ରାକେଶ ଓ ଶମିତା (ପ୍ରତୀକାତ୍ମକ ଛବି)
News18 Odia Digital
ପ୍ରାୟତଃ ଦେଖାଯାଏ ଯେ ବିଗ୍ ବସରେ ଗଠିତ ଯୋଡ଼ିଗୁଡିକ ଅଧିକ ସମୟ ରହେ ନାହିଁ ଓ ନିକଟରେ କିଛି ସମାନ ଘଟଣା ଘଟିଛି। ଖବର ଆସୁଛି ଯେ ବିଗ୍ ବସ୍ ରେ ତିଆରି ହୋଇଥିବା ଆଉ ଏକ ସମ୍ପର୍କ ଭାଙ୍ଗି ଯାଇଛି। ଶମିତା ଶେଟ୍ଟୀ ଓ ରାକେଶ ବାପତଙ୍କର ବ୍ରେକ ଅପ ହୋଇଛି। ଆଜିକାଲି ସୋସିଆଲ ମିଡିଆରେ ସେମାନଙ୍କର ବ୍ରେକଅପ୍ ଖବର ଭାଇରାଲ ହେବାରେ ଲାଗିଛି।
ଟେଲି ଅଭିନେତା ରାକେଶ ବାପଟଙ୍କ ସହ ସବୁ ସଂପର୍କ ଭାଙ୍ଗିଦେଇଛନ୍ତି ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ। କିଛି ଦିନ ପୂର୍ବରୁ ରାକେଶ ଶମିତାଙ୍କ ଘର ଆଗରେ ଘର କିଣିବେ ବୋଲି ଶୁଣା ଯାଉଥିଲା। କିନ୍ତୁ ଠିକଣା ବଦଳିବ ଆଗରୁ ଦୁହେଁ ଅଲଗା ହୋଇଗଲେ। ଦୁହେଁ ବର୍ତ୍ତମାନ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଦୁହେଁ ପରସ୍ପରକୁ ବହୁତ ସମ୍ମାନ କରନ୍ତି, ତେଣୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ରହିବ। କେବଳ ଏତିକି ନୁହେଁ ଦୁହେଁ ନିକଟରେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ସୁଟ୍ କରିଛନ୍ତି। ଏହି ମ୍ୟୁଜିକ୍ ଭିଡ଼ିଓ ଖୁବ୍ ଶୀଘ୍ର ରିଲିଜ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିିୟା ଆସିନାହିଁ।
ଏହାପୂର୍ବରୁ ମଧ୍ୟ ଉଭୟଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏକ ଇଭେଣ୍ଟରେ ଦୁହେଁ ସାଥୀରେ ନଜର ଆସିବା ପରେ ଏହି ଚର୍ଚ୍ଚା ବନ୍ଦ ହୋଇଥିଲା। ହେଲେ ଏବେ ପୁଣି ଥରେ ଦୁହିଁଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।