ବ୍ରେକଅପ୍ ପରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ ଶମିତା ଓ ରାକେଶ; ରିଲିଜ ହେବ ମ୍ୟୁଜିକ୍ ଭିଡିଓ

ବ୍ରେକଅପ୍ ପରେ ପୁଣି ଥରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ ଶମିତା ଶେଟ୍ଟୀ ଓ ରାକେଶ ବାପତ। ଅଗଷ୍ଟ ୫ରେ ରିଲିଜ ହେବାକୁ ଯାଉଛି ଦୁଇ ଜଣଙ୍କ ରୋମାଣ୍ଟି ମ୍ୟୁଜିକ୍ ଭିଡିଓ 'ତେରେ ଭିଚ୍ ରବ୍ ଦିସଦା'।

ମ୍ୟୁଜିକ୍ ଭିଡିଓ

ମ୍ୟୁଜିକ୍ ଭିଡିଓ

  • Share this:
News 18 Odia Digital

ମୁମ୍ବାଇ: ନିକଟରେ ଚର୍ଚ୍ଚିତ ଯୋଡି ଶମିତା ଶେଟ୍ଟୀ ଓ ରାକେଶ ବାପତଙ୍କ ବ୍ରେକଅପ୍ ଖବର ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ଦୁହେଁ ପରସ୍ପରଠୁ ଅଲଗା ହୋଇଯାଇଛନ୍ତି। ହେଲେ ଅଲଗା ହେବା ପୂର୍ବରୁ ଏହି ଯୋଡି ଏକ ରୋମାଣ୍ଟିକ ଟ୍ରାକରେ ଅଭିନୟ କରିଥିଲେ। ଯାହା ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି।

ବ୍ରେକ୍ଅପ୍ ପରେ ଦୁହେଁ ଶେଷରେ ସେମାନଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ 'ତେରେ ଭିଚ୍ ରବ୍ ଦିସଦା' ରିଲିଜକୁ ଅପେକ୍ଷା କରିଛନ୍ତି। ଯାହା ପୂର୍ବରୁ ଅଗଷ୍ଟ ୨ରେ ରିଲିଜ ହେବାର ଅନୁମାନ କରାଯାଉଥିଲା, ବହୁ ପ୍ରତୀକ୍ଷିତ ରୋମାଣ୍ଟିକ୍ ଟ୍ରାକର ଟିଜର ସେୟାର କରି ଶମିତା ଓ ରାକେଶ ନୂଆ ରିଲିଜ ତାରିଖ ପ୍ରକାଶ କରିଛନ୍ତି। ଅଗଷ୍ଟ ୫ରେ ଏହି ଭିଡିଓ ରିଲିଜ ହେବାକୁ ଯାଉଛି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିଜର ସେୟାର କରିବାବେଳେ ଶମିତା କ୍ୟାପସନରେ ଲେଖିଛନ୍ତି, “ଆପଣମାନଙ୍କ ମୁହୂର୍ତ୍ତ ପ୍ରେମରେ ପରିପୂର୍ଣ୍ଣ ହେଉ। ଅଗଷ୍ଟ ୫ ତାରିଖରେ ଗୀତ ରିଲିଜ ହେବ।”

ଏହି ରୋମାଣ୍ଟିକ୍ ମ୍ୟୁଜିକ୍ ମିଟ୍ ବ୍ରୋସ ଦ୍ୱାରା ରଚନା କରାଯାଇଛି ଓ ଏହାକୁ ସାଚିତ ଟଣ୍ଡନ୍ ଓ ପରମ୍ପରା ଟଣ୍ଡନ୍ ଗାଇଛନ୍ତି। ଏହାର ଗୀତ ମନୋଜ ମୁନ୍ତାଶୀରଙ୍କ ଦ୍ୱାରା ଲେଖାଯାଇଥି, ଯିଏକି ସିଗିଂ ରିୟାଲିଟି ଶୋ ଇଣ୍ଡିଆନ୍ ଆଇଡଲରେ ବିଚାରପତି ଭାବରେ ଶେଷ ଥର ପାଇଁ ଦେଖାଯାଇଥିଲା।

ପ୍ରକାଶ ଥାଉକି ଗତ ସପ୍ତାହରେ ଶମିତା ଓ ରାକେଶ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡିକରେ ତାଙ୍କର ବ୍ରେକଅପ୍ ବିଷୟରେ ଘୋଷଣା କରିଥିଲେ। ଯାହାକୁ ନେଇ ନିରାଶ ହୋଇଯାଇଥିଲେ ଫ୍ୟାନ୍ସ।
Published by:Soumyashree Mishra
First published: