News18 Odia Digital
ମୁମ୍ବାଇ: ଡ୍ରଗ୍ସ ମାମଲାରେ (Mumbai Drug Bust) ଗିରଫ ହୋଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ (Aryan Khan) ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍.ସି.ବି.) ହେପାଜତକୁ ପଠାଇଛନ୍ତି କୋର୍ଟ । ଏନ୍.ସି.ବି. କର୍ତ୍ତୃପକ୍ଷ ଏହି ମାମଲାରେ ତାଙ୍କ ପାଇଁ କୋର୍ଟରୁ ଦ୍ୱାରା ୧୧ ଦିନ ହେପାଜତ ମାଗିଥିଲେ । ମାତ୍ର କୋର୍ଟ ତିନି ଦିନର ହେପାଜତ ଦେଇଛନ୍ତି ।
ଏହି ମାମଲାର ଶୁଣାଣି ସମୟରେ ଶାହରୁଖ ଖାନଙ୍କ (Shah Rukh Khan) ମ୍ୟାନେଜର୍ ଓ ତାଙ୍କ ଅଙ୍ଗରକ୍ଷୀ କୋର୍ଟରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଅତିରିକ୍ତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍. କେ୍. ରାଜେ ରବିବାର ଦିନ ଆର୍ୟନ ଖାନଙ୍କୁ ଦିନକ ପାଇଁ ଏନ୍.ସି.ବି. ହେପାଜତକୁ ପଠାଇଥିଲେ ।
ଏହା ବି ପଢ଼ନ୍ତୁ | ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା
ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍.ସି.ବି.) କୋର୍ଟରେ ଦାବି କରିଥିଲା ଯେ ମୁମ୍ବାଇ ଉପକୂଳରେ ଥିବା ଏକ କ୍ରୁଜ୍ ଜାହାଜରୁ ଜବତ ହୋଇଥିବା ଡ୍ରଗ୍ ମାମଲାରେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ ଓ ତାଙ୍କ ସହ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କର ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ସହ ଥିବା ଲିଙ୍କ୍ ବିଷୟରେ ପ୍ରମାଣ ଅଛି ।

ଏନ୍.ସି.ବି. କଷ୍ଟଡିକୁ ନିଆଯିବା ବେଳେ ଆର୍ୟନ ଖାନ୍
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ଜଣ
ରବିବାର ସନ୍ଧ୍ୟାରେ ଆର୍ୟନ୍ ଖାନ୍ ଓ ଅନ୍ୟ ଦୁଇ ଜଣ – ମୁନମୁନ୍ ଧମେଚା ଓ ଅରବାଜ୍ ମର୍ଚ୍ଚେଣ୍ଟ୍ – ଗିରଫ ହୋଇଥିଲେ । ସେମାନଙ୍କୁ ଅତିରିକ୍ତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍.କେ. ରାଜେ ଭୋସଲେଙ୍କ ସ୍ୱତନ୍ତ୍ର ଭେକେସନ୍ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ସେମାନଙ୍କୁ ଦିନକ ପାଇଁ, ଅର୍ଥାତ୍ ଅକ୍ଟୋବର ୪ ପର୍ଯ୍ୟନ୍ତ, ଏନ୍.ସି.ବି. ହେପାଜତକୁ ପଠାଯାଇଥିଲା ।
ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJDର ଭୋଟ୍ ଶେୟାର୍ ବଢ଼ିଲା; BJP ଓ କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ
ଏନ୍.ସି.ବି. ଅଧିକାରୀମାନେ ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରି ଆର୍ୟନ୍ ଖାନ୍ ଓ ଅନ୍ୟ ସାତ ଜଣଙ୍କୁ ଗିରଫ କରିଥିଲା । ଆର୍ୟନ୍ ଖାନ୍, ମୁନମୁନ୍ ଧମେଚା ଓ ଅରବାଜ୍ ମର୍ଚ୍ଚାଣ୍ଟଙ୍କ ହେପାଜତ ପାଇଁ କୋର୍ଟରେ ଅନୁରୋଧ କରି ଏନ୍.ସି.ବି. କହିଛି ଯେ ତା’ ପାଖରେ ଏମିତି ପ୍ରମାଣ ଅଛି ଯାହା ଦର୍ଶାଉଛି ଯେ ଗିରଫ ଅଭିଯୁକ୍ତମାନଙ୍କର ନିଷିଦ୍ଧ ଡ୍ରଗ୍ସ ଯୋଗାଣକାରୀଙ୍କ ସହ ସମ୍ପର୍କ ରହିଛି ।
Published by:Anand S.T. Das
First published: