ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ରିୟଲିଟି ଶୋର ସିଜିନ୍-୨

ଲୋକପ୍ରିୟ ରିୟଲିଟି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜନ ୨ର ପ୍ରୋମୋ ମଙ୍ଗଳବାର ସନ୍ଧ୍ୟାରେ ଚ୍ୟାନେଲ ଦ୍ୱାରା ମୁକ୍ତିଲାଭ କରିଥିଲା।

ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସିଜିନ୍-୨

ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସିଜିନ୍-୨

  • News18 Odia
  • Last Updated :
  • New Delhi, India
  • Share this:
ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜନ ୨ର ପ୍ରୋମୋ ମଙ୍ଗଳବାର ସନ୍ଧ୍ୟାରେ ଚ୍ୟାନେଲ ଦ୍ୱାରା ମୁକ୍ତିଲାଭ କରିଥିଲା। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଏହାର ପ୍ରଥମ ସିଜିନ୍ ପ୍ରସାରିତ ହୋଇଥିଲା ଏବଂ ଏହାର ପ୍ରଥମ ସିଜିନକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ତେବେ ଦ୍ବିତୀୟ ସିଜିନରେ ଫ୍ୟାନ୍‌ଙ୍କୁ କିଛି ପୁରୁଣା ଚେହେରା ସହ ନୂଆ ସାର୍କଙ୍କୁ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ ଦ୍ବିତୀୟ ସିଜିନ୍‌ରେ କାରଦେଖୋ ଗ୍ରୁପ୍ ଏବଂ ଇନସ୍ୟୁରାନ୍ସଦେଖୋ.କମ୍ ର ସିଇଓ ଅମିତ ଜୈନ ସାର୍କ ପ୍ୟାନେଲରେ ଯୋଗ ଦେବେ। ପ୍ରଥମ ସିଜିନରୁ ଅନୁପମ ମିତ୍ତଲ, ଅମନ ଗୁପ୍ତା, ନମିତା ଥାପର, ଭିନୀତା ସିଂହ ଏବଂ ପିୟୁଷ ବଂଶଲଙ୍କ ଦେଖିବାକୁ ମିଳିବ। ତେବେ ରନବିଜୟ ସିଂହଙ୍କ ବଦଳରେ ଷ୍ଟାଣ୍ଡ୍ ଅଫ୍ କେମଡିଆନ ରାହୁଲ ଦୁଆ ସୋ ହୋଷ୍ଟ କରିବେ।

ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ ୨ର ପ୍ରସାରିତ ତାରିଖ ଏପର୍ଯ୍ୟନ୍ତ ଚ୍ୟାନେଲ ଦ୍ୱାରା ଘୋଷଣା କରାଯାଇ ନାହିଁ। ଚଳିତ ବର୍ଷ ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ପ୍ରସାରିତ ହେବାର ଆଶା କରାଯାଉଛି। ଏହି ଶୋ ନୂଆ ବ୍ୟବସାୟୀ ଆଶାୟୀଙ୍କୁ ସେମାନଙ୍କର ଉଦ୍ୟୋଗୀ ସ୍ବପ୍ନ ପୂରଣ କରିବାରେ ସାହାଯ୍ୟ କରିବ। ସେମାନେ ସେମାନଙ୍କର ଧାରଣାକୁ ଅଭିଜ୍ଞ ନିବେଶକ ଏବଂ ବିଶେଷଜ୍ଞଙ୍କ ସାମ୍ନାରେ ଉପସ୍ଥାପନ କରିବେ। ଏହାପରେ ଏହି ସାର୍କମାନେ ଅର୍ଥ ବଦଳରେ ସେମାନଙ୍କ କମ୍ପାନୀରେ କିଛି ସେୟାର କଣିବେ।
Published by:Soumyashree Mishra
First published: