୟହାଁ ହୈ' ଗୀତରେ ଅଭିନୟ କରିବେ

ପ୍ରୋମୋରେ ଏହା ଦର୍ଶାଯାଇଛି ଯେ ଶେହନାଜ ସିଦ୍ଧାର୍ଥଙ୍କ ସହ ତାଙ୍କର ସୁନ୍ଦର ମୂହୁର୍ତ୍ତଗୁଡିକ ବିଷୟରେ ବର୍ଣ୍ଣନା କରନ୍ତି ଓ ଏକ ଜର୍ଣ୍ଣାଲରେ ତାଙ୍କ ଭାବନା ବିଷୟରେ ଲେଖଛନ୍ତି ଓ କହିଛନ୍ତି ‘‘ପ୍ରିୟ ସିଦ୍ଧାର୍ଥ, ତୁମେ ସର୍ବଦା ମୋ ପାଖରେ ରହିବ।’’








View this post on Instagram






A post shared by ColorsTV (@colorstv)






ହୃଦୟକୁ ଛୁଇଁଲା ଭଳି ଟ୍ରିବ୍ୟୁଟ

ପ୍ରୋମୋକୁ ଶେୟାର କରି ଏହାର କ୍ୟାପସନରେ ଲେଖା ଯାଇଛି, ‘‘ଶେହନାଜ ଗିଲ ସିଦ୍ଧାର୍ଥ ଶୁକ୍ଲାଙ୍କ ପାଇଁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ସହ ଗ୍ରାଣ୍ଡ ଫାଇନାଲକୁ ଆହୁରି ସ୍ୱତନ୍ତ୍ର କରିବାକୁ ଆସୁଛନ୍ତି।’’

ଶେହନାଜ-ସିଦ୍ଧାର୍ଥଙ୍କ ଯାତ୍ରା ବିଗ୍ ବସ୍ ୧୩ରୁ ଆରମ୍ଭ ହୋଇଥିଲା

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ଗିଲ 'ତୁ ୟହାଁ ହୈ' ଗୀତକୁ ଶ୍ରଦ୍ଧାଞ୍ଜଳି ରୂପେ ମୁକ୍ତ କରିଥିଲେ। ଏହାକୁ ନିଜେ ସାନା ଗାଇଛନ୍ତି। ଏହି ଗୀତରେ ବିଗ୍ ବସ୍ ୧୩ରେ ସ୍ୱର୍ଗତ ଅଭିନେତାଙ୍କ ଯାତ୍ରା ଠାରୁ କିଛି ସ୍ମରଣୀୟ ମୂହୁର୍ତ୍ତ ରହିଛି।
Published by:Lipina Das
First published: