News 18 Odia Digital
ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ୟାନ୍ ଖାନ୍ ଖୁବ୍ ଶୀଘ୍ର ବଲିଉଡର ପାଦ ଦବାକୁ ଯାଉଛନ୍ତି। ସେ ଲେଖକ ଭାବରେ ତାଙ୍କର ପ୍ରଥମ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏହା ଏକ ୱେବ୍ ସିରିଜ୍, ଯାହା ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମାଣ ହେବ। ଏହି ସମୟରେ ଆର୍ୟାନ୍ ତାଙ୍କର ଏକ ନୂତନ ବ୍ୟବସାୟ ଉଦ୍ୟମ ଘୋଷଣା ମଧ୍ୟ କରିଛନ୍ତି।
ଖବର ଅନୁଯାୟୀ, ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ଏବଂ ଗୌରୀ ଖାନ ଭାରତରେ ଏକ ପ୍ରିମିୟମ ଭୋଡକା ବ୍ରାଣ୍ଡ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ବିଶ୍ୱର ବୃହତ୍ତମ କମ୍ପାନୀ ଏବି ଇନବେଭର ଭାରତୀୟ ୟୁନିଟ୍ ସହିତ ମିଶି ଏହି ଉଦ୍ୟମକୁ ସଫଳ କରିବାପାଇଁ ହାତ ବଢାଇଛନ୍ତି।
ଆର୍ୟାନ୍ ଖାନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡି’ଭୋଲ୍ ବ୍ରାଣ୍ଡର ଲୋଗୋ ମଧ୍ୟ ସେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ଏକୁଟିଆ ଏବଂ ଦ୍ୱିତୀୟ ଫଟୋରେ ସେ ବ୍ୟବସାୟିକ ଭାଗିଦାରୀ ବଣ୍ଟି ସିଂ ଏବଂ ଲେଟି ବ୍ଲାଗୋଭାଙ୍କ ସହ ନଜର ଆସିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି ଯେ ଏହି ବ୍ୟବସାୟର ସଂକଳ୍ପ ପ୍ରସ୍ତୁତ କରିବାକୁ ତାଙ୍କୁ ପାଞ୍ଚ ବର୍ଷ ସମୟ ଲାଗିଛି। ରିପୋର୍ଟ ଅନୁଯାୟୀ, ସେ ଭବିଷ୍ୟତରେ ଏହି ବ୍ରାଣ୍ଡ ଅଧୀନରେ ଏକ ପୋଷାକ ଲାଇନ ମଧ୍ୟ ଲଞ୍ଚ କରିବେ, ଯେଉଁଥିରେ ଟି-ସାର୍ଟ, ହୁଡି, ଜ୍ୟାକେଟ୍ ଏବଂ ବ୍ଲେଜର ବିକ୍ରି ହେବ।
ଭୋଗ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଆର୍ଯ୍ୟନ୍ ଖାନ୍ କହିଥିଲେ ଯେ ଯେତେବେଳେ ସେ କାଲିଫର୍ନିଆର USC ରେ ଛାତ୍ର ଭାବରେ ପଢୁଥିଲେ ସେତେବେଳେ ସେ ଏହି ବ୍ୟବସାୟୀ ବିଷୟରେ ଭାବିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପିତା ଶାହାରୁଖ ଖାନ ଏବଂ ମାଆ ଗୌରୀ ଖାନ ତାଙ୍କ ବ୍ୟବସାୟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।