ମୁମ୍ବାଇ ବିମାନ ବନ୍ଦରରେ ଶାହରୁଖ ଖାନଙ୍କୁ ଅଟକାଇଲା କଷ୍ଟମ ବିଭାଗ; ଘଣ୍ଟେ ଯାଏଁ ଚାଲିଲା ପଚରାଉଚରା

ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ତାଙ୍କ ଟିମକୁ ଅଟକାଇ ଦେଇଥିଲା ।

ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ତାଙ୍କ ଟିମକୁ ଅଟକାଇ ଦେଇଥିଲା ।

ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ତାଙ୍କ ଟିମକୁ ଅଟକାଇ ଦେଇଥିଲା ।

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

Shah Rukh Khan Mumbai Airport: ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ତାଙ୍କ ଟିମକୁ ଅଟକାଇ ଦେଇଥିଲା । ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଓ ତାଙ୍କ ମ୍ୟାନେଜର ପୂଜା ଦାଦଲାନି ବିମାନବନ୍ଦରରୁ ବାହାରିଥିବାର ନଜର ଆସିଥିଲେ କିନ୍ତୁ କିଙ୍ଗ ଖାନଙ୍କ ବଡିଗାର୍ଡ ରବି ଓ ଟିମକୁ କଷ୍ଟମ ବିଭାଗ ଛାଡ଼ିନଥିଲା । ଖବର ଅନୁଯାୟୀ, ଲକ୍ଷ ଲକ୍ଷ ଟଙ୍କାର ଘଣ୍ଟା ଭାରତକୁ ଆଣିବା, ବ୍ୟାଗରୁ ଦାମୀ ଘଣ୍ଟାର ଖାଲି ଡବା ମିଳିବା ଏବଂ କଷ୍ଟମ ଡ୍ୟୁଟି ନଦେବା କାରଣରୁ ଶାହରୁଖ ଖାନଙ୍କୁ ପଚରାଉଚରା କରାଯାଇଥିଲା।

କଣ ଥିଲା ପୁରା ମାମଲା

ବାସ୍ତବରେ ଶାହାରୁଖ ଖାନ ତାଙ୍କ ଟିମ୍ ସହିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରାଇଭେଟ୍ ଚାର୍ଟର VTR-SGରେ ଦୁବାଇ ଯାଇଥିଲେ । ଏହି ପ୍ରାଇଭେଟ୍ ଚାର୍ଟର୍ ଫ୍ଲାଇଟରେ ଗତ ରାତି ୧୨.୩୦ରେ ମୁମ୍ବାଇ ଫେରିଥିଲେ । ରେଡ ଚ୍ୟାନେଲ ପାର ହେଉଥିବା ବେଳେ କଷ୍ଟମ ଶାହାରୁଖ ଖାନ ଓ ତାଙ୍କ ଟିମ୍ ପାଖରେ ଥିବା ବ୍ୟାଗରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପାଇଥିଲେ । ଏହା ପରେ କଷ୍ଟମ୍ ସମସ୍ତଙ୍କୁ ଅଟକାଇଥିଲା ଓ ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ଅନୁସନ୍ଧାନ ସମୟରେ ବ୍ୟାଗରେ ବହୁ ଦାମୀ ଘଣ୍ଟା Babun & Zurbk ଘଣ୍ଟା, ରୋଲକ୍ସ ଘଣ୍ଟାର ୬ ଟି ଡବା, ସ୍ପିରିଟ୍ ବ୍ରାଣ୍ଡ୍ ଘଣ୍ଟା (ପ୍ରାୟ 8 ଲକ୍ଷ ଟଙ୍କା) ଓ ଆପଲ୍ ସିରିଜ୍ ଘଣ୍ଟା ଦେଖିବାକୁ ମିଳିଥିଲା । ଏହା ସହିତ ଘଣ୍ଟାର ଖାଲି ବାକ୍ସ ମଧ୍ୟ ମିଳିଥିଲା । ଯେତେବେଳେ କଷ୍ଟମ୍ ଏହି ଘଣ୍ଟାଗୁଡିକର ମୂଲ୍ୟାଙ୍କନ କଲା, ସେତେବେଳେ ଏହା ଉପରେ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା କଷ୍ଟମ୍ ଡ୍ୟୁଟି କରାଯାଇଥିଲା । ଏହା ପରେ କୋଟି କୋଟି ଟଙ୍କାର ଏହି ଘଣ୍ଟା ଉପରେ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ କୁହାଯାଇଥିଲା । ଘଣ୍ଟାଏ ଧରି ଚାଲିଥିବା ଏହି ପ୍ରକ୍ରିୟା ପରେ ଶାହାରୁଖ ଓ ପୂଜା ଦାଦଲାନୀଙ୍କୁ ବିମାନବନ୍ଦର ଛାଡିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଶାହାରୁଖ ଖାନଙ୍କ ବଡିଗାର୍ଡ ରବି ଓ ଦଳର ସଦସ୍ୟଙ୍କୁ ଅଟକାଇ ଦିଆଯାଇଥିଲା ।

SRKଙ୍କ ବଡିଗାର୍ଡ କଷ୍ଟମ୍ ପ୍ରଦାନ କରିଥିଲେ

ସୂଚନାନୁସାରେ, ଶାହାରୁଖ ଖାନ୍ନଙ୍କ ବଡିଗାର୍ଡ ରବି ୬ ଲକ୍ଷ ୮୭ ହଜାର ଟଙ୍କା କଷ୍ଟମ ଦେଇଛନ୍ତି । ଯାହାର ବିଲ୍ ଶାହାରୁଖ ଖାନଙ୍କ ବଡି ଗାର୍ଡ ରବିଙ୍କ ନାମରେ ତିଆରି ହୋଇଛି । ସୂଚନାନୁସାରେ, ଏହି ଟଙ୍କା ଶାହାରୁଖ ଖାନଙ୍କ କ୍ରେଡିଟ କାର୍ଡରୁ ପ୍ରଦାନ କରାଯାଇଛି । କଷ୍ଟମର ସହକାରୀ କମିଶନର ପୁଗଲ ଓ ଯୁଧିଷ୍ଠର ଯାଦବ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହା ପରେ ଶାହାରୁଖ ଖାନଙ୍କ ବଡିଗାର୍ଡ ରବିଙ୍କୁ କଷ୍ଟମ ବିଭାଗ ୮ ଟାରେ ଛାଡି ଦେଇଥିଲା।
Published by:Soubhagya Mishra
First published: